ଆଉ ଆଇପିଏଲରେ ଦେଖିବାକୁ ମିଳିବନି ବଲିଉଡ୍‌ କଳାକାରଙ୍କ ନାଚ

ନୂଆଦିଲ୍ଲୀ: ଫଟାଫଟ କ୍ରିକେଟକୁ ଅଧିକ ଆକର୍ଷିତ କରିବା ପାଇଁ ଆଇପିଏଲରେ ଉଦ୍‌ଘାଟନୀ ଉତ୍ସବ ଆୟୋଜନ କରାଯାଉଥିଲା। ଏଥିରେ ବଲିଉଡ୍‌ କଳାକାରମାନେ ସାମିଲ ହୋଇ ନୃତ୍ୟ ପରିବେଷଣ କରୁଥିଲେ। ହେଲେ ୨୦୨୦ ଆଇପିଏଲ ଠାରୁ ଏହି ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବରେ ବ୍ରେକ୍‌ ଲାଗିବ। ଏହି ଉଦ୍‌ଘାଟନୀ ଉତ୍ସବ ଯୋଗୁ ବିପୁଳ ଅର୍ଥ ଅଯଥା ଖର୍ଚ୍ଚ ହେଉଥିବାରୁ ବିସିସିଆଇ ଏହା ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛି। ବସିସିଆଇ ପକ୍ଷରୁ କୁହାଯାଇଛି ଯେ “ଉଦ୍‌ଘାଟନ ଉତ୍ସବରେ ଅଯଥା ଟଙ୍କା ଖର୍ଚ୍ଚ […]

sc

sc

Hemant Lenka
  • Published: Wednesday, 06 November 2019
  • Updated: 06 November 2019, 05:39 PM IST

Sports

Latest News

ନୂଆଦିଲ୍ଲୀ: ଫଟାଫଟ କ୍ରିକେଟକୁ ଅଧିକ ଆକର୍ଷିତ କରିବା ପାଇଁ ଆଇପିଏଲରେ ଉଦ୍‌ଘାଟନୀ ଉତ୍ସବ ଆୟୋଜନ କରାଯାଉଥିଲା। ଏଥିରେ ବଲିଉଡ୍‌ କଳାକାରମାନେ ସାମିଲ ହୋଇ ନୃତ୍ୟ ପରିବେଷଣ କରୁଥିଲେ। ହେଲେ ୨୦୨୦ ଆଇପିଏଲ ଠାରୁ ଏହି ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବରେ ବ୍ରେକ୍‌ ଲାଗିବ। ଏହି ଉଦ୍‌ଘାଟନୀ ଉତ୍ସବ ଯୋଗୁ ବିପୁଳ ଅର୍ଥ ଅଯଥା ଖର୍ଚ୍ଚ ହେଉଥିବାରୁ ବିସିସିଆଇ ଏହା ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛି।

ବସିସିଆଇ ପକ୍ଷରୁ କୁହାଯାଇଛି ଯେ “ଉଦ୍‌ଘାଟନ ଉତ୍ସବରେ ଅଯଥା ଟଙ୍କା ଖର୍ଚ୍ଚ କରାଯାଉଛି। ଏଭଳି ଉଦଘାଟନୀ ଉତ୍ସବ ପାଇଁ କ୍ରିକେଟ ଫ୍ୟାନ୍‌ ମଧ୍ୟ ଆଗ୍ରହ ଦେଖାଉନାହାନ୍ତି। ତଥାପି ଉଦ୍‌ଘାଟନୀ ଉତ୍ସବରେ ନୃତ୍ୟ ସଂଗୀତ ପରିବେଷଣ କରୁଥିବା କଳାକାରମାନେ ବିପୁଳ ଟଙ୍କା ନେଉଛନ୍ତି। ତେଣୁ ଏହା ଅଯଥା ଖର୍ଚ୍ଚ।”

୨୦୧୯ ଫେବୃଆରୀ ମାସରେ ମଧ୍ୟ ଆଇପିଏଲର ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ପୁଲୱାମା ହମ୍‌ଲା ପାଇଁ ବାତିଲ କରାଯାଇଥିଲା। ଉଦଘାଟନୀ ଉତ୍ସବରେ ଖର୍ଚ୍ଚ ହେବାକୁ ଥିବା ଟଙ୍କାକୁ ପୁଲୱାମା ହମ୍‌ଲାରେ ସହିଦ ଯବାନମାନଙ୍କ ଉଦ୍ଦେଶ୍ୟରେ ସେନା ବାହିନୀକୁ ଦିଆଯାଇଥିଲା। ବସିସିଆଇ ସେତେବେଳେ କହିଥିଲା ଯେ “ଆଇପିଏଲ ଉଦ୍‌ଘାଟନ ପାଇଁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଏହା ମଧ୍ୟରୁ ୧୧ କୋଟି ଟଙ୍କାକୁ ଭାରତୀୟ ଆର୍ମି, ସିଆରପିଏଫ୍‌କୁ ୭ କୋଟି, ନୌସେନା ଓ ବାୟୁସେନାକୁ ୧ କୋଟି ଟଙ୍କା ଲେଖାଏ ଦେବାକୁ ନିଷ୍ପତ୍ତି ହୋଇଛି।”

ଏବେଠାରୁ ଆଇପିଏଲର କୌଣସି ସଂସ୍କରଣରେ ଉଦ୍‌ଘାଟନୀ ଉତ୍ସବ ନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos