ଅଷ୍ଟ୍ରେଲିଆନ୍ ଓପନ୍: ଦ୍ୱିତୀୟ ରାଉଣ୍ଡରେ ସାନିଆ-ହିଙ୍ଗିସ ଯୋଡି

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆନ୍ ଓପନ୍ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ବିଶ୍ୱର ୧ ନମ୍ବର ମହିଳା ଡବଲ୍ସ ଯୋଡି ସାନିଆ ମୀର୍ଜା ଓ ମାର୍ଟିନା ହିଙ୍ଗିସ୍। ପ୍ରଥମ ରାଉଣ୍ଡରେ ଏହି ଯୋଡି ସହଜ ବିଜୟ ହାସଲ କରିଛନ୍ତି। ସେମାନେ ବ୍ରାଜିଲିଆନ୍-କଲୋମ୍ବିଆନ୍ ଯୋଡି ମାରିୟାନା ଡି ମାରିନୋ ଓ ତେଲିଆନା ପେରିୟେରାଙ୍କୁ ସିଧାସଳଖ ୬-୨,୬-୩ ସେଟରେ ପରାଜିତ କରିଛନ୍ତି।

ଆଗାମୀ ରାଉଣ୍ଡରେ ଇଣ୍ଡୋ-ସ୍ୱିସ୍ ଯୋଡି ୟୁକ୍ରେନର ଯାଆଁଳା ଭଉଣୀ ନାଦିଆ କିଚେନୋକ୍ ଓ ଲ୍ୟୁଡିସୟାଲ କିଚେନୋକଙ୍କୁ ଭେଟିବେ।

ଗତ ସପ୍ତାହରେ ସାନିଆ-ମାର୍ଟିନା ଯୋଡି ସିଡନୀ ଇଣ୍ଟରନ୍ୟାସନାଲ ଜିତିଛନ୍ତି।

ଅନ୍ୟପକ୍ଷରେ ରୋହନ ବୋପାନ୍ନା-ଫ୍ଲୋରିନ୍ ମରଗିୟେ ଯୋଡି ଅଷ୍ଟ୍ରେଲିଆର ଉମର ଜେଇସିକା-ନିକ୍ କାଇରଗୋଇସଙ୍କୁ ୭-୫,୬-୩ରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏହି ଯୋଡି ପରବର୍ତ୍ତୀ ରାଉଣ୍ଡରେ ଲୁକାସ୍ ଡ୍ଲୋଉ-ଜିରି ଭରସେଲେଙ୍କୁ ଭେଟିବେ।