ହକି ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ ଜିତିଲା ବେଲଜିୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି ୨୦୧୮ ହକି ବିଶ୍ୱକପ୍‌। ପ୍ରଥମ ଦିନର ପ୍ରଥମ ମ୍ୟାଚ୍‌ରେ ବେଲଜିୟମ ଅପେକ୍ଷାକୃତ ଦୁର୍ବଳ କ୍ୟାନାଡାକୁ ୨-୧ରେ ପରାସ୍ତ କରିଦେଇଛି। ଆଜିର ମ୍ୟାଚ୍‌ ଆରମ୍ଭରୁ ହିଁ ବେଲଜିୟମ କ୍ୟାନାଡା ଉପରେ ଚାପ ସୃଷ୍ଟି କରିଥିଲା। ବିଶ୍ୱକପ୍‌ର ପ୍ରଥମ ଗୋଲ ବେଲଜିୟମ ମ୍ୟାଚ୍‌ର ୩ ମିନିଟ୍‌ରେ ହାସଲ କରିଥିଲା। ବେଲଜିୟମର ଟମ୍ ବୋନ୍ ଦେଇଥିବା ଏକ ପାସ୍କୁ ଅତି ଚମତ୍କାର ଢଙ୍ଗରେ ଫେଲିକ୍ସ ଡେନାୟେର ଗୋଲରେ ପରିଣତ କରି […]

b

b

Hemant Lenka
  • Published: Wednesday, 28 November 2018
  • Updated: 28 November 2018, 10:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି ୨୦୧୮ ହକି ବିଶ୍ୱକପ୍‌। ପ୍ରଥମ ଦିନର ପ୍ରଥମ ମ୍ୟାଚ୍‌ରେ ବେଲଜିୟମ ଅପେକ୍ଷାକୃତ ଦୁର୍ବଳ କ୍ୟାନାଡାକୁ ୨-୧ରେ ପରାସ୍ତ କରିଦେଇଛି।
ଆଜିର ମ୍ୟାଚ୍‌ ଆରମ୍ଭରୁ ହିଁ ବେଲଜିୟମ କ୍ୟାନାଡା ଉପରେ ଚାପ ସୃଷ୍ଟି କରିଥିଲା। ବିଶ୍ୱକପ୍‌ର ପ୍ରଥମ ଗୋଲ ବେଲଜିୟମ ମ୍ୟାଚ୍‌ର ୩ ମିନିଟ୍‌ରେ ହାସଲ କରିଥିଲା। ବେଲଜିୟମର ଟମ୍ ବୋନ୍ ଦେଇଥିବା ଏକ ପାସ୍କୁ ଅତି ଚମତ୍କାର ଢଙ୍ଗରେ ଫେଲିକ୍ସ ଡେନାୟେର ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଦେଇଥିଲେ।

ଏହାପରେ ମ୍ୟାଚର ୨୨ ତମ ମିନିଟରେ ବେଲଜିୟମ ଅଧିନାୟକ ଥୋମାସ ବ୍ରିଲେସ୍‌ କ୍ୟାନାଡା ଗୋଲପୋଷ୍ଟକୁ ବଲ୍‌ ମାରି ଦଳକୁ ୨-୦ରେ ଆଗୁଆ କରିଦେଇଥିଲେ। ୨-୦ରେ ପଛରେ ଥିବା କ୍ୟାନାଡା ଘନଘନ ଆକ୍ରମଣ କରିଥିଲେ ହେଁ ତୃତୀୟ କ୍ୱାର୍ଟରେ କୌଣସି ସୁଫଳ ପାଇନଥିଲା।

କିନ୍ତୁ ଦଳ ମ୍ୟାଚ୍‌ର ୪୭ ମିନିଟ୍‌ରେ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା। ଏହାକୁ ମାର୍କ ପିୟରସନ୍‌ ଗୋଲ୍‌ରେ ପରିଣତ କରି ସ୍ଥିତି ୨-୧କୁ ଆଣିଥିଲେ। ଏହାପରେ ବେଲଜିୟମ ବେଶ ରକ୍ଷଣାତ୍ମକ ଢଙ୍ଗର ଖେଳ ପ୍ରଦର୍ଶନ କରିଥିଲା। ଶେଷରେ ଦଳ ମ୍ୟାଚ୍‌ଟିକୁ ୨-୧ରେ ଜିତି ନେବା ସହ ବିଜୟରୁ ନିଜର ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos