ପ୍ରଥମ ଭାରତୀୟ ଭାବେ ପ୍ରସିଦ୍ଧ ମାଡିସନ୍‌ ସ୍କୋୟାର ଗାର୍ଡେନରେ ଲଢ଼ିବେ ବଜରଙ୍ଗ

ୱାଶିଂଟନ୍‌: ଭାରତର ପ୍ରଥମେ ରେସଲର ଭାବେ ବଜରଙ୍ଗ ପୁନିଆ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ସେ ଆସନ୍ତା ମେ’ ୬ ତାରିଖରେ ଆମେରିକାର ପ୍ରସିଦ୍ଧ ମାଡିସନ୍‌ ସ୍କୋୟାର ଗାର୍ଡେନ୍‌ରେ ଲଢ଼େଇ କରିବେ। ୨୫ ବର୍ଷୀୟ ବଜରଙ୍ଗ ଏସିଆନ ରେସଲିଂ ଚାମ୍ପିୟନଶିପ୍‌ର ୬୫ କେଜି ବର୍ଗରେ ସ୍ୱର୍ଣ୍ଣ ଜିତିଥିଲେ। ଏହାପରେ ଆମେରିକାନ୍‌ ଗଭର୍ଣ୍ଣିଂ ବଡି ତାଙ୍କୁ ଲଢ଼େଇ କରିବାକୁ ନିମନ୍ତ୍ରଣ କରିଛି। ସେ ପ୍ରଥମ ଭାରତୀୟ ଭାବେ ‘ଗ୍ରାପେଲ ଆଟ୍‌ ଦ ଗାର୍ଡେନ-ବିଟ୍‌ ଦ ଷ୍ଟ୍ରିଟ୍‌’ରେ ଭାଗନେବେ। ବଜରଙ୍ଗ […]

sa

sa

Hemant Lenka
  • Published: Saturday, 27 April 2019
  • Updated: 27 April 2019, 04:56 PM IST

Sports

Latest News

ୱାଶିଂଟନ୍‌: ଭାରତର ପ୍ରଥମେ ରେସଲର ଭାବେ ବଜରଙ୍ଗ ପୁନିଆ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ସେ ଆସନ୍ତା ମେ’ ୬ ତାରିଖରେ ଆମେରିକାର ପ୍ରସିଦ୍ଧ ମାଡିସନ୍‌ ସ୍କୋୟାର ଗାର୍ଡେନ୍‌ରେ ଲଢ଼େଇ କରିବେ।

୨୫ ବର୍ଷୀୟ ବଜରଙ୍ଗ ଏସିଆନ ରେସଲିଂ ଚାମ୍ପିୟନଶିପ୍‌ର ୬୫ କେଜି ବର୍ଗରେ ସ୍ୱର୍ଣ୍ଣ ଜିତିଥିଲେ। ଏହାପରେ ଆମେରିକାନ୍‌ ଗଭର୍ଣ୍ଣିଂ ବଡି ତାଙ୍କୁ ଲଢ଼େଇ କରିବାକୁ ନିମନ୍ତ୍ରଣ କରିଛି। ସେ ପ୍ରଥମ ଭାରତୀୟ ଭାବେ ‘ଗ୍ରାପେଲ ଆଟ୍‌ ଦ ଗାର୍ଡେନ-ବିଟ୍‌ ଦ ଷ୍ଟ୍ରିଟ୍‌’ରେ ଭାଗନେବେ। ବଜରଙ୍ଗ ଏବେ ୬୫ କେଜି ବର୍ଗର ରେସଲରଙ୍କ ମଧ୍ୟରେ ନଂ ୧ରେ ରହିଛନ୍ତି।

ମେ’୬ରେ ବଜରଙ୍ଗଙ୍କ ଲଢ଼େଇ ୨ ଥର ଆମେରିକାର ନ୍ୟାଶନାଲ ଚାମ୍ପିୟନ ୟାନ୍ନି ଡାଇକୋମାହିଲ୍‌ଙ୍କ ସହ ହେବ। ୨୦୧୦ରୁ ଏହି ଇଭେଣ୍ଟରେ ଅନ୍ତର୍ଜାତୀୟ ରେସଲର ମାନେ ଲଢ଼େଇ କରୁଛନ୍ତି। ଏଠାରେ ବଡ଼ ବଡ଼ ଖେଳାଳିଙ୍କୁ ଲଢ଼େଇ କରିବାକୁ ସୁଯୋଗ ମିଳିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos