ବିଶ୍ୱକପ: ଧୱନଙ୍କ ସ୍ଥାନରେ ପନ୍ତ କିମ୍ବା ଆୟରଙ୍କୁ ମିଳିପାରେ ଡକରା

ଲଣ୍ଡନ: ଆହତ କାରଣରୁ ବିଶ୍ୱକପ୍‌ରୁ ୩ ସପ୍ତାହ ପାଇଁ ବାଦ୍‌ ପଡ଼ିଥିବା ଶିଖର ଧୱନଙ୍କ ବଦଳରେ କାହାକୁ ଟିମରେ ସାମିଲ କରାଯିବ, ତା’କୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। କୁହାଯାଉଛି, ରିଷଭ ପନ୍ତ କିମ୍ବା ଶ୍ରେୟସ ଆୟରଙ୍କ ମଧ୍ୟରୁ ଜଣଙ୍କୁ ବିସିସିଆଇ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ କରିବ। ଅନ୍ୟପକ୍ଷରେ ଧୱନଙ୍କ ଅଙ୍ଗୁଳି ଭାଙ୍ଗି ଯାଇଥିବାରୁ ସେ ଇଂଲଣ୍ଡରେ ରହିବେ ନା ସ୍ୱଦେଶ ଫେରିବେ, ସେକଥା ମଧ୍ୟ ସ୍ପଷ୍ଟ ହୋଇନାହିଁ। ତେଣୁ ଯଦି ଧୱନ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରନ୍ତି, […]

t

t

Hemant Lenka
  • Published: Tuesday, 11 June 2019
  • Updated: 11 June 2019, 03:54 PM IST

ଲଣ୍ଡନ: ଆହତ କାରଣରୁ ବିଶ୍ୱକପ୍‌ରୁ ୩ ସପ୍ତାହ ପାଇଁ ବାଦ୍‌ ପଡ଼ିଥିବା ଶିଖର ଧୱନଙ୍କ ବଦଳରେ କାହାକୁ ଟିମରେ ସାମିଲ କରାଯିବ, ତା’କୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। କୁହାଯାଉଛି, ରିଷଭ ପନ୍ତ କିମ୍ବା ଶ୍ରେୟସ ଆୟରଙ୍କ ମଧ୍ୟରୁ ଜଣଙ୍କୁ ବିସିସିଆଇ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ କରିବ। ଅନ୍ୟପକ୍ଷରେ ଧୱନଙ୍କ ଅଙ୍ଗୁଳି ଭାଙ୍ଗି ଯାଇଥିବାରୁ ସେ ଇଂଲଣ୍ଡରେ ରହିବେ ନା ସ୍ୱଦେଶ ଫେରିବେ, ସେକଥା ମଧ୍ୟ ସ୍ପଷ୍ଟ ହୋଇନାହିଁ। ତେଣୁ ଯଦି ଧୱନ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରନ୍ତି, ତା’ହେଲେ ପନ୍ତ ଓ ଆୟରଙ୍କ ମଧ୍ୟରୁ ଜଣଙ୍କୁ ବିସିସିଆଇ ଇଂଲଣ୍ଡ ପଠାଇବ।

ବିଶ୍ୱକପ୍‌ ସ୍କ୍ୱାଡ୍‌ ଚୟନ ପୂର୍ବରୁ ସମ୍ଭାବ୍ୟ ୧୫ ଜଣିଆ ତାଲିକାରେ ରିଷଭ ପନ୍ତ ରହିଥିଲେ। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କୁ ବିଶ୍ୱକପ୍‌ ସ୍କ୍ୱାଡ୍‌ରୁ ବାଦ୍‌ ଦିଆଯାଇଥିଲା। ତେବେ ପନ୍ତ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳି ଜବରଦସ୍ତ ପ୍ରଦର୍ଶନ କରିଥିଲେ।

ଅନ୍ୟପକ୍ଷରେ ଶ୍ରେୟସ ଆୟର ମଧ୍ୟ ଧୱନଙ୍କୁ ରିପ୍ଲେସ କରିପାରନ୍ତି। ଅବଶ୍ୟ ସେ ବିଶ୍ୱକପ୍‌ର ଷ୍ଟାଣ୍ଡବାଏରେ ନଥିଲେ। ଅମ୍ବାତି ରାୟୁଡୁଙ୍କୁ ବିସିସିଆଇ ୪ ନଂରେ ଖେଳାଇବା ପାଇଁ ଷ୍ଟାଣ୍ଡବାଏରେ ରଖିଥିଲେ।

ହେଲେ ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ରାୟୁଡୁଙ୍କ ବଦଳରେ ଶ୍ରେୟସ ଆୟରଙ୍କ ଉପରେ ଅଧିକ ଭରସା ଦେଖାଇଛି। କାରଣ ସେ ଜଣେ ୪ନଂ ସ୍ଥାନରେ ଖେଳି ପାରୁଥିବା ସ୍ପେଶାଲିଷ୍ଟ ବ୍ୟାଟସ୍‌ମ୍ୟାନ୍‌। ସେହିପରି ସେ ଏବେ ଇଂଲଣ୍ଡରେ ହିଁ ଅଛନ୍ତି। ସମ୍ଭବତଃ ତାଙ୍କୁ ଧୱନଙ୍କ ସ୍ଥାନରେ ନେବାକୁ ବିସିସିଆଇ ଅଧିକ ପସନ୍ଦ କରିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos