ସେନାବାହିନୀକୁ ୨୦ କୋଟି ଦେଲା ବିସିସିଆଇ

ନୂଆଦିଲ୍ଲୀ: ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଇପିଏଲ୍‌ର ୧୨ତମ ସଂସ୍କରଣର ଉଦ୍‌ଘାଟନୀ ଉତ୍ସବ ପାଇଁ ଖର୍ଚ୍ଚ କରାଯିବାକୁ ଥିବା ଅର୍ଥକୁ ବିସିସିଆଇ ପକ୍ଷରୁ ଆଜି ସେନା ବାହିନୀକୁ ଦିଆଯାଇଛି। ପୁଲୱାମା ଆତଙ୍କୀ ହମ୍‌ଲା ପରେ ସେନା କଲ୍ୟାଣ ପାଣ୍ଠିକୁ ଏହି ଅର୍ଥ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା। ଆଜି ମ୍ୟାଚ୍‌ ପକ୍ଷରୁ ଅର୍ଥ ସେନା ବାହିନୀକୁ ଦିଆଯାଇଥିବା ବିସିସିଆଇ ପକ୍ଷରୁ କୁହାଯାଇଛି। ଆଇପିଏଲ୍‌ ଉଦ୍‌ଘାଟନୀ ଉତ୍ସବ ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। କିନ୍ତୁ ଚଳିତ ବର୍ଷ ପୁଲୱାମା […]

yr

yr

Hemant Lenka
  • Published: Saturday, 23 March 2019
  • Updated: 23 March 2019, 07:34 PM IST

ନୂଆଦିଲ୍ଲୀ: ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଇପିଏଲ୍‌ର ୧୨ତମ ସଂସ୍କରଣର ଉଦ୍‌ଘାଟନୀ ଉତ୍ସବ ପାଇଁ ଖର୍ଚ୍ଚ କରାଯିବାକୁ ଥିବା ଅର୍ଥକୁ ବିସିସିଆଇ ପକ୍ଷରୁ ଆଜି ସେନା ବାହିନୀକୁ ଦିଆଯାଇଛି।

ପୁଲୱାମା ଆତଙ୍କୀ ହମ୍‌ଲା ପରେ ସେନା କଲ୍ୟାଣ ପାଣ୍ଠିକୁ ଏହି ଅର୍ଥ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା। ଆଜି ମ୍ୟାଚ୍‌ ପକ୍ଷରୁ ଅର୍ଥ ସେନା ବାହିନୀକୁ ଦିଆଯାଇଥିବା ବିସିସିଆଇ ପକ୍ଷରୁ କୁହାଯାଇଛି।

ଆଇପିଏଲ୍‌ ଉଦ୍‌ଘାଟନୀ ଉତ୍ସବ ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। କିନ୍ତୁ ଚଳିତ ବର୍ଷ ପୁଲୱାମା ହମ୍‌ଲାକୁ ଦୃଷ୍ଟିରେ ରଖି କୌଣସି ଉଦ୍‌ଘାଟନୀ ଉତ୍ସବ ହୋଇନାହିଁ। ଏହି ୧୫ କୋଟି ଅର୍ଥ ସହ ବିସିସିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସିଓଏ ସୁପାରିସ୍‌ ଆଧାରରେ ଆଉ ୫ କୋଟି ଟଙ୍କା ମିଶାଇଥିଲା। ଏହି ୨୦ କୋଟି ଟଙ୍କାକୁ ଆଜି ସେନା ବାହିନୀର ବିଭିନ୍ନ ବିଭାଗକୁ ଦିଆଯାଇଛି।

ଆର୍ମିକୁ ୧୧ କୋଟି ଟଙ୍କା ଦିଆଯାଇଥିବା ବେଳେ ସିଆରପିଏଫ୍‌କୁ ୭ କୋଟି ଟଙ୍କା, ବାୟୁ ସେନା ଓ ନୌସେନାକୁ ୧ କୋଟି ଟଙ୍କା ଲେଖାଏ ଦିଆଯାଇଛି। ସେନାକୁ ସମ୍ମାନ ଜଣାଇ ବିସିସିଆଇ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos