ପାକ୍‌ ସହ ନ ଖେଳିଲେ ବ୍ୟାନ୍‌ ହେବ ବିସିସିଆଇ!

ନୂଆଦିଲ୍ଲୀ: ଆସନ୍ତା ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ବିସିସିଆଇ ତରତର ଭାବେ କୌଣସି ନିଷ୍ପତ୍ତି ନ ନେଉ। ବିଶ୍ୱକପ୍‌କୁ ବହୁ ସମୟ ଥିବାରୁ ଭାବି ବିଚାରି ସମସ୍ତ ନିଷ୍ପତ୍ତି ନିଆଯାଉ ବୋଲି ଆଜି କେନ୍ଦ୍ର ସରକାର ବିସିସିଆଇକୁ କହିଥିବା ଜଣାପଡ଼ିଛି। ଏନ୍‌ଡିଟିଭିରେ ପ୍ରକାଶିତ ଖବର ଅନୁଯାୟୀ, ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସବୁ ସ୍ତରରେ ପାକ୍‌କୁ ବ୍ୟାନ୍‌ କରାଯାଉ ବୋଲି ଦାବି ଜୋର ଧରିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ଆଗାମୀ ବିଶ୍ୱକପ୍‌ରୁ ଓହରି ଯାଉ କିମ୍ବା […]

sd

sd

Hemant Lenka
  • Published: Thursday, 21 February 2019
  • Updated: 21 February 2019, 08:12 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ବିସିସିଆଇ ତରତର ଭାବେ କୌଣସି ନିଷ୍ପତ୍ତି ନ ନେଉ। ବିଶ୍ୱକପ୍‌କୁ ବହୁ ସମୟ ଥିବାରୁ ଭାବି ବିଚାରି ସମସ୍ତ ନିଷ୍ପତ୍ତି ନିଆଯାଉ ବୋଲି ଆଜି କେନ୍ଦ୍ର ସରକାର ବିସିସିଆଇକୁ କହିଥିବା ଜଣାପଡ଼ିଛି।

ଏନ୍‌ଡିଟିଭିରେ ପ୍ରକାଶିତ ଖବର ଅନୁଯାୟୀ, ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସବୁ ସ୍ତରରେ ପାକ୍‌କୁ ବ୍ୟାନ୍‌ କରାଯାଉ ବୋଲି ଦାବି ଜୋର ଧରିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ଆଗାମୀ ବିଶ୍ୱକପ୍‌ରୁ ଓହରି ଯାଉ କିମ୍ବା ପାକିସ୍ତାନ ସହ ମ୍ୟାଚ୍‌ ନ ଖେଳୁ ବୋଲି ଅଧିକାଂଶ ଲୋକ ମତ ଦେଉଛନ୍ତି।

ହେଲେ ସରକାର ଆଜି ବିସିସିଆଇକୁ ଏ ସମ୍ପର୍କରେ ଜଣାଇଛନ୍ତି। ଯଦି ଭାରତ ବିଶ୍ୱକପ୍‌ରେ ପାକ୍‌ ବିପକ୍ଷ ମ୍ୟାଚ୍‌କୁ ବୟକଟ୍‌ କରେ, ତା’ହେଲେ ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ। ପାକିସ୍ତାନକୁ ଏକଘରିକିଆ କରିବାକୁ ଯାଇ ଭାରତ ଯେମିତି ସେହି ଜାଲରେ ନ ଫସିଯିବ, ସେଥିପ୍ରତି ବିସିସିଆଇ ଦୃଷ୍ଟି ରଖିବା ଦରକାର। ଯଦି ବିଶ୍ୱକପ୍‌ରେ ଭାରତ ପ୍ରତିପକ୍ଷ ପାକିସ୍ତାନ ସହ ନ ଖେଳେ, ତା’ହେଲେ ସେମାନେ ବିନା ମ୍ୟାଚ୍‌ରେ ୨ ପଏଣ୍ଟ ପାଇଯିବେ।

ସେହିପରି ଆଇସିସି ମଧ୍ୟ କିଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆଶଙ୍କା ରହିଛି। ଏପରି କି ଆଇସିସି ଏଥିପାଇଁ ବିସିସିଆଇ ଉପରେ ବ୍ୟାନ୍‌ ମଧ୍ୟ ଲଗାଇପାରେ। ତେଣୁ ସବୁ କଥାକୁ ବୁଝି ବିଚାରି ବିସିସିଆଇ ପଦକ୍ଷେପ ନେବା ଦରକାର।

ବିଶ୍ୱକପ୍‌ ପାଇଁ ଢେର ସମୟ ଥିବାରୁ ବିସିସିଆଇ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ନାନା ଦିଗ ପ୍ରତି ଦୃଷ୍ଟି ଦେବା ଏବଂ ଅପେକ୍ଷା କରିବା ଦରକାର ବୋଲି କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos