ଲକ୍ଷ୍ୟ ସେନ ଜିତିଲେ, କିନ୍ତୁ ସେମିରେ ହାରିଗଲା ଭାରତ

ମାନିଲା: ଏସିଆ ଗେମ୍ସ ଚାମ୍ପିୟନ ଜୋନାଥନ ଖ୍ରୀଷ୍ଟେଙ୍କୁ ଭାରତର ଲକ୍ଷ୍ୟସେନ ପରାସ୍ତ କରିଥିଲେ ମଧ୍ୟ ଟିମ୍‌ ଇଣ୍ଡିଆ ବ୍ୟାଡମିଣ୍ଟନ ଏସିଆ ଟିମ୍‌ ଚାମ୍ପିୟନଶିପ ସେମି ଫାଇନାଲରେ ପରାସ୍ତ ହୋଇଛି। ସେମିଫାଇନାଲରେ ଭାରତ ଦୁଇ ଥରର ବିଜେତା ଇଣ୍ଡୋନେସିଆ ସହ ଲଢ଼େଇ କରି ୨-୩ରେ ପରାସ୍ତ ହୋଇଛି। ଫଳରେ ଚାମ୍ପିୟନଶିପ୍‌ରେ ଭାରତ ବ୍ରୋଞ୍ଜ ପଦକ ସହ ସନ୍ତୁଷ୍ଟ ହୋଇଛି। ସେମି ଫାଇନାଲ ମୁକାବିଲାର ଦ୍ୱିତୀୟ ସିଙ୍ଗଲ୍ସରେ ବିଶ୍ୱର ୩୧ ନଂ ଖେଳାଳି ତଥା ଭାରତର ଲକ୍ଷ୍ୟ ସେନଙ୍କ ମୁକାବିଲା […]

ww

ww

Hemant Lenka
  • Published: Saturday, 15 February 2020
  • Updated: 15 February 2020, 06:38 PM IST

Sports

Latest News

ମାନିଲା: ଏସିଆ ଗେମ୍ସ ଚାମ୍ପିୟନ ଜୋନାଥନ ଖ୍ରୀଷ୍ଟେଙ୍କୁ ଭାରତର ଲକ୍ଷ୍ୟସେନ ପରାସ୍ତ କରିଥିଲେ ମଧ୍ୟ ଟିମ୍‌ ଇଣ୍ଡିଆ ବ୍ୟାଡମିଣ୍ଟନ ଏସିଆ ଟିମ୍‌ ଚାମ୍ପିୟନଶିପ ସେମି ଫାଇନାଲରେ ପରାସ୍ତ ହୋଇଛି। ସେମିଫାଇନାଲରେ ଭାରତ ଦୁଇ ଥରର ବିଜେତା ଇଣ୍ଡୋନେସିଆ ସହ ଲଢ଼େଇ କରି ୨-୩ରେ ପରାସ୍ତ ହୋଇଛି। ଫଳରେ ଚାମ୍ପିୟନଶିପ୍‌ରେ ଭାରତ ବ୍ରୋଞ୍ଜ ପଦକ ସହ ସନ୍ତୁଷ୍ଟ ହୋଇଛି।

ସେମି ଫାଇନାଲ ମୁକାବିଲାର ଦ୍ୱିତୀୟ ସିଙ୍ଗଲ୍ସରେ ବିଶ୍ୱର ୩୧ ନଂ ଖେଳାଳି ତଥା ଭାରତର ଲକ୍ଷ୍ୟ ସେନଙ୍କ ମୁକାବିଲା ନଂ ୭ ସିଡ୍‌ ଜୋନାଥନଙ୍କ ସହ ହୋଇଥିଲା। ତେବେ ଲକ୍ଷ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଜୋନାଥନଙ୍କୁ ୨୧-୧୮ ଓ ୨୨-୨୦ରେ ପରାସ୍ତ କରିଦେଇଥିଲେ। ତେବେ ଏହା ପୂର୍ବରୁ ପ୍ରଥମ ସିଙ୍ଗଲ୍ସରେ ଭାରତର ବି ସାଇ ପ୍ରଣୀତ ୬-୨୧ରେ ଆନ୍ଥୋନି ଗିଟଙ୍ଗଠାରୁ ପଛରେ ଥିବା ବେଳେ ରିଟାୟର୍ଡ ହର୍ଟ ହୋଇଯାଇଥିଲେ। ଫଳରେ ଇଣ୍ଡୋନେସିଆ ୧-୦ରେ ଆଗୁଆ ହୋଇଯାଇଥିଲା। କିନ୍ତୁ ଲକ୍ଷ୍ୟଙ୍କ ବିଜୟ ପରେ ସ୍ଥିତି ୧-୧ ହୋଇଥିଲା।

ଏହାପରେ ଭାରତ ଡବ୍ସଲରେ ପରାସ୍ତ ହୋଇଥିଲା। ଭାରତର ଏମଆର ଅର୍ଜୁନ ଓ ଧ୍ରୁବ କାଲିପା ୧୦-୨୧, ୨୧-୧୪ ଓ ୨୧-୨୩ରେ ତିନି ଥରର ବିଶ୍ୱ ବିଜେତା ମହମ୍ମଦ ଏହସାନ ଓ ହେଣ୍ଡ୍ରା ସେଟିୱାନଙ୍କ ଠାରୁ ପରାସ୍ତ ହୋଇଥିଲେ।

ପରବର୍ତ୍ତୀ ମୁକାବିଲାରେ ଭାରତର ଶୁଭଙ୍କର ଦେ ବିଶ୍ୱର ୨୦ ନଂ ଖେଳାଳି ଶେହସାର ହିରେନଙ୍କୁ ୨୧-୧୭ ଓ ୨୧-୧୫ରେ ପରାସ୍ତ କରି ସ୍ଥିତି ୨-୨ କରିଥିଲେ। ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ଭାରତର ଚିରାଗ ସେଠୀ ଓ ଲକ୍ଷ୍ୟ ସେନଙ୍କ ଯୋଡ଼ି ବିଶ୍ୱର ୧ ନଂ ଯୋଡ଼ି ମାର୍କସ ଫେରନାଲାଡି ଓ କେଭିନ ସଞ୍ଜୟାଙ୍କୁ ଭେଟିଥିଲେ।

ହେଲେ ବିଶ୍ୱର ୧ ନଂ ଯୋଡ଼ି ଭାରତୀୟ ଖେଳାଳିଙ୍କୁ ମାତ୍ର ୨୪ ମିନିଟ୍‌ ମଧ୍ୟରେ ୨୧-୬ ଓ ୨୧-୩ରେ ପରାସ୍ତ କରି ୩-୨ରେ ଇଣ୍ଡୋନେସିଆକୁ ଜିତାଇ ଦେଇଥିଲେ। ଏଥିସହ ଇଣ୍ଡୋନେସିଆ ଫାଇନାଲକୁ ଉନ୍ନୀତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos