ରଣଜୀ ଟ୍ରଫିରେ ବି ଲାଗୁ ହେବ ଡିଆରଏସ୍‌!

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମ୍ୟାଚ୍‌ ଭଳି ଭାରତର ଘରୋଇ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ମ୍ୟାଚରେ ଡିସିସନ ରିଭ୍ୟୁ ସିଷ୍ଟମ(ଡି.ଆର.ଏସ)ର ବ୍ୟବହାର କରାଯିବ। ବିଶେଷ କରି ରଣଜୀ ଟ୍ରଫିର ନକ୍‌ ଆଉଟ୍‌ ମ୍ୟାଚ୍‌ ଗୁଡ଼ିକରେ ‘ଲିମିଟେଡ୍‌ ଡିଆରଏସ୍‌ ସିଷ୍ଟମ ବ୍ୟବହାର କରିବାକୁ ବିସିସିଆଇ ଯୋଜନା କରୁଥିବା ଜଣାପଡ଼ିଛି। ବିସିସିଆଇର ଜି.ଏମ. ସବା କରିମ କହିଛନ୍ତି, “ଆମେ ଏବେ ପରୀକ୍ଷାମୂଳକ ଭାବେ ଡିଆରଏସ୍‌କୁ ବ୍ୟବହାର କରିବାକୁ ଚାହୁଁଛୁ। ଡିଆରଏସ୍‌ ଦ୍ୱାରା ଘରୋଇ କ୍ରିକେଟକୁ କେତେ ଫାଇଦା ମିଳିବ, ତା’ର ବିଚାର କରାଯାଉଛି। […]

g

g

Hemant Lenka
  • Published: Saturday, 20 July 2019
  • Updated: 20 July 2019, 06:12 PM IST

Sports

Latest News

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମ୍ୟାଚ୍‌ ଭଳି ଭାରତର ଘରୋଇ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ମ୍ୟାଚରେ ଡିସିସନ ରିଭ୍ୟୁ ସିଷ୍ଟମ(ଡି.ଆର.ଏସ)ର ବ୍ୟବହାର କରାଯିବ। ବିଶେଷ କରି ରଣଜୀ ଟ୍ରଫିର ନକ୍‌ ଆଉଟ୍‌ ମ୍ୟାଚ୍‌ ଗୁଡ଼ିକରେ ‘ଲିମିଟେଡ୍‌ ଡିଆରଏସ୍‌ ସିଷ୍ଟମ ବ୍ୟବହାର କରିବାକୁ ବିସିସିଆଇ ଯୋଜନା କରୁଥିବା ଜଣାପଡ଼ିଛି।

ବିସିସିଆଇର ଜି.ଏମ. ସବା କରିମ କହିଛନ୍ତି, “ଆମେ ଏବେ ପରୀକ୍ଷାମୂଳକ ଭାବେ ଡିଆରଏସ୍‌କୁ ବ୍ୟବହାର କରିବାକୁ ଚାହୁଁଛୁ। ଡିଆରଏସ୍‌ ଦ୍ୱାରା ଘରୋଇ କ୍ରିକେଟକୁ କେତେ ଫାଇଦା ମିଳିବ, ତା’ର ବିଚାର କରାଯାଉଛି। ଏଥିପାଇଁ ଆମେ ଏକାଧିକ କ୍ୟାମେରା ଓ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରିବୁ।

ଅନେକ ସମୟରେ ନକ ଆଉଟ୍‌ ମ୍ୟାଚ୍‌ ଗୁଡ଼ିକରେ ଅମ୍ପାୟାରଙ୍କ ତ୍ରୁଟି ସାମ୍ନାକୁ ଆସୁଛି। ତେଣୁ ଅମ୍ପାୟାରମାନଙ୍କ ତ୍ରୁଟିକୁ ହ୍ରାସ କରିବା ପାଇଁ ଆମେ ‘ଲିମିଟେଡ୍‌ ଡିଆରଏସ୍‌’ ବ୍ୟବହାର କରିବୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos