ୟୁଏସ୍ ଓପନ୍: ସେରେନା-ଆନ୍ଦ୍ରିସ୍କୁ ମହିଳା ସିଙ୍ଗଲ୍ସ ଫାଇନାଲ୍

ନ୍ୟୁୟର୍କ: ଆମେରିକାର ଷ୍ଟାର୍ ଟେନିସ୍ ଖେଳାଳି ସେରେନା ୱିଲିୟମ୍ସ ଏଲିନା ସ୍ୱିତୋଲିନାଙ୍କୁ ହରାଇ ଚଳିତ ୟୁଏସ୍ ଓପନ୍ ଟେନିସ୍ ଗ୍ରାଣ୍ଡସ୍ଲାମ୍ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲରେ ସେରେନାଙ୍କ ସାମ୍ନା କ୍ୟାନାଡାର ବିୟାଙ୍କା ଆନ୍ଦ୍ରିସ୍କୁଙ୍କ ସହ ହେବ। ସେରେନା ନିଜର ୨୪ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଲକ୍ଷ୍ୟରେ ଅଛନ୍ତି। ଯଦି ସେରେନା ଫାଇନାଲ୍ ମୁକାବିଲା ଜିତିବାରେ ସଫଳ ହୁଅନ୍ତି, ତାହେଲେ ସେ ପୂର୍ବତନ ଖେଳାଳି ମାର୍ଗ୍ରେଟ୍ କୋର୍ଟଙ୍କ ରେକର୍ଡ ସହ ବରାବର କରିନେବେ। ଗୁରୁବାର ବିଳମ୍ବିତ ରାତିରେ ଖେଳାଯାଇଥିବା […]

us-open

us-open

Ranjit Kumar Jena
  • Published: Friday, 06 September 2019
  • Updated: 06 September 2019, 06:13 PM IST

Sports

Latest News

ନ୍ୟୁୟର୍କ: ଆମେରିକାର ଷ୍ଟାର୍ ଟେନିସ୍ ଖେଳାଳି ସେରେନା ୱିଲିୟମ୍ସ ଏଲିନା ସ୍ୱିତୋଲିନାଙ୍କୁ ହରାଇ ଚଳିତ ୟୁଏସ୍ ଓପନ୍ ଟେନିସ୍ ଗ୍ରାଣ୍ଡସ୍ଲାମ୍ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲରେ ସେରେନାଙ୍କ ସାମ୍ନା କ୍ୟାନାଡାର ବିୟାଙ୍କା ଆନ୍ଦ୍ରିସ୍କୁଙ୍କ ସହ ହେବ। ସେରେନା ନିଜର ୨୪ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଲକ୍ଷ୍ୟରେ ଅଛନ୍ତି। ଯଦି ସେରେନା ଫାଇନାଲ୍ ମୁକାବିଲା ଜିତିବାରେ ସଫଳ ହୁଅନ୍ତି, ତାହେଲେ ସେ ପୂର୍ବତନ ଖେଳାଳି ମାର୍ଗ୍ରେଟ୍ କୋର୍ଟଙ୍କ ରେକର୍ଡ ସହ ବରାବର କରିନେବେ।

ଗୁରୁବାର ବିଳମ୍ବିତ ରାତିରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ ମୁକାବିଲାରେ ସେରେନା ୟୁକ୍ରେନର ସ୍ୱିତୋଲିନାଙ୍କୁ ସିଧାସଳଖ ୬-୩, ୬-୧ ସେଟରେ ପରାସ୍ତ କରିଛନ୍ତି। ପରାଜୟ ସତ୍ତେ୍ୱ ସ୍ୱିତୋଲିନା ସୋମବାର ଜାରି ହେବାକୁଥିବା ୱାର୍ଲ୍ଡ ରାଙ୍କିଙ୍ଗର ତୃତୀୟ ସ୍ଥାନରେ ପହଞ୍ଚିବେ, ଯାହା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ରାଙ୍କିଙ୍ଗ୍ ହେବ। ସ୍ୱିତୋଲିନା ମ୍ୟାଚ୍ ଆରମ୍ଭରୁ ସେରେନାଙ୍କୁ ସମସ୍ୟାରେ ପକାଇଥିଲେ, କିନ୍ତୁ ସେ ପ୍ରାରମ୍ଭିକ ଗେମରେ ତିନୋଟି ବ୍ରେକ୍ ପଏଣ୍ଟର ଫାଇଦା ଉଠାଇପାରି ନଥିଲେ। ଦ୍ୱିତୀୟ ସେଟରେ ସେରେନା ଏକତରଫା ପ୍ରଦର୍ଶନ କରି ବିଜୟୀ ହୋଇଥିଲେ।

୧୯୯୮ରେ ୟୁଏସ୍ ଓପନରେ ଡେବ୍ୟୁ କରିଥିବା ୩୭ ବର୍ଷୀୟ ସେରେନା ଏହି ବିଜୟ ସହ ନୂଆ ରେକର୍ଡ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ବିଜୟ ହାସଲ କରି ସେରେନା ପୂର୍ବତନ ଖେଳାଳି କ୍ରିସ୍ ଏଭର୍ଟଙ୍କ ରେକର୍ଡ ସହ ବରାବର କରିଛନ୍ତି। ସେରେନାଙ୍କର ଏହା ୩୩ତମ ଗ୍ରାଣ୍ଡସ୍ଲାମ୍ ଫାଇନାଲ୍। ମ୍ୟାଚ୍ ଜିତିବା ପରେ ସେରେନା କହିଥିଲେ, "ଏହି କ୍ଲବରେ ସାମିଲ୍ ହେବା ନେଇ ମୁଁ ବହୁତ ଖୁସି। ମୋ ସଫଳତା ପଛରେ ସମର୍ଥକଙ୍କ ବଡ଼ ହାତ ରହିଛି। ଦର୍ଶକଙ୍କ ବିନା ସମର୍ଥନରେ ମୁଁ କିଛି ବି କରିପାରି ନଥାନ୍ତି। ସେମାନେ ମୋତେ ଗତ ୨୦ ବର୍ଷ ହେବ ସମର୍ଥନ କରିଆସୁଛନ୍ତି ଏବଂ ଏଥିପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି।"

ସେରେନା ୨୦୧୭ରେ ଅଷ୍ଟ୍ରେଲିଆନ୍ ଓପନ୍ ଜିତିବା ପରେ ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଅପେକ୍ଷାରେ ଅଛନ୍ତି। ଏହାଛଡ଼ା ସେରେନା ଶେଷଥର ପାଇଁ ୨୦୧୪ରେ ୟୁଏସ୍ ଓପନ୍ ଟାଇଟଲ୍ ଜିତିଥିଲେ। ଚଳିତ ଓପନର ଫାଇନାଲ୍ ମୁକାବିଲା ଜିତି ସେରେନା ଇତିହାସ ପୃଷ୍ଠାରେ ନିଜ ନାଁକୁ ସାମିଲ୍ କରିବାକୁ ଚାହିଁବେ।

ସେହିପରି ଅନ୍ୟଏକ ସେମିଫାଇନାଲରେ ଆନ୍ଦ୍ରିସ୍କୁ ୭-୬ (୩), ୭-୫ ସେଟରେ ବେଲିନ୍ଦା ବେନସିକଙ୍କୁ ପରାସ୍ତ କରି ପ୍ରଥମଥର ପାଇଁ ଗ୍ରାଣ୍ଡସ୍ଲାମ୍ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ୟୁଜେନି ବୁଚାର୍ଡ (୨୦୧୪)ଙ୍କ ପରେ ୧୯ ବର୍ଷୀୟ ଆନ୍ଦ୍ରିସ୍କୁ ଗ୍ରାଣ୍ଡସ୍ଲାମ୍ ଫାଇନାଲରେ ପହଞ୍ଚିବାରେ କ୍ୟାନାଡାର ଦ୍ୱିତୀୟ ଖେଳାଳି ହୋଇଛନ୍ତି।

