୩ୟ ଦିନିକିଆ: ସିରିଜ୍ ଜିତିବା ଲକ୍ଷ୍ୟରେ ଅଷ୍ଟ୍ରେଲିଆ, ଭାରତ ପାଇଁ ‘କର ବା ମର’

ମେଲବର୍ଣ୍ଣ: ଆସନ୍ତାକାଲି ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳିବ ତୃତୀୟ ଦିନିକିଆ। ଭାରତ ଓ ଅଷ୍ଟ୍ରେଲିଆ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଏହି ମ୍ୟାଚ୍। ଭାରତୀୟ ସମୟ ସକାଳ ୮ଟା ୫୦ରେ ଆରମ୍ଭ ହେବ ଏହି ମ୍ୟାଚ୍। ଏଥିପାଇଁ ଉଭୟ ଦଳ ସ୍ୱତନ୍ତ୍ର ରଣକୌଶଳ ନେଇ ପଡ଼ିଆକୁ ଓହ୍ଲେଇବେ।

ଭାରତ ବିପକ୍ଷରେ ପର୍ଥରେ ୫ ୱିକେଟରେ ଓ ବ୍ରିସବେନରେ ୭ ୱିକେଟରେ ଜିତିବା ପରେ ଅଷ୍ଟ୍ରେଲିଆ ୩-୦ରେ ଏହି ସିରିଜ୍ ହାତେଇବାକୁ ପ୍ରୟାସ କରିବ। ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ପ୍ରଦର୍ଶନ ଭଲ ଥିବାରୁ ଦଳର ମନୋବଳ ବେଶ୍ ଦୃଢ଼ ରହିଛି। କିନ୍ତୁ ଭାରତ ପାଇଁ ‘କର ବା ମର’ ପରିସ୍ଥିତି ଆସିଛି। ଗତ ଦୁଇଟି ମ୍ୟାଚରେ ଭାରତ ବ୍ୟାଟିଂ ଓ ଫିଲ୍ଡିଂ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବୋଲିଂରେ ଆଶାନୁରୂପ ପ୍ରଦର୍ଶନ କରି ନ ପାରି ନାହିଁ। ତେଣୁ ଦଳ ଉପରେ ଚାପରେ ରହିଛି। ଚାପକୁ ଏଡ଼ାଇବାକୁ ଦଳ ବୋଲିଂ ଉପରେ ନିଘା ରଖିବ। ଦଳର ଟପ୍ ବୋଲର ଇଶାନ୍ତ ଶର୍ମା, ଉମେଶ ଯାଦବ, ବରିନ୍ଦର ଶ୍ରାନ, ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଯଦି ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନିଏ, ତା’ହେଲେ ଅଷ୍ଟ୍ରେଲିଆ ସମ୍ମୁଖରେ ୩୫୦ ରନର ଟାର୍ଗେଟ ରଖିବାକୁ ଦଳ ପ୍ରଚେଷ୍ଟା କରିବ।

ଆହୁରି ପଢ଼ନ୍ତୁ

ଆଇପିଏଲରେ ହେଲାନି ଚୟନ, ଆତ୍ମହତ୍ୟା କଲେ ‘ଜୁନିୟର ଡେଲ୍ ଷ୍ଟେନ୍’

ପୁରୁଷ ହକି ଟିମରେ ପଶିଲା କରୋନା

୧୬ ତାରିଖରେ ପଡ଼ିଆକୁ ଫେରିବେ ମାହି!

ଆଇପିଏଲର ପ୍ରାୟୋଜକ ହେବ ବାବା ରାମଦେବଙ୍କ ‘ପତଞ୍ଜଳି’!

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ

ଅନୱରଙ୍କ ପରେ ଇଂଲଣ୍ଡରେ ଶାନ ମାସୁଦ କଲେ ଏହି ରେକର୍ଡ

ଆଇପିଏଲ ପାଇଁ ଜାରି ହେଲା ଏସଓପି, ଜାଣନ୍ତୁ କ’ଣ ରହିଛି ନିୟମ

ଆଇପିଏଲରରୁ ହଟିଲା ଚାଇନିଜ କମ୍ପାନୀ ଭିଭୋ