ଚତୁର୍ଥ ଦିନିକିଆ: ଭାରତ ଆଗରେ ୩୪୯ ରନର ଟାର୍ଗେଟ୍ ରଖିଲା ଅଷ୍ଟ୍ରେଲିଆ

କାନବେରା: କାନବେରାରେ ଚାଲିଥିବା ଚତୁର୍ଥ ଦିନିକିଆରେ ଅଷ୍ଟ୍ରେଲିଆ ଭାରତ ଆଗରେ ବିଶାଳ ୩୪୯ ରନର ବିଜୟ ଲକ୍ଷ୍ୟ ରଖିଛି। ଟସ୍ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କଙ୍ଗାରୁ ଦଳ ୮ଟି ୱିକେଟ୍ ହରାଇ ୩୪୮ ରନ୍ କରିଛି। ଆଜିର ଏହି ମ୍ୟାଚରେ ଭାରତୀୟ ଟିମରେ ଗୋଟିଏ ପରିବର୍ତ୍ତନ ହୋଇଛି। ବରିନ୍ଦର ସରନଙ୍କ ସ୍ଥାନରେ ଭୁବନେଶ୍ୱର କୁମାର ଦଳରେ ସାମିଲ ହୋଇଛନ୍ତି।

ଅଷ୍ଟ୍ରେଲିଆ ପ୍ରଥମ ତିନଟି ମ୍ୟାଚ୍ ଜିତି ୩-୦ରେ ସିରିଜ ଜିତି ସାରିଛି। ଭାରତ ବିପକ୍ଷରେ ଦଳ  କ୍ରମାଗତ ବଜୟୀ ହୋଇଥିବାରୁ ଖେଳାଳୀଙ୍କ ମନୋବଳ ଦୃଢ ରହିଛି। ସେହିପରି ଏହି ମ୍ୟାଚରେ ବିଜୟୀ ହୋଇ ଭାରତ ପରାଜୟର ଧାରା ଭଙ୍ଗ କରିବାକୁ ଲକ୍ଷ୍ୟ ରଖିଛି।

ସେହିପରି ଭାରତ ପରାଜୟଧାରା ଭଙ୍ଗ କରିବା ଲକ୍ଷ୍ୟରେ ରହିଛି। ଦଳ ଆଜିର ମ୍ୟାଚକୁ ଜିତି ଏହି ଧାରାରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଯୋଜନା କରିଛି। ଦଳ ବ୍ୟାଟିଂ ଓ ଫିଲ୍ଡିଂରେ ଉନ୍ନତ ପ୍ରଦର୍ଶନ କରୁଥିଲେ ମଧ୍ୟ ବୋଲିଂ ଚିନ୍ତାର କାରଣ ପାଲଟିଛି। ଦୁଇ ଥର ୩୦୦ରୁ ଅଧିକ ରନ୍ ଓ ଗୋଟିଏ ଥର ୨୯୫ ରନ୍ କରି ମଧ୍ୟ ଦଳ ପରାଜିତ ହୋଇଛି। ବୋଲିଂରେ ଥିବା ତ୍ରୁଟିକୁ ଆଜିର ମ୍ୟାଚରେ ସୁଧାରି ଦଳ ବିଜୟୀ ହେବ ବୋଲି ଆଶା ରଖିଛି।