ଭାରତକୁ ହରାଇବାକୁ ଏମିତି ଯୋଜନା କରୁଛି ବାଂଲାଦେଶ

ନାଗପୁର: ଆସନ୍ତାକାଲି ଭାରତ ଓ ବାଂଲାଦେଶ ମଧ୍ୟରେ ନିର୍ଣ୍ଣାୟକ ଟି-୨୦ ଖେଳାଯିବ। ପ୍ରଥମଥର ଭାରତକୁ ଟି-୨୦ ସିରିଜ୍‌ରେ ହରାଇବା ପାଇଁ ବାଂଲାଦେଶ ଫୁଲଦମରେ ଚେଷ୍ଟା କରିବ। ଏଥିପାଇଁ ଦଳ ସ୍ୱତନ୍ତ୍ର ଭାବେ ରଣନୀତି ପ୍ରସ୍ତୁତ କରୁଛି। ଭାରତ ପାଖରେ ଥିବା ଅନଭିଜ୍ଞ ବୋଲିଂ ବାହିନୀକୁ ବାଂଲାଦେଶ ଆସନ୍ତାକାଲିର ମ୍ୟାଚ୍‌ରେ ଟାର୍ଗେଟ କରି ଚାପ ସୃଷ୍ଟି କରିବେ ବୋଲି ଯୋଜନା କରିଛନ୍ତି। ଏ ସମ୍ପର୍କରେ ବାଂଲାଦେଶର କୋଚ ରସେଲ ଡୋମିନଗୋ କହିଛନ୍ତି, “ ଆମେ ଜାଣିଛୁ ଭାରତ ପାଖରେ […]

u

u

Hemant Lenka
  • Published: Saturday, 09 November 2019
  • Updated: 09 November 2019, 06:50 PM IST

Sports

Latest News

ନାଗପୁର: ଆସନ୍ତାକାଲି ଭାରତ ଓ ବାଂଲାଦେଶ ମଧ୍ୟରେ ନିର୍ଣ୍ଣାୟକ ଟି-୨୦ ଖେଳାଯିବ। ପ୍ରଥମଥର ଭାରତକୁ ଟି-୨୦ ସିରିଜ୍‌ରେ ହରାଇବା ପାଇଁ ବାଂଲାଦେଶ ଫୁଲଦମରେ ଚେଷ୍ଟା କରିବ। ଏଥିପାଇଁ ଦଳ ସ୍ୱତନ୍ତ୍ର ଭାବେ ରଣନୀତି ପ୍ରସ୍ତୁତ କରୁଛି। ଭାରତ ପାଖରେ ଥିବା ଅନଭିଜ୍ଞ ବୋଲିଂ ବାହିନୀକୁ ବାଂଲାଦେଶ ଆସନ୍ତାକାଲିର ମ୍ୟାଚ୍‌ରେ ଟାର୍ଗେଟ କରି ଚାପ ସୃଷ୍ଟି କରିବେ ବୋଲି ଯୋଜନା କରିଛନ୍ତି।

ଏ ସମ୍ପର୍କରେ ବାଂଲାଦେଶର କୋଚ ରସେଲ ଡୋମିନଗୋ କହିଛନ୍ତି, “ ଆମେ ଜାଣିଛୁ ଭାରତ ପାଖରେ ଅନଭିଜ୍ଞ ବୋଲର ରହିଛନ୍ତି। ଯଦି ଆମେ ଭଲ ବ୍ୟାଟିଂ କରିବୁ ଓ ଯୋଜନା ଅନୁସାରେ ଖେଳ ପ୍ରଦର୍ଶନ କରିପାରିବୁ, ତା’ହେଲେ ନିଶ୍ଚିତ ଭାବେ ଭାରତ ପାଖରେ ଥିବା ଅନଭିଜ୍ଞ ବୋଲରଙ୍କ ଉପରେ ଚାପ ସୃଷ୍ଟି କରିପାରିବୁ। ଆମେ ଜାଣିଛୁ ଭାରତ ଗୋଟିଏ ଭଲ ଦଳ। କିନ୍ତୁ ଆମେ ଯଦି ଆମ ଦକ୍ଷତା ଅନୁସାରେ ବ୍ୟାଟିଂ କରି ସ୍କୋର ବୋର୍ଡରେ ରନ୍‌ ଯୋଡ଼ି ପାରିବୁ, ତେବେ ୨-୧ରେ ସିରିଜ ଜିତିବାରେ ଆମକୁ କେହି ବି ଅଟକାଇ ପାରିବେ ନାହିଁ।”

ଭାରତୀୟ ଟିମ୍‌ରେ ଏବେ ଯଶପ୍ରୀତ ବୁମ୍ରା ଓ ଭୁବନେଶ୍ୱର କୁମାରଙ୍କ ଭଳି ଖେଳାଳି ନାହାନ୍ତି। ତେଣୁ ଦୀପକ ଚହର ଓ ଖଲୀଲ ଅହମ୍ମଦ ଦ୍ରୁତ ବୋଲିଂର ମଙ୍ଗ ସମ୍ଭାଳୁଛନ୍ତି। ତେବେ ଏହି ଦୁଇ ଖେଳାଳି ଏଯାଏ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos