ପ୍ରଥମଥର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପରସ୍ପରକୁ ଭେଟିଲେ ବେଲଜିୟମ୍ ଓ ଜର୍ମାନୀ

ନୂଆଦିଲ୍ଲୀ: ଜର୍ମାନୀ ଓ ବେଲଜିୟମ ଟିମ୍ ଫୁଟବଲ ଓ ହକି ଦୁନିଆର ଅନ୍ୟତମ ମଜଭୁତ୍ ଟିମ୍। ଏହି ଦୁଇ ଦେଶରେ ଏହି ଖେଳକୁ ବହୁତ ପସନ୍ଦ ମଧ୍ୟ କରାଯାଏ। କିନ୍ତୁ ଶନିବାର ଏହି ଦୁଇ ୟୁରୋପୀୟ ଟିମ୍ ପ୍ରଥମଥର କ୍ରିକେଟ୍ ମଇଦାନରେ ପରସ୍ପରକୁ ଭେଟିଛନ୍ତି। ତେବେ ଦୁଇ ଟିମରେ ପ୍ରାୟତଃ ସବୁ ଖେଳାଳି ଏସୀୟ ଥିଲେ, କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳୁଥିବା ଟିମରେ ଏମାନଙ୍କ ନାମ ସାମିଲ୍ ହୋଇଛି। ଏହି ମୁକାବିଲା ୱାଟରଲୁ (ବେଲଜିୟମ) ମଇଦାନରେ ଖେଳାଯାଇଥିଲା। […]

germay

germay

Hemant Lenka
  • Published: Sunday, 12 May 2019
  • Updated: 12 May 2019, 08:43 PM IST

Sports

Latest News

ନୂଆଦିଲ୍ଲୀ: ଜର୍ମାନୀ ଓ ବେଲଜିୟମ ଟିମ୍ ଫୁଟବଲ ଓ ହକି ଦୁନିଆର ଅନ୍ୟତମ ମଜଭୁତ୍ ଟିମ୍। ଏହି ଦୁଇ ଦେଶରେ ଏହି ଖେଳକୁ ବହୁତ ପସନ୍ଦ ମଧ୍ୟ କରାଯାଏ। କିନ୍ତୁ ଶନିବାର ଏହି ଦୁଇ ୟୁରୋପୀୟ ଟିମ୍ ପ୍ରଥମଥର କ୍ରିକେଟ୍ ମଇଦାନରେ ପରସ୍ପରକୁ ଭେଟିଛନ୍ତି। ତେବେ ଦୁଇ ଟିମରେ ପ୍ରାୟତଃ ସବୁ ଖେଳାଳି ଏସୀୟ ଥିଲେ, କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳୁଥିବା ଟିମରେ ଏମାନଙ୍କ ନାମ ସାମିଲ୍ ହୋଇଛି। ଏହି ମୁକାବିଲା ୱାଟରଲୁ (ବେଲଜିୟମ) ମଇଦାନରେ ଖେଳାଯାଇଥିଲା।

ଦୁଇ ଟିମ୍ ମଧ୍ୟରେ ତିନୋଟି ମୁକାବିଲା ଖେଳାଯାଇଥିଲା। ରବିବାର ତୃତୀୟ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଜର୍ମାନୀ ୬ ୱିକେଟରେ ବିଜୟୀ ହୋଇଥିଲା। ବେଲଜିୟମ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୧୩୩ ରନ୍ କରିଥିଲା। ଜବାବରେ ଜର୍ମାନୀ ୧୮ ଓଭରରେ ୪ ୱିକେଟ୍ ହରାଇ ୧୩୫ ରନ୍ କରି ବିଜୟ ଲାଭ କରିଥିଲା।

ଶନିବାର ଦୁଇ ଟିମ୍ ଗୋଟିଏ ନୁହେଁ ବରଂ ଦୁଇଟି ଟି-୨୦ ମ୍ୟାଚ୍ ଖେଳିଥିଲେ ଏବଂ ଉଭୟ ମୁକାବିଲାରେ ଜର୍ମାନୀ ବିଜୟୀ ହୋଇଥିଲା। ପ୍ରଥମ ଟି-୨୦ ମୁକାବିଲାରେ ଜର୍ମାନୀ ୯ ରନରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ବେଲଜିୟମ ୬୨ ରନରେ ପରାସ୍ତ ହୋଇଥିଲା।

ପ୍ରଥମ ଟି-୨୦ ମ୍ୟାଚରେ ଜର୍ମାନୀ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ହରାଇ ୧୨୮ ରନ୍ କରିଥିଲା। ଜବାବରେ ବେଲଜିୟମ ୬ ୱିକେଟ୍ ବିନିମୟର ୧୧୯ ରନ୍ କରିବାକୁ ସକ୍ଷମ ହୋଇଥିଲା। ଜର୍ମାନୀ ପକ୍ଷରୁ ରୋହିତ୍ ସିଂହ ୩୯, ମଦସର ମହମ୍ମଦ ୨୯ ଓ ଅମିତ୍ ଶର୍ମା ୨୭ ରନ୍ କରିଥିଲେ। ବେଲଜିୟମ ପକ୍ଷରୁ ଶାହରିୟର ଭଟ୍ଟ ୨୭ ବଲରେ ୩୦ ରନ୍ କରିଥିଲେ। ଜର୍ମାନୀର ଅହମ୍ମଦ ୱାଦରକ୍ ୩ଟି ୱିକେଟ୍ ନେଇଥିଲେ।

ଦ୍ୱିତୀୟ ଟି-୨୦ ମ୍ୟାଚରେ ଜର୍ମାନୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ହରାଇ ୧୪୯ ରନ୍ କରିଥିଲା। ଟିମ୍ ପକ୍ଷରୁ ବିଜୟ ଶଙ୍କର ୨୨ ବଲରେ ୪୦ ଓ ଆମୀର ଖାନ୍ ୨୦ ବଲରେ ୪୦ ରନ୍ କରିଥିଲେ। ଜବାବରେ ବେଲଜିୟମ ୧୪.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୮୭ ରନ୍ କରିବାକୁ ସକ୍ଷମ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos