ବିସିସିଆଇରେ ଠାକୁର ଓ ସିର୍କେଙ୍କ ଦ୍ୱାରା ନିଯୁକ୍ତ କର୍ମଚାରୀ ବହିଷ୍କୃତ

ମୁମ୍ବାଇ: ବିସିସିଆଇର କିଛି କର୍ମଚାରୀଙ୍କୁ ବହିଷ୍କାର କରିଛି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି। ଏହି କର୍ମଚାରୀମାନେ ବିସିସିଆଇର ପୂର୍ବତନ ସଭାପତି ଅନୁରାଗ ଠାକୁର ଓ ପୂର୍ବତନ ସଂପାଦକ ଅଜୟ ସିର୍କେଙ୍କ ଦ୍ୱାରା ନିଯୁକ୍ତ ହୋଇଥିଲେ। ବର୍ତ୍ତମାନ ଥିବା ଅନ୍ୟ କର୍ମଚାରୀଙ୍କ ସଂପର୍କରେ ନିଷ୍ପତ୍ତି ନେବେ ବିସିସିଆଇ ସିଇଓ ରାହୁଲ ଜୋହରି। ସେହିପରି ଦୁଇ ପୂର୍ବତନ ସଭାପତି ଓ ସମ୍ପାଦକଙ୍କ କାର୍ଯ୍ୟାଳୟକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଗତ ୧ ତାରିଖରେ ପ୍ରଶାସକ କମିଟିର ବୈଠକରେ ଏହି […]

bcci

bcci

Rakesh Mallick
  • Published: Monday, 06 February 2017
  • Updated: 07 February 2017, 07:48 AM IST

Sports

Latest News

ମୁମ୍ବାଇ: ବିସିସିଆଇର କିଛି କର୍ମଚାରୀଙ୍କୁ ବହିଷ୍କାର କରିଛି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି। ଏହି କର୍ମଚାରୀମାନେ ବିସିସିଆଇର ପୂର୍ବତନ ସଭାପତି ଅନୁରାଗ ଠାକୁର ଓ ପୂର୍ବତନ ସଂପାଦକ ଅଜୟ ସିର୍କେଙ୍କ ଦ୍ୱାରା ନିଯୁକ୍ତ ହୋଇଥିଲେ। ବର୍ତ୍ତମାନ ଥିବା ଅନ୍ୟ କର୍ମଚାରୀଙ୍କ ସଂପର୍କରେ ନିଷ୍ପତ୍ତି ନେବେ ବିସିସିଆଇ ସିଇଓ ରାହୁଲ ଜୋହରି। ସେହିପରି ଦୁଇ ପୂର୍ବତନ ସଭାପତି ଓ ସମ୍ପାଦକଙ୍କ କାର୍ଯ୍ୟାଳୟକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଗତ ୧ ତାରିଖରେ ପ୍ରଶାସକ କମିଟିର ବୈଠକରେ ଏହି ପଦକ୍ଷେପ ନିଆଯାଇଛି। ସେହିପରି ଭାରତୀୟ ଟିମ୍‌ର ଡ୍ରେସିଂରୁମ୍‌ ସଂପର୍କିତ ତଥ୍ୟ ଅନୁରାଗ ଠାକୁର ଓ ଅଜୟ ସିର୍କେଙ୍କୁ ଲିକ୍ କରୁଥିବା ଅଭିଯୋଗରରେ ଦଳର ମିଡିଆ ମ୍ୟାନେଜର ନିଶାନ୍ତ ଆରୋରାଙ୍କୁ ମଧ୍ୟ ବହିଷ୍କାର କରାଯାଇଛି। ପ୍ରଶାସକ କମିଟିର ସ୍ୱୀକୃତି ବିନା ବିସିସିଆଇରେ ଆଗକୁ କୌଣସି କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇପାରିନି ବୋଲି କମିଟି ସ୍ପଷ୍ଟ କରିଛି। ବିସିସିଆଇ ପରିଚାଳନା ନେଇ ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ କମିଟି ଅପ୍ ଆଡ୍‌ମିନିଷ୍ଟ୍ରେଟର୍ସ ବା ସିଓଏ ନିଯୁକ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos