ନୂଆଦିଲ୍ଲୀ: ବିସିସିଆଇ ବନାମ ଲୋଧା କମିଟି ମାମଲାର ଶୁଣାଣିକୁ ଆଜି ସୁପ୍ରିମ୍କୋର୍ଟ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଛୁଟି ରହିବ।
ବିସିସିଆଇ ସଭାପତି ସମେତ ସମସ୍ତ ଉଚ୍ଚ ପଦାଧିକାରୀଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିସିସିଆଇରେ ସଂସ୍କାର ଆଣିବା ପାଇଁ ଗଠିତ ଲୋଧା କମିଟି ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲେ। କମିଟି ଦ୍ୱାରା ସୁପାରିଶ କରାଯାଇଥିବା ବ୍ୟବସ୍ଥାଗୁଡ଼ିକୁ ବିସିସିଆଇ ପାଳନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କୁହାଯାଇଥିଲା।
ତେବେ ଏ ପ୍ରସଙ୍ଗରେ ସୁପ୍ରିମ୍କୋର୍ଟଙ୍କ ରାୟ ଜାଣିବାକୁ ଅକ୍ଟୋବର ୧୭ ତାରିଖ ଯାଏଁ ଅପେକ୍ଷା କରିବାକୁ ହେବ। ଅନ୍ୟପକ୍ଷରେ ଲୋଧା କମିଟି ଦ୍ୱାରା ପ୍ରସ୍ତୁତ ନିୟମଗୁଡ଼ିକୁ ପାଳନ କରିବାକୁ ବିସିସିଆଇକୁ ୧୦ ଦିନ ସମୟ ମିଳି ଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେଜ୍ରିୱାଲଙ୍କ ମୁହଁକୁ ପାଣି ଛାଟି ଯୁବକ ଅଟକ
ବିଜେପିକୁ ଦାୟୀ କଲା ଆମ୍ ଆଦମୀ ପାର୍ଟି। ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।
National
ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପୂର୍ବରୁ ବଡ଼ ସୂଚନା ଦେଲେ ଅଜିତ ପାୱାର
ଗତକାଲି ମୁମ୍ବାଇରେ ମହାୟୁତିର ଏକ ବୈଠକ ବସିବାର ଥିଲା। ମାତ୍ର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ହଠାତ୍ ତାଙ୍କ ଗାଁକୁ ଚାଲିଯିବାରୁ ବୈଠକ ବାତିଲ ହୋଇ ଯାଇଥିଲା।
Crime
ମଣିପୁର ହିଂସା: ଥାନା ଓ ବିଧାୟକଙ୍କ ବାସଭବନରେ ଜଳାପୋଡ଼ା ଘଟଣାରେ ୮ ଗିରଫ
ରାଜ୍ୟରେ ଏକାଧିକ ହିଂସାତ୍ମକ ଘଟଣାରେ ଏହି ୮ ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ପୁଲିସ କହିଛି।
Politics
'ମୋ ଘର ଦୂଆର ଓ ଅଫିସ୍ ଆପଣମାନଙ୍କ ପାଇଁ ସବୁବେଳେ ଖୋଲା'
ୱାୟନାଡ଼ର ସାଂସଦ ଭାବେ ଶପଥ ନେବା ପରେ ପ୍ରଥମ ଥର ପାଇଁ କେରଳ ଗସ୍ତ କରିଛନ୍ତି ପ୍ରିୟଙ୍କା ଗାନ୍ଧି।