ରୟଙ୍କ ବିସ୍ଫୋରକ ଶତକ, ୩୮୭ ରନ୍‌ର ଟାର୍ଗେଟ ପାଇଲା ବାଂଲାଦେଶ

କାରଡିଫ୍‌: ଓପନର ଜେସନ ରୟଙ୍କ ବିସ୍ଫୋରକ ୧୫୩ ଓ ମଧ୍ୟକ୍ରମରେ ଜୋଶ ବଟଲଟରଙ୍କ ୪୪ ବଲ୍‌ରେ ୬୪ ରନ୍‌ ବଳରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭର୍‌ରେ ୬ ୱିକେଟ୍‌ ହରାଇ ବିଶାଳ ୩୮୬ ରନ୍‌ କରିଛି। ଚଳିତ ବିଶ୍ୱକପ୍‌ରେ ଏହା ସର୍ବାଧିକ ଦଳଗତ ସ୍କୋର। ଏହା ପୂର୍ବରୁ ପାକିସ୍ତାନ ଇଂଲଣ୍ଡ ବିପକ୍ଷରେ ୩୪୮ ରନ୍‌ କରିଥିଲା। ଇଂଲଣ୍ଡ ୩୮୬ ରନ୍‌ କରିଥିବାରୁ ବାଂଲାଦେଶ ଏହି ମ୍ୟାଚ୍‌ଟିକୁ ଜିତିବା ପାଇଁ ୩୮୭ ରନ୍‌ର ଟାର୍ଗେଟ ପାଇଛି। ଗତ ମ୍ୟାଚ୍‌ରେ […]

ww

ww

Hemant Lenka
  • Published: Saturday, 08 June 2019
  • Updated: 08 June 2019, 06:56 PM IST

Sports

Latest News

କାରଡିଫ୍‌: ଓପନର ଜେସନ ରୟଙ୍କ ବିସ୍ଫୋରକ ୧୫୩ ଓ ମଧ୍ୟକ୍ରମରେ ଜୋଶ ବଟଲଟରଙ୍କ ୪୪ ବଲ୍‌ରେ ୬୪ ରନ୍‌ ବଳରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭର୍‌ରେ ୬ ୱିକେଟ୍‌ ହରାଇ ବିଶାଳ ୩୮୬ ରନ୍‌ କରିଛି। ଚଳିତ ବିଶ୍ୱକପ୍‌ରେ ଏହା ସର୍ବାଧିକ ଦଳଗତ ସ୍କୋର। ଏହା ପୂର୍ବରୁ ପାକିସ୍ତାନ ଇଂଲଣ୍ଡ ବିପକ୍ଷରେ ୩୪୮ ରନ୍‌ କରିଥିଲା।
ଇଂଲଣ୍ଡ ୩୮୬ ରନ୍‌ କରିଥିବାରୁ ବାଂଲାଦେଶ ଏହି ମ୍ୟାଚ୍‌ଟିକୁ ଜିତିବା ପାଇଁ ୩୮୭ ରନ୍‌ର ଟାର୍ଗେଟ ପାଇଛି। ଗତ ମ୍ୟାଚ୍‌ରେ ବାଂଲାଦେଶ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡ ଠାରୁ ପରାସ୍ତ ହୋଇଥିଲେ ହେଁ ଭଲ ଖେଳ ପ୍ରଦର୍ଶନ କରିଥିଲେ। ତେଣୁ ଏହି ମ୍ୟାଚ୍‌ରେ ବାଂଲାଦେଶ ବ୍ୟାଟିଂ ଉପରେ ସମସ୍ତଙ୍କ ନଜର।
କାରଡିଫ୍‌ ଭଳି ବ୍ୟାଟିଂ ଟ୍ରାକ୍‌ରେ ଟସ୍‌ ଜିତି ବାଂଲାଦେଶ ଅଧିନାୟକ ମର୍ଶଫେ ମୋର୍ତାଜା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ମୋର୍ତାଜାଙ୍କ ଏହି ନିଷ୍ପତ୍ତିକୁ ଭୁଲ ପ୍ରମାଣିତ କରି ଇଂଲଣ୍ଡର ଦୁଇ ଓପନର ଜେସନ ରୟ ଓ ଜନ୍ନି ବେୟାରଷ୍ଟୋ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରି ଚାଲିଥିଲେ।

ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ୧୯.୧ ଓଭର୍‌ରେ ଦଳୀୟ ସ୍କୋର ୧୨୮ରେ ପହଞ୍ଚାଇଥିଲେ। ଏହି ସମୟରେ ୫୦ ବଲ୍‌ରେ ୫୧ ରନ୍‌ କରିଥିବା ବେୟାରଷ୍ଟୋଙ୍କୁ ମୋର୍ତାଜା ଆଉଟ୍‌ କରି ବାଂଲାଦେଶକୁ ପ୍ରଥମ ସଫଳତା ଦେଇଥିଲେ। ହେଲେ ରୟ ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ। ସେ ମାତ୍ର ୯୫ଟି ବଲ୍‌ରେ ନିଜ ଦିନିକିଆ କ୍ୟାରିୟରର ୯ମ ଶତକ ହାସଲ କରିଥିଲେ। ତାଙ୍କୁ ଏହି ଇନିଂସରେ ଜୋ ରୁଟ୍ ଭରପୂର ସହଯୋଗ କରିଥିଲେ। ଉଭୟ ଦ୍ୱିତୀୟ ୱିକେଟ୍ ପାଇଁ ୩୧.୩ ଓଭର୍‌ ସୁଦ୍ଧା ୨୦୫ ରନ୍‌ ସଂଗ୍ରହ କରିଥିଲେ।

ଏହି ସମୟରେ ୨୯ ବଲରେ ୨୧ ରନ୍ କରିଥିବା ରୁଟଙ୍କୁ ସୈଫୁଦ୍ଦିନ କ୍ଲିନ୍‌ବୋଲ୍ଡ କରିଦେଇଥିଲେ। ଦଳୀୟ ସ୍କୋରରେ ଆଉ ୩୦ ରନ୍‌ ଯୋଡ଼ି ରୟ ମଧ୍ୟ ୧୫୩ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ପ୍ରମୋସନ ପାଇଁ ୪ନଂରେ ବ୍ୟାଟିଂ କରିବାକୁ ଆସିଥିବା ଜୋଶ ବଟଲର ନିଜର ଅସଲ ଯାଦୁ ଦେଖାଇଥିଲେ। ସେ ନିଜର ଅର୍ଦ୍ଧଶତକ ହାସଲ କରିବା ପରେ ଆହୁରି ଭୟଙ୍କର ହୋଇ ଉଠିଥିଲେ। ବଟଲର ୪୪ଟି ବଲ୍‌ରେ ୪ ଛକା ଓ ୨ଟି ଚୌକା ବଳରେ ୬୪ ରନ୍‌ କରିଥିବା ବେଳେ ତାଙ୍କୁ ମହମ୍ମଦ ସୈଫୁଦ୍ଦିନ ନିଜର ଦ୍ୱିତୀୟ ଶିକାର କରିଥିଲେ।

ବଟଲର ଆଉଟ୍‌ ହେବା ପରେ ଅଧିନାୟକ ମୋର୍ଗାନ ଓ ବେନ ଷ୍ଟୋକ୍ସ ଇଂଲଣ୍ଡ ଇନିଂସ୍‌କୁ ଆଗକୁ ନେଇଥିଲେ। ତେବେ ଦଳୀୟ ସ୍କୋର ୩୪୦ ଥିବା ବେଳେ ବଡ଼ ଶଟ୍‌ ଖେଳିବା ଲୋଭରେ ମୋର୍ଗାନ(୩୫) ରନ୍‌ କରି ମେହିଦି ହାସନଙ୍କ ବଳରେ ଆଉଟ୍‌ ହୋଇଯାଇଥିଲେ। ଷ୍ଟୋକ୍ସ ମଧ୍ୟ ମାତ୍ର ୬ ରନ୍‌ କରି ମୁସ୍ତାଫିଜୁର ରେହମାନଙ୍କ ବଲ୍‌ରେ ପ୍ୟାଭିଲିୟନ ଫେରିଥିଲେ। ଶେଷ ଭାଗରେ କ୍ରିସ୍‌ ୱକ୍ସ ଓ ଲିଆମ ପ୍ଲଙ୍କେଟ୍‌ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାରୁ ଇଂଲଣ୍ଡ ୩୮୦ ରନ୍‌ ଅତିକ୍ରମ କରିଥିଲା।

୪୯ତମ ଓଭର୍‌ ବୋଲିଂ କରୁଥିବା ମୋର୍ତାଜା ୧୮ ରନ୍‌ ବ୍ୟୟ କରିଥିଲେ। ବିଶେଷ କରି ପ୍ଲଙ୍କେଟ ତାଙ୍କର ୪ଟି ବଲରୁ ୧୫ ରନ୍‌ ସଂଗ୍ରହ କରିଥିଲେ। ଶେଷ ଯାଏ ୱକ୍ସ ୮ଟି ବଲ୍‌ରେ ୧୮ ରନ୍‌ କରିଥିବା ବେଳେ ପ୍ଲଙ୍କେଟ ୯ଟି ବଲ୍‌ରେ ୨୭ ରନ୍‌ କରି ଅପରାଜିତ ରହିଥିଲେ।

ବାଂଲାଦେଶ ପକ୍ଷରୁ ମେହିଦ ହାସନ ଓ ସୈଫୁଦ୍ଦିନ ୨ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ମୋର୍ତାଜା ଏବଂ ମୁସ୍ତାଫିଜୁର ଗୋଟିଏ ଲେଖାଏ ୱିକେଟ୍‌ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story