ବିରାଟ ଓ ଫିଞ୍ଚଙ୍କ ରେକର୍ଡର ସମକକ୍ଷ ହେଲେ ଏହି ପାକିସ୍ତାନୀ ବ୍ୟାଟସମ୍ୟାନ

ମାଞ୍ଚେଷ୍ଟର: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରେ ପାକିସ୍ତାନ ପରାସ୍ତ ହୋଇଛି। ପାକିସ୍ତାନ ପରାସ୍ତ ହୋଇଥିଲେ ହେଁ ଦଳର ସୀମିତ ଓଭର ଅଧିନାୟକ ତଥା ବ୍ୟାଟସମ୍ୟାନ୍ ବାବର ଆଜମ ନିଜ ନାଁରେ ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ଇଂଲଣ୍ଡ ବିପକ୍ଷ ମ୍ୟାଚରେ ୪୪ଟି ବଲରେ ୫୬ ରନ୍‌ର ଇନିଂସ ଖେଳିଥିବା ବାବର ଏବେ ବିରାଟ କୋହଲି ଓ ଆରୁନ ଫିଞ୍ଚଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ସେ ଟି-୨୦ରେ ତୃତୀୟ ଦ୍ରୁତତମ ବ୍ୟାଟସମ୍ୟାନ ଭାବେ ୧୫ଶହ ରନ୍‌ ହାସଲ […]

f

f

Hemant Lenka
  • Published: Monday, 31 August 2020
  • Updated: 31 August 2020, 01:45 PM IST

Sports

Latest News

ମାଞ୍ଚେଷ୍ଟର: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରେ ପାକିସ୍ତାନ ପରାସ୍ତ ହୋଇଛି। ପାକିସ୍ତାନ ପରାସ୍ତ ହୋଇଥିଲେ ହେଁ ଦଳର ସୀମିତ ଓଭର ଅଧିନାୟକ ତଥା ବ୍ୟାଟସମ୍ୟାନ୍ ବାବର ଆଜମ ନିଜ ନାଁରେ ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି।

ଇଂଲଣ୍ଡ ବିପକ୍ଷ ମ୍ୟାଚରେ ୪୪ଟି ବଲରେ ୫୬ ରନ୍‌ର ଇନିଂସ ଖେଳିଥିବା ବାବର ଏବେ ବିରାଟ କୋହଲି ଓ ଆରୁନ ଫିଞ୍ଚଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ସେ ଟି-୨୦ରେ ତୃତୀୟ ଦ୍ରୁତତମ ବ୍ୟାଟସମ୍ୟାନ ଭାବେ ୧୫ଶହ ରନ୍‌ ହାସଲ କରିଛନ୍ତି। ପୂର୍ବରୁ ବିରାଟ ଓ ଫିଞ୍ଚ ସବୁଠାରୁ କମ ଇନିଂସ୍‌ରେ ୧୫ଶହ ରନ୍‌ ହାସଲ କରିବାର ରେକର୍ଡ ଯୁଗ୍ମ ଭାବେ ନିଜ ନାଁରେ କରିଥିଲେ। ଏବେ ବାବର ଏହି ତାଲିକାରେ ଯୋଡ଼ି ହୋଇଯାଇଛନ୍ତି।

ପାକିସ୍ତାନ ପାଇଁ ୩୯ଟି ଇନିଂସ ଖେଳି ବାବର ୧୫ଶହ ରନ ହାସଲ କରିଛନ୍ତି। ବିରାଟ ଓ ଫିଞ୍ଚ ମଧ୍ୟ ୩୯ଟି ଲେଖାଏ ଇନିଂସ ଖେଳି ୧୫ଶହ ରନ ହାସଲ କରିଥିଲେ।

ଅନ୍ୟପକ୍ଷରେ ଟି-୨୦ରେ ସର୍ବାଧିକ ରନ୍‌ ହାସଲକାରୀ ତାଲିକାର ୧ନଂ ସ୍ଥାନରେ ବିରାଟ କୋହଲ ରହିଛନ୍ତି। ବିରାଟ ୮୨ଟି ମ୍ୟାଚ୍‌ ଖେଳି ୨୭୯୪ ରନ୍‌ କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରୋହିତ ଶର୍ମା ରହିଛନ୍ତି। ରୋହିତ ୧୦୮ଟି ମ୍ୟାଚ୍‌ରେ ୨୭୭୩ ରନ କରିଛନ୍ତି।

ଆଉ ଏକ ମାମଲାରେ ବାବର ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। ଟି-୨୦ରେ ବିରାଟଙ୍କ ବ୍ୟାଟିଂ ଆଭରେଜ ୫୦.୮ ଥିବା ବେଳେ ବାବର ଗତକାଲି ୫୬ ରନ୍‌ ହାସଲ କରିବା ବେଳେ ଏହା ୫୦.୯୦ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos