ବର୍ଷା ଯୋଗୁଁ ନ୍ୟୁଜିଲାଣ୍ଡ-ଅଷ୍ଟ୍ରେଲିଆ ଦ୍ୱିତୀୟ ମ୍ୟାଚ ବାତିଲ

ନାପିଆର: ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଆଜି ବାଲିତ ହୋଇଯାଇଛି। ଲଗାଣ ବର୍ଷା ଓ ପଡ଼ିଆ ଓଦା ଯୋଗୁଁ ଅମ୍ପେୟାର ମ୍ୟାଚ୍‌କୁ ବାତିଲ କରିଦେଇଛନ୍ତି। ଆଜି ଦିନ ତମାମ ବର୍ଷା ଲାଗି ରହିଥିଲା। ପିଚ୍‌ ଓ ଆଉଟ୍‌ ଫିଲ୍ଡ ଘୋଡ଼ାଇ ରଖାଯାଇଥିବାରୁ ମ୍ୟାଚ ହେବ ବୋଲି ଆଶା କରାଯାଉଥିଲା। ମାତ୍ର ପଡ଼ିଆ ନିରୀକ୍ଷଣ ପରେ ଏହା ଖେଳ ଉପଯୋଗୀ ନ ଥିବା ଦର୍ଶାଇ ଅମ୍ପେୟାର ଖେଳକୁ ବାତିଲ କରିଥିଲେ। ପ୍ରଥମ […]

austrila cricket team

austrila cricket team

Rakesh Mallick
  • Published: Thursday, 02 February 2017
  • Updated: 02 February 2017, 05:49 PM IST

Sports

Latest News

ନାପିଆର: ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଆଜି ବାଲିତ ହୋଇଯାଇଛି। ଲଗାଣ ବର୍ଷା ଓ ପଡ଼ିଆ ଓଦା ଯୋଗୁଁ ଅମ୍ପେୟାର ମ୍ୟାଚ୍‌କୁ ବାତିଲ କରିଦେଇଛନ୍ତି।

ଆଜି ଦିନ ତମାମ ବର୍ଷା ଲାଗି ରହିଥିଲା। ପିଚ୍‌ ଓ ଆଉଟ୍‌ ଫିଲ୍ଡ ଘୋଡ଼ାଇ ରଖାଯାଇଥିବାରୁ ମ୍ୟାଚ ହେବ ବୋଲି ଆଶା କରାଯାଉଥିଲା। ମାତ୍ର ପଡ଼ିଆ ନିରୀକ୍ଷଣ ପରେ ଏହା ଖେଳ ଉପଯୋଗୀ ନ ଥିବା ଦର୍ଶାଇ ଅମ୍ପେୟାର ଖେଳକୁ ବାତିଲ କରିଥିଲେ।

ପ୍ରଥମ ଦିନିକିଆକୁ ଅଷ୍ଟ୍ରେଲିଆ ୬ ରନ୍‌ରେ ଜିତିଥିଲା। ଦ୍ୱିତୀୟ ମ୍ୟାଚ ବାତିଲ ହେଇଥିବା ବେଳେ ତୃତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୋଇ ଚାପେଲ-ହାଡଲି ଟ୍ରଫି ଚାମ୍ପିଅନ୍‌ ଟ୍ରଫି ନିଜ ପାଖରେ ରଖିବାକୁ ଚେଷ୍ଟା କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos