ଆହତ ଭୁବନେଶ୍ୱର କୁମାର ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରୁ ବାଦ୍

ସିଡନୀ: ଭାରତକୁ ଶନିବାର ଲାଗିଛି ଡବଲ୍ ଝଟକା। ଜାନୁଆରୀ ୨୬ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ ହେବାକୁ ଥିବା ତିନୋଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରୁ ପେସର୍ ଭୁବନେଶ୍ୱର କୁମାରଙ୍କୁ ବାଦ ଦିଆଯାଇଛି। ସେହିଭଳି ଆଜିଙ୍କ୍ୟ ରାହାଣେଙ୍କ ଖେଳିବା ନେଇ ମଧ୍ୟ ଆଶଙ୍କା ଦେଖାଯାଇଛି। ଉଭୟ ଆହତ ହୋଇଛନ୍ତି। ବାମ ହାତର ବୁଢ଼ା ଆଙ୍ଗୁଠିରେ ଆଘାତ ପାଇଥିବା ଭୁବନେଶ୍ୱର କୁମାର ଅତିକମରେ ତିନି ସପ୍ତାହ ପର୍ଯ୍ୟନ୍ତ ଖେଳି ପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଥିବା ବେଳେ ରାହାଣେଙ୍କ ଉପରେ ଆଶଙ୍କା ଜାରି ରହିଥିବାରୁ ତାଙ୍କ ସ୍ଥାନରେ ଗୁରକୀରତ ସିଂହ ମାନଙ୍କୁ କଭର୍ ଖେଳାଳି ଭାବେ ଚୟନ କରାଯାଇଛି। ଆଜି ବିସିସିଆଇ ପକ୍ଷରୁ ଏ ସୂଚନା ଦିଆଯାଇଛି।

ବିସିସିଆଇ ସଂପାଦକ ଅନୁରାଗ ଠାକୁରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଅଷ୍ଟ୍ରେଲିଆ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜରେ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ରିଷି ଧାୱନଙ୍କୁ ସୁଯୋଗ ଦିଆଯାଇଛି। ଭୁବନେଶ୍ୱର କୁମାର ଆହତ ଅଛନ୍ତି। ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ କାନବେରାରେ ଚତୁର୍ଥ ଦିନିକିଆ ମ୍ୟାଚରେ ଫିଲ୍ଡି କରିବା ବେଳେ ଆହତ ହୋଇଥିବା ଆଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ଗୁରକୀରତଙ୍କୁ କଭର ଖେଳାଳି ଭାବେ ଚୟନ କରାଯାଇଛି। ରାହାଣେ ଫିଟ୍ ନ ହେଲେ ଗୁରକୀରତ ଖେଳିବେ।

ଆଜି ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ତଥା ଶେଷ ଦିନିକିଆରେ ଭୁବନେଶ୍ୱର କୁମାର ଓ ରାହାଣେ ଖେଳି ନ ଥିଲେ।

ସୁସ୍ଥ ହେବା ପାଇଁ ଭୁବନେଶ୍ୱର କୁମାରଙ୍କୁ ଅତି କମରେ ତିନି ସପ୍ତାହ ଲାଗିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଏପରିକି ସେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ମଧ୍ୟ ଖେଳିବା ନେଇ ଆଶଙ୍କା ଦେଖାଯାଇଛି। ଅଷ୍ଟ୍ରେଲିଆ ଗସ୍ତ ପରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଯିବ।

ଆହୁରି ପଢ଼ନ୍ତୁ

ଆଇପିଏଲରେ ହେଲାନି ଚୟନ, ଆତ୍ମହତ୍ୟା କଲେ ‘ଜୁନିୟର ଡେଲ୍ ଷ୍ଟେନ୍’

ପୁରୁଷ ହକି ଟିମରେ ପଶିଲା କରୋନା

୧୬ ତାରିଖରେ ପଡ଼ିଆକୁ ଫେରିବେ ମାହି!

ଆଇପିଏଲର ପ୍ରାୟୋଜକ ହେବ ବାବା ରାମଦେବଙ୍କ ‘ପତଞ୍ଜଳି’!

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ

ଅନୱରଙ୍କ ପରେ ଇଂଲଣ୍ଡରେ ଶାନ ମାସୁଦ କଲେ ଏହି ରେକର୍ଡ

ଆଇପିଏଲ ପାଇଁ ଜାରି ହେଲା ଏସଓପି, ଜାଣନ୍ତୁ କ’ଣ ରହିଛି ନିୟମ

ଆଇପିଏଲରରୁ ହଟିଲା ଚାଇନିଜ କମ୍ପାନୀ ଭିଭୋ