ଯଦି ଆନ୍ଦ୍ରିସ୍କୁ ଟାଇଟଲ୍ ଜିତନ୍ତି, ତାହେଲେ ମାରିଆ ଶାରାପୋଭାଙ୍କ ପରେ ଏଠାରେ ଟାଇଟଲ୍ ଜିତିବାରେ ସେ ସବୁଠାରୁ କନିଷ୍ଠ ଖେଳାଳି ହେବେ। ଶାରାପୋଭା ୨୦୦୬ରେ ୟୁଏସ୍ ଓପନ୍ ଟାଇଟଲ୍ ଜିତିଥିଲେ। ପ୍ରଥମଥର ୟୁଏସ୍ ଓପନର ମୁଖ୍ୟ ଡ୍ର' ଖେଳୁଥିବା ଆନ୍ଦ୍ରିସ୍କୁ ୧୩ତମ ସିଡ୍ ସ୍ୱିଜରଲ୍ୟାଣ୍ଡର ବେନସିକଙ୍କ ବିପକ୍ଷ ପ୍ରଥମ ସେଟରେ ସେଟ୍ ପଏଣ୍ଟ ବଞ୍ଚାଇଥିଲେ। ସେ ପ୍ରଥମ ସେଟକୁ ଟାଇବ୍ରେକରରେ ଜିତିଥିଲେ। ଦ୍ୱିତୀୟ ସେଟରେ ଆନ୍ଦ୍ରିସ୍କୁ ୨-୫ରେ ପଛୁଆ ଥିଲେ, କିନ୍ତୁ ଏହା ପରେ ସେ ଶେଷ ପାଞ୍ଚ ଗେମ୍ ନିଜ ନାଁରେ କରି ବିଜୟୀ ହୋଇଥିଲେ।

ଫାଇନାଲରେ ସେରେନାଙ୍କୁ ଭେଟିବା ନେଇ ଆନ୍ଦ୍ରିସ୍କୁ କହିଛନ୍ତି, "ବିଶ୍ୱର ମହାନ୍ ଖେଳାଳିଙ୍କୁ ସାମ୍ନା କରିବା ପାଇଁ ମୁଁ ବେଶ୍ ଉତ୍ସାହିତ। ସେରେନା ମୋ ପାଇଁ ଆଦର୍ଶ। କୋର୍ଟରେ ତାଙ୍କୁ ସାମ୍ନା ପାଇଁ ନିଶ୍ଚିତ ଭାବେ ମୋ ପକ୍ଷେ ଚ୍ୟାଲେଞ୍ଜିଂ ହେବ ଏବଂ ଏଥିପାଇଁ ମୁଁ ପ୍ରସ୍ତୁତ। " ଆନ୍ଦ୍ରିସ୍କୁ ଆହୁରି କହିଛନ୍ତି, "ପୂର୍ବରୁ ମୁଁ ଯେତେ ପରିଶ୍ରମ କରିଛି, ତାହା ସବୁର ଫଳ ଚଳିତ ବର୍ଷ ମିଳିଛି। ମୋର ଏହି ଅଭିଯାନ ଅକଲ୍ୟାଣ୍ଡରୁ ଆରମ୍ଭ ହୋଇଥିଲା, କିନ୍ତୁ ଇଣ୍ଡିଆନ୍ ୱେଲ୍ସ ଓପନରେ ମୁଁ ଅନୁଭୂତ କଲି ଯେ ମୁଁ ବଡ଼ ଟୁର୍ଣ୍ଣାମେଣ୍ଟ ଜିତିପାରିବି।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story