ଧୋନି ବନାମ ଆଇସିସି: ମାହିଙ୍କ ସମର୍ଥନରେ ବିସିସିଆଇ ଓ ପୂରା ଦେଶ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ସୁପରଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନିଙ୍କ କିପିଙ୍ଗ ଗ୍ଲୋଭସରେ ‘ବଳିଦାନ’ ବ୍ୟାଜକୁ ନେଇ ଏବେ ବିସିସିଆଇ ଓ ଆଇସିସି ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପଟେ ଧୋନିଙ୍କ ଏହି ବଳିଦାନ ପ୍ରତୀକ ଲାଗିଥିବା ଗ୍ଲୋଭସକୁ ନେଇ ଆଇସିସି ଆପତ୍ତି କରିଥିବା ବେଳେ ବିସିସିଆଇ ବ୍ୟାଜ ଲଗାଯିବାକୁ ସମର୍ଥନ କରିଛି। କିନ୍ତୁ ଏବେ କେବଳ ବିସିସିଆଇ ନୁହେଁ, ପୂରା ଦେଶ ଧୋନିଙ୍କ ସମର୍ଥନରେ ଛିଡ଼ା ହୋଇଛି। ଏହି ମାମଲାକୁ ନେଇ ବିସିସିଆଇର ସିଓଏ ମୁଖ୍ୟ […]

dhoni and bcci

dhoni and bcci

Hemant Lenka
  • Published: Friday, 07 June 2019
  • Updated: 07 June 2019, 04:14 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ସୁପରଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନିଙ୍କ କିପିଙ୍ଗ ଗ୍ଲୋଭସରେ 'ବଳିଦାନ' ବ୍ୟାଜକୁ ନେଇ ଏବେ ବିସିସିଆଇ ଓ ଆଇସିସି ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପଟେ ଧୋନିଙ୍କ ଏହି ବଳିଦାନ ପ୍ରତୀକ ଲାଗିଥିବା ଗ୍ଲୋଭସକୁ ନେଇ ଆଇସିସି ଆପତ୍ତି କରିଥିବା ବେଳେ ବିସିସିଆଇ ବ୍ୟାଜ ଲଗାଯିବାକୁ ସମର୍ଥନ କରିଛି। କିନ୍ତୁ ଏବେ କେବଳ ବିସିସିଆଇ ନୁହେଁ, ପୂରା ଦେଶ ଧୋନିଙ୍କ ସମର୍ଥନରେ ଛିଡ଼ା ହୋଇଛି।

ଏହି ମାମଲାକୁ ନେଇ ବିସିସିଆଇର ସିଓଏ ମୁଖ୍ୟ ବିନୋଦ ରାଏ କହିଛନ୍ତି, "ଆମେ ଧୋନିଙ୍କ ସମର୍ଥନରେ ଅଛୁ। ଧୋନିଙ୍କୁ ତାଙ୍କର 'ବଳିଦାନ ବ୍ୟାଜ୍' ପିନ୍ଧିବାର ଅନୁମତି ପାଇଁ ଆମେ ଆଇସିସିକୁ ଚିଠି ଲେଖିସାରିଛୁ। ଧୋନିଙ୍କ କିପିଙ୍ଗ ଗ୍ଲୋଭସରେ ଯେଉଁ ପ୍ରତୀକ ଲାଗିଛି, ତାହା କୌଣସି ଧାର୍ମିକ ପ୍ରତୀକ ନୁହେଁ କିମ୍ବା କୌଣସି କମର୍ସିଆଲ ଏନଡର୍ସମେଣ୍ଟ ପାଇଁ ନୁହେଁ। ତେଣୁ ଆଇସିସି ଏହା ଉପରେ ବିଚାର କରି ଧୋନିଙ୍କୁ ଏହି ପ୍ରତୀକ ବ୍ୟବହାର କରିବାକୁ ଅନୁମତି ଦେଉ ବୋଲି ଆମେ ଚିଠିରେ ଉଲ୍ଲେଖ କରିଛୁ।"

ସେହିପରି ଏହି ମାମଲାରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଚେୟାରମ୍ୟାନ୍ ରାଜୀବ ଶୁକ୍ଳା ମଧ୍ୟ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, "ମୋ ମତରେ ଧୋନି କୌଣସି ଭୁଲ୍ କରିନାହାନ୍ତି। ଆଇସିସି କେବଳ କମର୍ସିଆଲ୍ ଏନଡର୍ସମେଣ୍ଟ ବିରୋଧରେ ଆପତ୍ତି କରିପାରିବ। କିନ୍ତୁ ଧୋନି ଏଠାରେ ସେଭଳି କୌଣସି କାମ କରିନାହାନ୍ତି। ସେ କେବଳ ଦେଶର ସମ୍ମାନ ପାଇଁ ଏହି ପ୍ରତୀକକୁ ବ୍ୟବହାର କରିଛନ୍ତି। ତେଣୁ ଆଇସିସି ପକ୍ଷରୁ ଏଥିରେ କୌଣସି ଆପତ୍ତି ନହେବା ଦରକାର।"

ଏହି ମାମଲାରେ ପ୍ରଶଂସକମାନେ ଆଇସିସିକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ପ୍ରଶଂସକଙ୍କ ମତରେ ଆଇସିସି ପାକିସ୍ତାନ କ୍ରିକେଟରଙ୍କ ଦ୍ୱାରା ମଇଦାନରେ ନମାଜ ପାଠକୁ ଯଦି ସମର୍ଥନ କରିପାରିଛୁ, ତାହେଲେ ଧୋନିଙ୍କ ବଳିଦାନ ବ୍ୟାଜକୁ ନେଇ କାହିଁକି ଆପତ୍ତି ପ୍ରକାଶ କରୁଛି।

ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆ କହିଛନ୍ତି, ଜଣେ ଖେଳାଳି ପାଇଁ ଖେଳର ନିୟମକୁ ସମ୍ମାନ ଜଣାଇବା ମୁଖ୍ୟ କଥା। ଧୋନି ଜଣେ ସିନିୟର ଖେଳାଳି ଏବଂ ମଇଦାନରେ ଭଲ ଉଦାହରଣ ସୃଷ୍ଟି କରିଛନ୍ତି। ଖେଳରେ ନିୟମ ହେଉଛି ସବୁକିଛି। ଯଦି ଧୋନି କୌଣସି ନିୟମ ବିରୋଧୀ କାମ କରିଛନ୍ତି, ତା'ହେଲେ ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଭୂତିଆ କହିଛନ୍ତି।

ସୂଚନାଯୋଗ୍ୟ, ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଧୋନି ଯେଉଁ କିପିଙ୍ଗ୍ ଗ୍ଲୋଭସ ପିନ୍ଧିଥିଲେ, ସେଥିରେ ସେନାର ଏକ ଧଳା ରଙ୍ଗର ଛୋଟ ପ୍ରତୀକ ଲାଗିଥିଲା। ଧୋନିଙ୍କ ଏହି ସବୁଜ ଗ୍ଲୋଭସ ଉପରେ ପ୍ରଶଂସକଙ୍କ ନଜର ପଡ଼ିଥିଲା, ଯେଉଁଥିରେ ଇଣ୍ଡିଆନ ପାରା ସ୍ପେଶାଲ ଫୋର୍ସର ପ୍ରତୀକ ଲାଗିଥିଲା। ଏହା ବଳିଦାନ ତଥା ତ୍ୟାଗର ପ୍ରତୀକ ଭାବେ ବେଶ୍ ପରିଚିତ। ଦେଶ ପ୍ରତି ଧୋନିଙ୍କ ଭଲ ପାଇବା ଏବଂ ପାରା-କମାଣ୍ଡୋଙ୍କ ପ୍ରତି ରହିଥିବା ସମ୍ମାନକୁ ପ୍ରଶଂସକ ଜୋରଦାର ସମର୍ଥନ କରିଥିଲେ।

ତେବେ ଧୋନିଙ୍କ ଗ୍ଲୋଭସରେ ଥିବା ଏହି ପ୍ରତୀକକୁ ସମସ୍ତେ ବ୍ୟବହାର କରିପାରିବେ ନାହିଁ। ଏହାକୁ କେବଳ ପାରା-କମାଣ୍ଡୋ ଅଫିସର ହିଁ ବ୍ୟବହାର କରିପାରିବେ। ୨୦୧୧ରେ ଧୋନିଙ୍କୁ ପାରାଚୁଟ୍ ରେଜିମେଣ୍ଟ ପକ୍ଷରୁ ଲ୍ୟୁଟେନାଣ୍ଟ କର୍ନେଲ୍ ରାଙ୍କ୍ ସମ୍ମାନ ପ୍ରଦାନ କରାଯାଇଥିଲା। ୨୦୧୫ରେ ସେ ପାରା ବ୍ରିଗେଡ୍ ଅଧୀନରେ ଟ୍ରେନିଂ ନେଇଥିଲେ। ଧୋନି ପୂର୍ବରୁ ଏଭଳି ପ୍ରତୀକକୁ ଅନେକଥର ନିଜ ଟୋପି ଏବଂ ମୋବାଇ୍ କଭରରେ ବ୍ୟବହାର କରିଥିଲେ ମଧ୍ୟ ବିଶ୍ୱକପ୍ ମ୍ୟାଚ ପାଇଁ କିପିଂ ଗ୍ଲୋଭସରେ ଏହାକୁ ଲଗାଇ ସେ ପ୍ରଶଂସକଙ୍କ ସମର୍ଥନ ସାଉଁଟିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story