ବାରବାଟୀ ଦିନିକିଆ ପାଇଁ କାଉଣ୍ଟରରେ ଟିକେଟ୍‌ ବିକ୍ରି

କଟକ: ଭାରତ-ଇଂଲଣ୍ଡ ବାରବାଟୀ ଦିନିକିଆ ପାଇଁ  ଆଜିଠାରୁ କାଉଣ୍ଟରରେ  ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। ଏହା ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ। ସାଧାରଣ ଦର୍ଶକଙ୍କ ଲାଗି ୩ଟି କାଉଣ୍ଟରରେ ଟିକେଟ୍‌ ବିକ୍ରି  ବ୍ୟବସ୍ଥା କରାଯାଇଛି।

ସାଧାରଣ ଦର୍ଶକଙ୍କ ପାଇଁ ୧୫,୪୪୪ଟି ଟିକେଟ୍ ବିକ୍ରି କରାଯିବ। ଅନ୍‌ଲାଇନ୍‌ରେ ୮,୨୯୦ ଓ ଓସିଏ ଅନୁବନ୍ଧିତ ସଂସ୍ଥାଙ୍କୁ ୮,୬୬୯ଟି ଟିକେଟ୍ ବିକ୍ରି କରାଯାଇଛି।

ଟିକେଟ୍‌  ବିକ୍ରିକୁ ଶୃଙ୍ଖଳିତ କରିବା ପାଇଁ କାଉଣ୍ଟରେ  ବ୍ୟାରିକେଡ୍‌ ବ୍ୟବସ୍ଥା ସହ ସିସିଟିଭି ଲଗାଯାଇଛି।  ୧୦ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।

ଆସନ୍ତା ୧୯ ତାରିଖରେ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ବାରବାଟୀରେ ଖେଳାଯିବ। ଏଥିପାଇଁ ୧୮ ତାରିଖରେ ଉଭୟ ଦଳ ଭୁବନେଶ୍ୱରରେ ପହଞ୍ଚିବେ। ସେଥିପାଇଁ ପୋଲିସ୍ କମିଶନରେଟ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଭୁବନେଶ୍ୱର ବିମାନବନ୍ଦରରୁ ହୋଟେଲ୍ ଓ ଷ୍ଟାଡିୟମ୍ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ। ଭୁବନେଶ୍ୱରରେ ୨୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ। ଆସନ୍ତାକାଲି ପୋଲିସ୍ କମିଶନର ବାରବାଟୀ ଯାଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବେ।