୨୨ ବର୍ଷ ପରେ ବାରବାଟୀକୁ ପୁଣି ଫେରିଲା ଟେଷ୍ଟ

କଟକ: ରାଜ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖ‍ବର। ଦୀର୍ଘ ୨୨ ବର୍ଷର ଅପେକ୍ଷା ପରେ କଟକ ବାରବାଟୀ ଷ୍ଟାଡିୟମକୁ ମିଳିଛି ଟେଷ୍ଟ ଭେନ୍ୟୁ ମାନ୍ୟତା। ଆଜି ବିସିସିଆଇର ଏଜିଏମ୍‌ ବୈଠକରେ ବାରବାଟୀକୁ ମିଳିଛି ଗ୍ରୀନ ସିଗ୍‌ନାଲ। ୨୨ ବର୍ଷ ଅପେକ୍ଷାର ଅନ୍ତ ଘଟିବା ପରେ ବାରବାଟୀରେ ଖେଳାଯିବ ଟେଷ୍ଟ ମ୍ୟାଚ୍‌। ମୁମ୍ବାଇରେ ବସିଥିବା ଏଜିଏମ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୨୦୧୪ରେ ବିସିସିଆଇର ଟିମ୍‌ ଆସି ବାରବାଟୀ ଷ୍ଟାଡିୟମ ଅନୁଧ୍ୟାନ କରି ଟେଷ୍ଟ ମ୍ୟାଚ୍‌ ପାଇଁ […]

barabati

barabati

Rakesh Mallick
  • Published: Wednesday, 21 September 2016
  • Updated: 21 September 2016, 10:43 PM IST

Sports

Latest News

barabatiକଟକ: ରାଜ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖ‍ବର। ଦୀର୍ଘ ୨୨ ବର୍ଷର ଅପେକ୍ଷା ପରେ କଟକ ବାରବାଟୀ ଷ୍ଟାଡିୟମକୁ ମିଳିଛି ଟେଷ୍ଟ ଭେନ୍ୟୁ ମାନ୍ୟତା। ଆଜି ବିସିସିଆଇର ଏଜିଏମ୍‌ ବୈଠକରେ ବାରବାଟୀକୁ ମିଳିଛି ଗ୍ରୀନ ସିଗ୍‌ନାଲ।

୨୨ ବର୍ଷ ଅପେକ୍ଷାର ଅନ୍ତ ଘଟିବା ପରେ ବାରବାଟୀରେ ଖେଳାଯିବ ଟେଷ୍ଟ ମ୍ୟାଚ୍‌। ମୁମ୍ବାଇରେ ବସିଥିବା ଏଜିଏମ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

୨୦୧୪ରେ ବିସିସିଆଇର ଟିମ୍‌ ଆସି ବାରବାଟୀ ଷ୍ଟାଡିୟମ ଅନୁଧ୍ୟାନ କରି ଟେଷ୍ଟ ମ୍ୟାଚ୍‌ ପାଇଁ ସବୁଜ ସଙ୍କେତ ଦେଇଥିଲେ। ୨୦୧୫ ଦକ୍ଷିଣ ଆଫ୍ରିକା ଟି-୨୦ରେ ଦର୍ଶକଙ୍କ ବିଶୃଙ୍ଖଳା ବାରବାଟୀକୁ ଟେଷ୍ଟ ଭେନ୍ୟୁରେ ବାଧକ ସାଜିଥିଲା। ବୋତଲ ଫିଙ୍ଗାକୁ ନେଇ ବାରବାଟୀ ବାଦ୍‌ନାମ ହେବା ପରେ ଟେଷ୍ଟ ମାନ୍ୟତା ମିଳିବା ନେଇ ବିଳମ୍ବ ହୋଇଥିଲା।

ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା କହିଛନ୍ତି,“ମୁଁ ବହୁତ ଖୁସି, ଏହି ଟେଷ୍ଟ ମାନ୍ୟତା ଗତ ବର୍ଷ ସେପ୍ଟେମ୍ବରରେ ମିଳିବା କଥା । କିନ୍ତୁ କେଉଁ କାରଣ ପାଇଁ ଏହା ବିଳମ୍ବ ହେଲା ସମସ୍ତେ ଜାଣିଛନ୍ତି। ଏନେଇ ଆମେ ବିସିସିଆଇ ନିକଟରେ ଉତ୍ତର ରଖିଥିଲୁ। ଆଜି ଆନୁଷ୍ଠାନିକ ଭାବେ ଏଜିଏମ୍ ବୈଠକରେ ଟେଷ୍ଟ ମାନ୍ୟତା ମିଳିବା ନେଇ ଘୋଷଣା ହେଲା। ଏନେଇ ସମସ୍ତ ଦର୍ଶକ, ଖେଳାଳି ଓ ବିସିସିଆଇର ସଭାପତି ଅନୁରାଗ ଠାକୁରଙ୍କୁ ଧନ୍ୟବାଦ ଦେବି।”

ସୂଚନାଯୋଗ୍ୟ, ୧୯୮୭ରେ ଓଡ଼ିଶାରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା। ଏହି ଗ୍ରାଉଣ୍ଡରେ ଶ୍ରୀଲଙ୍କାକୁ ହରାଇଥିଲା ଭାରତ। ଏହି ମ୍ୟାଚ୍‌ରେ ଟେଷ୍ଟ କ୍ୟାରିୟରର ୩୦୦ ୱିକେଟ ହାସଲ କରିଥିଲେ କପିଳ ଦେବ। ଏହାପରେ ୧୯୯୫ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ ଡ୍ର ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos