କ୍ୟାନସର ପୀଡ଼ିତଙ୍କୁ ଭେଟିଲେ ଯୁବରାଜ

ଭୁବନେଶ୍ୱର: ବାରବାଟୀରେ ଭାରତ ବିଜୟର ପ୍ରମୁଖ ଭୂମିକା ନେଇଥିବା କ୍ରିକେଟର ଯୁବରାଜ ସିଂ ଆଜି ହୋଟେଲ ମେ ଫେୟାରରେ କିଛି କ୍ୟାନସର ପୀଡ଼ିତ ଓ ଅଟିଜିମ୍‌ ଶିଶୁଙ୍କୁ ଭେଟିଛନ୍ତି। ଜୀବନ କଣ ଜାଣିବା ପୂର୍ବରୁ  କ୍ୟାନସର ଭଳି ରୋଗରେ ପୀଡ଼ିତ ଏହି ଶିଶୁମାନେ ଯୁବରାଜଙ୍କଠାରୁ କର୍କଟ ସହ ଲଢ଼ି ଜୀବନ ଜିଇଁବାର ମନ୍ତ୍ର ନେଇଥିଲେ। ପିଲାମାନେ ଯୁବରାଜଙ୍କ ସହ ଫଟୋ ଉଠାଇବା ସହ ଅଟୋଗ୍ରାଫ ବି ନେଇଥିଲେ। ପ୍ରିୟ କ୍ରିକେଟ ଷ୍ଟାରଙ୍କୁ ପାଖରେ ପାଇ ଶିଶୁମାନେ ଆନନ୍ଦିତ ଥିଲେ।