ଅଷ୍ଟ୍ରେଲିଆନ୍ ଓପନ୍: ତୃତୀୟ ରାଉଣ୍ଡରେ ସାନିଆ-ହିଙ୍ଗିସ୍ ଯୋଡ଼ି

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆନ୍ ଓପନ୍ ମହିଳା ଡବଲ୍ସରେ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଇଣ୍ଡୋ-ସ୍ୱିସ୍ ଯୋଡ଼ି ସାନିଆ ମୀର୍ଜା ଓ ମାର୍ଟିନା ହିଙ୍ଗିସ। ଏହି ଯୋଡି ୟୁକ୍ରେନର ଯାଆଁଳା ଭଉଣୀ ନାଦିଆ କିଚେନୋକ୍ ଓ ଲ୍ୟୁଡିମୟାଲ କିଚେନୋକଙ୍କୁ ୬-୨,୬-୩ରେ ପରାସ୍ତ କରି ତୃତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ଏହା ହେଉଛି ସାନିଆ-ହିଙ୍ଗିସ୍ ଯୋଡ଼ିଙ୍କ କ୍ରମାଗତ ୩୨ତମ ବିଜୟ।

ପରବର୍ତ୍ତୀ ମ୍ୟାଚରେ ଏହି ଯୋଡ଼ି ରୁଷିଆନ୍-ଇଟିଲିଆନ୍ ଯୋଡ଼ି ସ୍ୱେତଲାନା କୁଜେନସ୍ତୋଭା ଓ ରୋବୋର୍ଟା ଭିନ୍ସିଙ୍କୁ ଭେଟିବେ।

ପ୍ରଥମ ରାଉଣ୍ଡରେ ସାନିଆ ଓ ହିଙ୍ଗିସ ଯୋଡି ବ୍ରାଜିଲିଆନ୍-କଲୋମ୍ବିଆନ୍ ଯୋଡ଼ି ମାରିୟାନା ଡି ମାରିନୋ ଓ ତେଲିଆନା ପେରିୟେରାଙ୍କୁ ଗୁରୁବାର ସିଧାସଳଖ ୬-୨,୬-୩ ସେଟରେ ପରାଜିତ  କରିଛନ୍ତି।