ଚର୍ଚ୍ଚାରେ ବେନ୍ ଷ୍ଟୋକ୍ସଙ୍କ ଏହି କ୍ୟାଚ୍, ଦେଖନ୍ତୁ ଭିଡିଓ

ଲଣ୍ଡନ: ଗୁରୁବାର ଆଇସିସି ବିଶ୍ୱକପର ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଆୟୋଜକ ଇଂଲଣ୍ଡ ଦକ୍ଷିଣ ଆଫ୍ରିକାକୁ ୧୦୪ ରନରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ତା’ର ଅଭିଯାନ ଆରମ୍ଭ କରିଛି। ଏହି ବିଜୟରେ ମୁଖ୍ୟ ବହନ କରିଥିବା ଇଂଲଣ୍ଡ କ୍ରିକେଟ୍ ଟିମର ଷ୍ଟାର୍ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ସବୁ ବିଭାଗରେ ନିଜର ଦମ୍ ଦେଖାଇଛନ୍ତି। ବ୍ୟାଟିଂରେ ୮୯ ରନର ଦମଦାର ଇନିଂସ୍ ଖେଳିବା ପରେ ଷ୍ଟୋକ୍ସ ବୋଲିଂରେ ମଧ୍ୟ ୨ […]

stokes

stokes

Hemant Lenka
  • Published: Friday, 31 May 2019
  • Updated: 31 May 2019, 04:07 PM IST

Sports

Latest News

ଲଣ୍ଡନ: ଗୁରୁବାର ଆଇସିସି ବିଶ୍ୱକପର ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଆୟୋଜକ ଇଂଲଣ୍ଡ ଦକ୍ଷିଣ ଆଫ୍ରିକାକୁ ୧୦୪ ରନରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ତା'ର ଅଭିଯାନ ଆରମ୍ଭ କରିଛି। ଏହି ବିଜୟରେ ମୁଖ୍ୟ ବହନ କରିଥିବା ଇଂଲଣ୍ଡ କ୍ରିକେଟ୍ ଟିମର ଷ୍ଟାର୍ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ସବୁ ବିଭାଗରେ ନିଜର ଦମ୍ ଦେଖାଇଛନ୍ତି।

ବ୍ୟାଟିଂରେ ୮୯ ରନର ଦମଦାର ଇନିଂସ୍ ଖେଳିବା ପରେ ଷ୍ଟୋକ୍ସ ବୋଲିଂରେ ମଧ୍ୟ ୨ ୱିକେଟ୍ ହାସଲ କରିଥିଲେ। ଏହାଛଡ଼ା ସେ ମ୍ୟାଚରେ ଦୁଇଟି କ୍ୟାଚ୍ ମଧ୍ୟ ଧରିଛନ୍ତି। କିନ୍ତୁ ଏହା ମଧ୍ୟରୁ ଗୋଟିଏ କ୍ୟାଚ୍ ଏଭଳି ଥିଲା, ଯାହାକୁ ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ।

ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ଷ୍ଟୋକ୍ସ ବାଉଣ୍ଡ୍ରୀରେ ଡାଇଭ୍ ମାରି ଗୋଟିଏ ହାତରେ କ୍ୟାଚ୍ ଧରି ସମସ୍ତଙ୍କ ହୃଦୟ ଜିଣିଥିଲେ। ଦକ୍ଷିଣ ଆଫ୍ରିକା ଇନିଂସର ୩୫ତମ ଓଭରରେ ବୋଲିଂ କରୁଥିଲେ ଆଦିଲ୍ ରଶିଦ୍ ଏବଂ ସାମ୍ନାରେ ଥିଲେ ଆଣ୍ଡିଲେ ଫେଲୁକୱାୟୋ। ଫେଲୁକୱାୟୋ ଡିପ୍ ମିଡୱିକେଟକୁ ଏକ ଲମ୍ବା ଶଟ୍ ମାରିଥିଲେ।

ଷ୍ଟୋକ୍ସ ସେଠାରେ ଫିଲ୍ଡିଂ କରୁଥିଲେ, କିନ୍ତୁ ସେ ବାଉଣ୍ଡ୍ରୀରୁ ସାମାନ୍ୟ ଆଗକୁ ଆସିଥିଲେ। ଏହି ସୟମରେ ଷ୍ଟୋକ୍ସ ପଛକୁ ଦୌଡ଼ି ଜବରଦସ୍ତ ଡାଇଭ୍ ମାରି ଗୋଟିଏ ହାତରେ ଚମତ୍କାର କ୍ୟାଚ୍ ଧରିଥିଲେ। ଷ୍ଟୋକ୍ସଙ୍କ ଏହି କ୍ୟାଚକୁ ସହଜରେ କେହି ବିଶ୍ୱାସ କରିପାରିନଥିଲେ। ଷ୍ଟୋକ୍ସ ମଧ୍ୟ କିଛି ଛିଡ଼ା ହୋଇ ହସିବାକୁ ଲାଗିଥିଲେ। ଏହା ପରେ ସାଥୀ ଖେଳାଳି ଷ୍ଟୋକ୍ସଙ୍କୁ ବଧେଇ ଜଣାଇଥିଲେ।

ଷ୍ଟୋକ୍ସଙ୍କ ଏହି କ୍ୟାଚ୍ ଏବେ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି। ଆଇସିସି ମଧ୍ୟ ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ସେୟାର କରି ଉଲ୍ଲେଖ କରିଛି ଯେ, ଆପଣ କେବେ ଏହାଠାରୁ ଉନ୍ନତ କ୍ୟାଚ୍  ଦେଖିଛନ୍ତି।

ଦେଖନ୍ତୁ ଭିଡିଓ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos