ଭୁବନେଶ୍ୱରରେ ପହଞ୍ଚିଲେ ଟିମ୍‌ ଇଣ୍ଡିଆ ଏବଂ ଇଂଲଣ୍ଡ ଖେଳାଳି

ଭୁବନେଶ୍ୱର: ଆସନ୍ତାକାଲି ବାରବାଟୀରେ ଦିନିକିଆ ମ୍ୟାଚ୍ ଖେଳାଯିବ। ସିରିଜର ଦ୍ୱିତୀୟ ମ୍ୟାଚ୍‌ ଲାଗି କଟକରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ। ଏଥିପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଉଭୟ ଦଳର ଖେଳାଳି। କଡା ସୁରକ୍ଷା ମଧ୍ୟରେ ଖେଳାଳିମାନେ ମେ ଫେୟାର ହୋଟେଲକୁ ଯାଇଥିଲେ। ଅପରାହ୍ନରେ ଉଭୟ ଦଳର ଖେଳାଳି ବାରବାଟୀ ଷ୍ଟାଡିୟମକୁ ଯାଇ ଅଭ୍ୟାସ କରିଥିଲେ। ଗତକାଲି ଉଭୟ କଟକ ଓ ଭୁବନେଶ୍ୱରରେ କମିଶନରେଟ୍‌ ପୋଲିସ୍ ମକ୍‌ ଡ୍ରିଲ କରିଥିଲା। ପୋଲିସ୍‌ କମିଶନର ବିମାନ ବନ୍ଦର ଯାଇ […]

barabati

barabati

Rakesh Mallick
  • Published: Wednesday, 18 January 2017
  • Updated: 18 January 2017, 07:58 PM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ବାରବାଟୀରେ ଦିନିକିଆ ମ୍ୟାଚ୍ ଖେଳାଯିବ। ସିରିଜର ଦ୍ୱିତୀୟ ମ୍ୟାଚ୍‌ ଲାଗି କଟକରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ। ଏଥିପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଉଭୟ ଦଳର ଖେଳାଳି। କଡା ସୁରକ୍ଷା ମଧ୍ୟରେ ଖେଳାଳିମାନେ ମେ ଫେୟାର ହୋଟେଲକୁ ଯାଇଥିଲେ। ଅପରାହ୍ନରେ ଉଭୟ ଦଳର ଖେଳାଳି ବାରବାଟୀ ଷ୍ଟାଡିୟମକୁ ଯାଇ ଅଭ୍ୟାସ କରିଥିଲେ।

ଗତକାଲି ଉଭୟ କଟକ ଓ ଭୁବନେଶ୍ୱରରେ କମିଶନରେଟ୍‌ ପୋଲିସ୍ ମକ୍‌ ଡ୍ରିଲ କରିଥିଲା। ପୋଲିସ୍‌ କମିଶନର ବିମାନ ବନ୍ଦର ଯାଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ବକ୍ସ କାରକେଡ୍‌ ଫର୍ମାଟରେ ଖେଳାଳି ବିମାନବନ୍ଦରକୁ ହୋଟେଲ ମେ ଫେୟାରକୁ ଆସିଥିଲେ। ମ୍ୟାଚ୍‌ ଦିନ ଷ୍ଟାଡିୟମରେ ୬୩ ପ୍ଲାଟୁନ ଫୋର୍ସ ରହିବେ। ୩୦୦ ଅଫିସର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ। ଭୁବନେଶ୍ୱରରେ ୨୦ରୁ ୨୫ ପ୍ଲାଟୁନ ଫୋର୍ସ ରହିବେ ବୋଲି କମିଶନରେଟ୍ ପୋଲିସ୍ ପକ୍ଷରୁ କୁହାଯାଇଛି। ଖେଳାଳି ଓ ଅଫିସିଆଲଙ୍କ ପାଇଁ ହୋଟେଲରେ ୮୭ଟି ରୁମ୍‌ ବୁକ୍‌ ହୋଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos