ଏବେ ବି ପାକିସ୍ତାନକୁ ଦରଦ ଦେଖାଉଛି ବିସିସିଆଇ!

ମୁମ୍ବାଇ: ଭାରତର ପ୍ରସିଦ୍ଧ କ୍ରିକେଟ କ୍ଲବ, ବିଭିନ୍ନ ରାଜ୍ୟର କ୍ରିକେଟ ଆସୋସିଏସନ୍‌ ଯଥା ହମାଚଳ, ପଞ୍ଜାବ, ରାଜସ୍ଥାନ ଓ କର୍ଣ୍ଣାଟକା ପୁଲୱାମା ଆକ୍ରମଣ ପରେ ପାକିସ୍ତାନ କ୍ରିକେଟରଙ୍କ ଫଟୋ ନିଜ ନିଜ ଷ୍ଟାଡିୟମରୁ ହଟାଇ ଦେଇଛନ୍ତି। ପୁଲୱାମା ସହିଦଙ୍କ ସମ୍ମାନାର୍ଥେ ସେମାନେ ଏଭଳି କରିଥିବା କହିଛନ୍ତି। ହେଲେ ବିସିସିଆଇ ଏତେ ସବୁ ପରେ ମଧ୍ୟ ପାକିସ୍ତାନ ଓ ପାକିସ୍ତାନ ଖେଳାଳିଙ୍କ ସ୍ମୃତିକୁ ମନେ ରଖିବାକୁ ଚେଷ୍ଟା କରିଛି। ବିସିସିଆଇର ମୁମ୍ବାଇ ସ୍ଥିତ ମୁଖ୍ୟାଳୟରେ ଏବେ ବି ପାକିସ୍ତାନ […]

g

g

Hemant Lenka
  • Published: Wednesday, 20 February 2019
  • Updated: 20 February 2019, 04:52 PM IST

Sports

Latest News

ମୁମ୍ବାଇ: ଭାରତର ପ୍ରସିଦ୍ଧ କ୍ରିକେଟ କ୍ଲବ, ବିଭିନ୍ନ ରାଜ୍ୟର କ୍ରିକେଟ ଆସୋସିଏସନ୍‌ ଯଥା ହମାଚଳ, ପଞ୍ଜାବ, ରାଜସ୍ଥାନ ଓ କର୍ଣ୍ଣାଟକା ପୁଲୱାମା ଆକ୍ରମଣ ପରେ ପାକିସ୍ତାନ କ୍ରିକେଟରଙ୍କ ଫଟୋ ନିଜ ନିଜ ଷ୍ଟାଡିୟମରୁ ହଟାଇ ଦେଇଛନ୍ତି। ପୁଲୱାମା ସହିଦଙ୍କ ସମ୍ମାନାର୍ଥେ ସେମାନେ ଏଭଳି କରିଥିବା କହିଛନ୍ତି।

ହେଲେ ବିସିସିଆଇ ଏତେ ସବୁ ପରେ ମଧ୍ୟ ପାକିସ୍ତାନ ଓ ପାକିସ୍ତାନ ଖେଳାଳିଙ୍କ ସ୍ମୃତିକୁ ମନେ ରଖିବାକୁ ଚେଷ୍ଟା କରିଛି। ବିସିସିଆଇର ମୁମ୍ବାଇ ସ୍ଥିତ ମୁଖ୍ୟାଳୟରେ ଏବେ ବି ପାକିସ୍ତାନ କ୍ରିକେଟରଙ୍କ ଫଟୋ ଏବଂ ଦସ୍ତଖତ ରହିଥିବା ବ୍ୟାଟ୍‌ଗୁଡ଼ିକ ବେଶ ସୁନ୍ଦର ଭାବେ ସଜାଇ ରଖାଯାଇଛି।

ଚାରିଆଡ଼ୁ ପାକିସ୍ତାନକୁ ବିରୋଧ ହେଉଥିଲେ ହେଁ ବିସିସିଆଇ ମୁଖ୍ୟାଳୟ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ସେହିପରି ବିଭିନ୍ନ ମହଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ହେବା ଠିକ୍‌ ନୁହେଁ ବୋଲି ଦାବି ହେଉଥିବା ବେଳେ ବିସିସିଆଇ କେବଳ ନିଜ ମୁଣ୍ଡର ଦୋଷ ଛଡ଼ାଇବାରେ ଲାଗିଛି।

ପାକିସ୍ତାନ ଖେଳାଳିମାନେ ଭାରତ ଆସିବା ସମୟରେ ସ୍ମୃତି ରଖିବା ଉଦ୍ଦେଶ୍ୟରେ ବ୍ୟାଟ୍‌ରେ ଦସ୍ତଖତ କରନ୍ତି। ଏହାକୁ ବିସିସିଆଇ ଅଫିସରେ ରଖାଯାଏ। ସେହିପରି ଫଟୋ ମଧ୍ୟ ଉଠାନ୍ତି। ଏହାକୁ ଖେଳାଳିଙ୍କ ସମ୍ମାନ ପାଇଁ ବିଭିନ୍ନ ସ୍ଥାନରେ ଡିସ୍‌ପ୍ଲେ କରାଯାଏ।

ପୁଲୱାମା ଆକ୍ରମଣ ପଛରେ ପାକିସ୍ତାନ ହାତ ଥିବାରୁ ପାକ୍‌ ଖେଳାଳିଙ୍କୁ ଭାରତରେ ସ୍ଥାନ ମିଳିବା ଉଚିତ୍‌ ନୁହେଁ ବୋଲି ଦାବି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ସିସିଆଇ ପାକ୍‌ ଖେଳାଳିଙ୍କ ଫଟୋକୁ ହଟାଇଥିଲା। ଏଥିରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଫଟୋ ମଧ୍ୟ ରହିଥିଲା।

ଏହାପରେ ମୋହାଲି ଓ ପରେ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ୍‌, ରାଜସ୍ଥାନ କ୍ରିକେଟ ଆସୋସିଏସନ୍‌ ଓ ଆଜି କର୍ଣ୍ଣାଟକା କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ ଲାଗିଥିବା ପାକିସ୍ତାନ ଖେଳାଳିଙ୍କୁ ଫଟୋକୁ ହଟାଇ ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos