ଇଣ୍ଡିଆ ସି’କୁ ହରାଇଲେ ଅକ୍ଷର ପଟେଲ ଓ ମୟଙ୍କ ମାର୍କଣ୍ଡେ

ରାଞ୍ଚି: ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ୬୧ ବଲରେ ୯୮ ରନ୍‌ ଓ ଲେଗ ସ୍ପିନର ମୟଙ୍କ ମାର୍କଣ୍ଡେଙ୍କ ଘାତକ ବୋଲିଂ ବଳରେ ଦେଓଧର ଟ୍ରଫିର ଶେଷ ଦିନିକିଆରେ ଇଣ୍ଡିଆ ସି’ ପ୍ରତିପକ୍ଷ ଇଣ୍ଡିଆ ବି’କୁ ୧୩୬ ରନ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଆ ସି’ ଅକ୍ଷରଙ୍କ ଚମତ୍କାର ଇନିଂସ ଓ ବିରାଟ ସିଂହଙ୍କ ୯୬ ବଲରେ ୭୬ ରନ୍‌ ବଳରେ ୫ ୱିକେଟ୍‌ ହରାଇ ୨୮୦ ରନ୍‌ କରିଥିଲା। ଏହାର ଜବାବରେ ଇଣ୍ଡିଆ ବି’ […]

c

c

Hemant Lenka
  • Published: Saturday, 02 November 2019
  • Updated: 02 November 2019, 07:04 PM IST

Sports

Latest News

ରାଞ୍ଚି: ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ୬୧ ବଲରେ ୯୮ ରନ୍‌ ଓ ଲେଗ ସ୍ପିନର ମୟଙ୍କ ମାର୍କଣ୍ଡେଙ୍କ ଘାତକ ବୋଲିଂ ବଳରେ ଦେଓଧର ଟ୍ରଫିର ଶେଷ ଦିନିକିଆରେ ଇଣ୍ଡିଆ ସି’ ପ୍ରତିପକ୍ଷ ଇଣ୍ଡିଆ ବି’କୁ ୧୩୬ ରନ୍‌ରେ ପରାସ୍ତ କରିଛି।

ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଆ ସି’ ଅକ୍ଷରଙ୍କ ଚମତ୍କାର ଇନିଂସ ଓ ବିରାଟ ସିଂହଙ୍କ ୯୬ ବଲରେ ୭୬ ରନ୍‌ ବଳରେ ୫ ୱିକେଟ୍‌ ହରାଇ ୨୮୦ ରନ୍‌ କରିଥିଲା। ଏହାର ଜବାବରେ ଇଣ୍ଡିଆ ବି’ ୪୩.୪ ଓଭରରେ ୧୪୪ ରନ୍‌ କରି ଅଲଆଉଟ ହୋଇଯାଇଥିଲା।

ଇଣ୍ଡିଆ ବି ପକ୍ଷରୁ ବାବା ଅପରଜିତ ଏକ ମାତ୍ର ବ୍ୟାଟସ୍‌ମ୍ୟାନ ଭାବେ ୫୩ ରନ୍‌ କରିଥିଲେ ହେଁ ଅନ୍ୟ କୌଣସି ବ୍ୟାଟସମ୍ୟାନ୍‌ ଇଣ୍ଡିଆ ସି’ର ବୋଲରଙ୍କୁ ମୁକାବିଲା କରିପାରି ନଥିଲେ।

ଇଣ୍ଡିଆ ବି’ର ଓପନର ଋତୁରାଜ ଗାଏକ୍ୱାଡ (୨୦) ଓ ଯଶ୍ୱସୀ ଜୈସୱାଲ (୨୮) ଦଳକୁ ଭଲ ଆରମ୍ଭ ଦେଇଥିଲେ। ଏକଦା ଦଳ ୧୭.୫ ଓଭର ସୁଦ୍ଧା ୨ ୱିକେଟ୍‌ ହରାଇ ୭୬ ରନ୍‌ କରିଥିଲା। ହେଲେ ଶୁବମାନ ଗିଲ (୧), କେଦାର ଯାଦବ(୫), ନୀତୀଶ ରାଣା(୧), ପାର୍ଥିବୀ ପଟେଲ(୧), ବିଜୟ ଶଙ୍କର(୯) ଓ ଅଙ୍କୁଲ ରୟ(୧) ପ୍ୟାଭିଲିୟନ ଫେରିଥିଲେ।

ଇଣ୍ଡିଆ ବି ୩୫ ଓଭର ଶେଷ ସୁଦ୍ଧା ୭ ୱିକେଟ୍‌ ହରାଇ ୧୧୫ ହିଁ କରିପାରି ଥିଲା। ବାବା ଅପରଜିତ କିଛି ସମୟ ଚେଷ୍ଟା କରିଥିଲେ ହେଁ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା।

ଇଣ୍ଡିଆ ସି’ ପକ୍ଷରୁ ମୟଙ୍କ ମାର୍କଣ୍ଡେ ୪ଟି ୱିକେଟ୍‌ ନେଇ ଇଣ୍ଡିଆ ସି’ର ବ୍ୟାଟିଂ ଲାଇନ୍‌ ଅପ୍‌କୁ ଛିନଛତ୍ର କରି ଦେଇଥିଲେ।

ଉଭୟ ଇଣ୍ଡିଆ ବି’ ଓ ଇଣ୍ଡିଆ ସି’ ପୂର୍ବରୁ ହିଁ ଦେଓଧର ଟ୍ରଫି ଫାଇନାକୁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ଆସନ୍ତା ସୋମବାର ଏହି ମ୍ୟାଚ୍‌ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos