ପ୍ରୋ କବାଡି: ଦିଲ୍ଲୀକୁ ହରାଇ ଚାମ୍ପିୟନ ହେଲା ବେଙ୍ଗଲ

ନୂଆଦିଲ୍ଲୀ: ନୂଆ କବାଡି ଚାମ୍ପିୟନକୁ ଦେଖିଛି ଦେଶ। ପ୍ରୋ କବାଡି ଲିଗ୍‌ର ୭ମ ସଂସ୍କରଣରେ ଚାମ୍ପିୟନ ହୋଇଛି ବେଙ୍ଗଲ ୱାରିୟର୍ସ। ଫାଇନାଲ ମୁକାବିଲାରେ ବେଙ୍ଗଲ ପ୍ରଥମଥର ପାଇଁ ଫାଇନାଲ ଖେଳୁଥିବା ଦବଙ୍ଗ ଦିଲ୍ଲୀକୁ ହରାଇ ଦେଇଛି। ବେଙ୍ଗଲ ମଧ୍ୟ ପ୍ରଥମଥର ପାଇଁ ଏହି ସିଜିନ୍‌ରେ ଫାଇନାଲକୁ ଯାଇଥିଲା। ଫାଇନାଲ୍‌ରେ ଦଳ ଦିଲ୍ଲୀକୁ ୩୯-୩୪ରେ ହରାଇ ପ୍ରଥମଥର ପାଇଁ ଚାମ୍ପିୟନ ହୋଇଛି। ଦିଲ୍ଲୀ ପକ୍ଷରୁ ନବୀନ କୁମାର ଚମତ୍କାର ପ୍ରଦର୍ଶନ କରିଥିଲେ ହେଁ ଦଳର ବିଜୟ ପାଇଁ ଏହା […]

xc

xc

Hemant Lenka
  • Published: Saturday, 19 October 2019
  • Updated: 19 October 2019, 09:43 PM IST

Sports

Latest News

ନୂଆଦିଲ୍ଲୀ: ନୂଆ କବାଡି ଚାମ୍ପିୟନକୁ ଦେଖିଛି ଦେଶ। ପ୍ରୋ କବାଡି ଲିଗ୍‌ର ୭ମ ସଂସ୍କରଣରେ ଚାମ୍ପିୟନ ହୋଇଛି ବେଙ୍ଗଲ ୱାରିୟର୍ସ। ଫାଇନାଲ ମୁକାବିଲାରେ ବେଙ୍ଗଲ ପ୍ରଥମଥର ପାଇଁ ଫାଇନାଲ ଖେଳୁଥିବା ଦବଙ୍ଗ ଦିଲ୍ଲୀକୁ ହରାଇ ଦେଇଛି।

ବେଙ୍ଗଲ ମଧ୍ୟ ପ୍ରଥମଥର ପାଇଁ ଏହି ସିଜିନ୍‌ରେ ଫାଇନାଲକୁ ଯାଇଥିଲା। ଫାଇନାଲ୍‌ରେ ଦଳ ଦିଲ୍ଲୀକୁ ୩୯-୩୪ରେ ହରାଇ ପ୍ରଥମଥର ପାଇଁ ଚାମ୍ପିୟନ ହୋଇଛି। ଦିଲ୍ଲୀ ପକ୍ଷରୁ ନବୀନ କୁମାର ଚମତ୍କାର ପ୍ରଦର୍ଶନ କରିଥିଲେ ହେଁ ଦଳର ବିଜୟ ପାଇଁ ଏହା ଯଥେଷ୍ଟ ନଥିଲା।

ବେଙ୍ଗଲର ନିୟମିତ ଅଧିନାୟକ ମନଦୀପ ସିଂହ ଆହତ କାରଣରୁ ଆଜିର ଫାଇନାଲ ମ୍ୟାଚ୍‌ ଖେଳି ନଥିଲେ। ତାଙ୍କ ବଦଳରେ ମହମ୍ମଦ ନବିବକ୍ସ ଦଳର କମାଣ ସମ୍ଭାଳିଥିଲେ। ମ୍ୟାଚ୍ ଆରମ୍ଭରୁ ଦିଲ୍ଲୀ ଚମତ୍କାର ପ୍ରଦର୍ଶନ କରିଥିଲା।

ଏକଦା ଦଳ ୮ ପଏଣ୍ଟ ଆଗରେ ମଧ୍ୟ ଥିଲା। ହେଲେ ବେଙ୍ଗଲ ୱାରିୟର୍ସ ଜବରଦସ୍ତ କମବ୍ୟାକ୍ କରି ଦିଲ୍ଲୀଙ୍କୁ ବ୍ୟାକଫୁଟକୁ ଠେଲି ଦେଇଥିଲା। ନବୀନ କୁମାର ଶେଷ ଭାଗରେ ଶୀଘ୍ର ଶୀଘ୍ର ପଏଣ୍ଟ ଆଣିବାକୁ ସକ୍ଷମ ହୋଇଥିଲେ ହେଁ ଦିଲ୍ଲୀର ଡିଫେନ୍ସ ଆଦୌ ଭଲ ପ୍ରଦର୍ଶନ କରିପାରି ନଥିଲା।

ନବୀନ ବ୍ୟକ୍ତିଗତ ଭାବେ ସିଜିନ୍ ୭ର ପ୍ରଥମ ଖେଳାଳି ଭାବେ ୩୦୦ ପଏଣ୍ଟ ହାସଲ କରିଛନ୍ତି। ସେହିପରି ସେ କ୍ରମାଗତ ଭାବେ ୨୨ଥର ଗୋଟିଏ ମ୍ୟାଚ୍‌ରେ ୧୦ରୁ ଅଧିକ ପଏଣ୍ଟ ହାସଲ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି।

ଦିଲ୍ଲୀ ପକ୍ଷରୁ ନବୀନ ଏକାକୀ ଖେଳିଥିଲେ ହେଁ ବେଙ୍ଗଲର ଅଲରାଉଣ୍ଡ ପ୍ରଦର୍ଶନ ଆଗରେ ଏହା ଫିକା ପଡ଼ିଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos