ବାଂଲାଦେଶର ବିଶାଳ ବିଜୟ

ୱିକେଟ୍ କିପର୍‌ ମୁଶ୍‌ଫିକର ରହିମ୍‌ ହେଲେ ମ୍ୟାଚ୍‌ର ହିରୋ

ଦୁବାଇ: ଏସିଆ କପ୍‌ ଆରମ୍ଭରୁ ଶକ୍ତିଶାଳୀ ଶ୍ରୀଲଙ୍କାକୁ ଜବରଦସ୍ତ ଝଟକା ଦେଇଛି ଗତଥରର ରନର୍ସ ଅପ୍‌ ବାଂଲାଦେଶ। ଶ୍ରୀଲଙ୍କାକୁ ୧୩୭ ରନ୍‌ରେ ପରାସ୍ତ କରି ଏସିଆ କପ୍‌ ଅଭିଯାନ ଆରମ୍ଭ କରିଛି ଦଳ।

ଗତକାଲି ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୱିକେଟ୍ କିପର୍‌ ମୁଶ୍‌ଫିକର ରହିମ୍‌ଙ୍କ ଜବରଦସ୍ତ ଶତକ ବଳରେ ଦଳ ୪୯.୩ ଓଭରରେ ୨୬୧ ରନ୍ କରିଥିଲା। ମୁଶ୍‌ଫିକର ୧୫୦ଟି ବଲ୍‌ରୁ ୧୪୪ ରନ୍ କରିଥିବା ବେଳେ ମହମ୍ମଦ ମିଥୁନ୍ ୬୩ ରନ୍ କରିଥିଲେ।

ଶ୍ରୀଲଙ୍କା ପକ୍ଷରୁ ୪ ବର୍ଷ ପରେ ଦଳକୁ କମ୍‌ବ୍ୟାକ୍ କରିଥିବା ଲସିଥି ମାଲିଙ୍ଗା ସର୍ବାଧିକ ୪ଟି ୱିକେଟ୍ ନେଇ ଥିବାବେଳେ ଡିସିଲ୍‌ଭା ୨ଟି ଓ ଲକ୍‌ମାଲ୍‌, ଅପ୍‌ନସ୍‌ ଏବଂ ପେରେରା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ବିଜୟ ଲକ୍ଷ୍ୟ ୨୬୨ ଥିବା ବେଳେ ଶ୍ରୀଲଙ୍କା ଟିମ୍‌ ୩୫.୨ ଓଭରରେ  ମାତ୍ର ୧୨୪ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଡି ପେରେରା ସର୍ବାଧିକ ୨୯ ରନ୍ କରିଥିବା ବେଳେ ଓପନର୍ ଉପୁଲ ଥରଙ୍ଗା ୨୭ ରନ୍ କରିଥିଲେ।

ବାଂଲାଦେଶ ପକ୍ଷରୁ ମସ୍‌ରାଫ୍ ମର୍ତାଜ୍ ୨ଟି ୱିକେଟ୍ ନେଇଥିବା ବେଳେ ମୁସ୍ତାଫିଜୁର ରହ୍‌ମାନ୍ ୨ଟି, ମେହିଦି ହାସନ ୨ଟି ଏବଂ ଶକିବ୍ ଅଲ୍ ହାସନ୍, ରୁବେଲ୍ ‌ଓ ମୋସାଡେକ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ମୁଶ୍‌ଫିକରଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପ୍ରଦାନ କରାଯାଇଥିଲା।

ଆହୁରି ପଢ଼ନ୍ତୁ

ଜେରାର ସମ୍ମୁଖୀନ ହେବେ ରିୟା, ଇଡି ପଠାଇଲା ସମନ

ସୁଶାନ୍ତ ମୃତ୍ୟୁ ମାମଲା: ରିୟାଙ୍କ ଆବେଦନ ଉପରେ କ’ଣ କହିଲେ ସୁପ୍ରିମକୋର୍ଟ

ମନ୍ଦିର ପାଇଁ ଶିଳାନ୍ୟାସ କରିବା ପରେ ଦେଶବାସୀଙ୍କୁ କ’ଣ କହିଲେ ମୋଦି

କେମିତି ହେବ ଭବ୍ୟ ରାମ ମନ୍ଦିର, ସଂକ୍ଷେପରେ ଜାଣନ୍ତୁ ରୂପରେଖ

ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରିବ ସିବିଆଇ, ମିଳିଲା କେନ୍ଦ୍ରର ଅନୁମତି

ଅମାନିଆଙ୍କ ପାଇଁ ଜାରି ହେଲା ହ୍ୱାଟ୍ସଆପ୍‌ ନମ୍ୱର

ଟେଲର ଦୋକାନରୁ ଘରେ ଚଳେ, ମୋ ପୁଅ ଆଇଏଏସ ପାଇଛି

ନୂଆ ମ୍ୟାପ ଜାରି କଲା ପାକିସ୍ତାନ, କଶ୍ମୀର ସହ ଗୁଜରାଟ ଓ ଲଦାଖର କିଛି ଅଂଶକୁ ନିଜର ଦର୍ଶାଇଲା

୭ ଜିଲ୍ଲାରେ ପ୍ରବଳ ବର୍ଷିବ, ଜିଲ୍ଲାପାଳଙ୍କ ସତର୍କ କଲେ ଏସ୍‌ଆର୍‌ସି

ଅନ୍ତର୍ଜାତୀୟ ମାର୍କେଟରେ ରାଫେଲର ଚାହିଦା କାହିଁକି କମ?

ଭୁବନେଶ୍ୱରରୁ ୧୪୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୫୧ ଲୋକାଲ୍‌ କେସ୍‌

ସିବିଆଇ ତଦନ୍ତ ସୁପାରିସ ପରେ କଥା ବଦଳାଇଲେ ରିୟା