ଭାରତକୁ ପ୍ରାରମ୍ଭିକ ଝଟକା, ଧୱନ୍ ଓ ବିରାଟ୍ ଆଉଟ୍

ସାଉଥାମ୍ପଟନ୍: ଦକ୍ଷିଣ ଆଫ୍ରିକା ଦ୍ୱାରା ଧାର୍ଯ୍ୟ ୨୨୮ ରନର ଟାର୍ଗେଟର ପିଛା କରୁଥିବା ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଭାରତ ଇନିଂସର ଷଷ୍ଠ ଓଭରରେ ଆଉଟ୍ ଅଫ୍ ଫର୍ମ ଶିଖର ଧୱନ୍ (୮) ପ୍ୟାଭିଲିୟନ୍ ଫେରିଥିଲେ। ଦକ୍ଷିଣ ଆଫ୍ରିକାର ଶୀର୍ଷ ପେସ୍ ବୋଲର କାଗିସୋ ରବାଡାଙ୍କ ସୁଇଂକୁ ବୁଝି ନପାରି ଧୱନ୍ ୱିକେଟକିପର କ୍ୱିଣ୍ଟନ୍ ଡି’କକଙ୍କୁ କ୍ୟାଚ୍ ଦେଇ ବସିଥିଲେ। ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ବିରାଟ କୋହଲି ଅନ୍ୟତମ ଓପ୍ନର […]

virat

virat

Hemant Lenka
  • Published: Wednesday, 05 June 2019
  • Updated: 05 June 2019, 08:30 PM IST

Sports

Latest News

ସାଉଥାମ୍ପଟନ୍: ଦକ୍ଷିଣ ଆଫ୍ରିକା ଦ୍ୱାରା ଧାର୍ଯ୍ୟ ୨୨୮ ରନର ଟାର୍ଗେଟର ପିଛା କରୁଥିବା ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଭାରତ ଇନିଂସର ଷଷ୍ଠ ଓଭରରେ ଆଉଟ୍ ଅଫ୍ ଫର୍ମ ଶିଖର ଧୱନ୍ (୮) ପ୍ୟାଭିଲିୟନ୍ ଫେରିଥିଲେ।

ଦକ୍ଷିଣ ଆଫ୍ରିକାର ଶୀର୍ଷ ପେସ୍ ବୋଲର କାଗିସୋ ରବାଡାଙ୍କ ସୁଇଂକୁ ବୁଝି ନପାରି ଧୱନ୍ ୱିକେଟକିପର କ୍ୱିଣ୍ଟନ୍ ଡି'କକଙ୍କୁ କ୍ୟାଚ୍ ଦେଇ ବସିଥିଲେ। ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ବିରାଟ କୋହଲି ଅନ୍ୟତମ ଓପ୍ନର ରୋହିତ୍ ଶର୍ମାଙ୍କୁ ଭଲ ସହଯୋଗ କରିଥିଲେ। ଦୁହେଁ ଧୈର୍ଯ୍ୟର ସହ ବ୍ୟାଟିଂ କରି ପ୍ରାୟ ୧୦ ଓଭରରେ କ୍ରିଜରେ ବିତାଇଥିଲେ।

କିନ୍ତୁ ଏହି ଯୋଡ଼ିକୁ ସେଟ୍ ହେବା ପୂର୍ବରୁ ଦକ୍ଷିଣ ଆଫ୍ରିକାର ଆଣ୍ଡିଲେ ଫେଲୁକୱାୟୋ ଭାଙ୍ଗିବାରେ ସଫଳ ହୋଇଥିଲେ। ୧୬ତମ ଓଭର ତୃତୀୟ ବଲରେ ଫେଲୁକୱାୟୋଙ୍କ ବାହାରେ ଯାଉଥିବା ବଲକୁ ମାରିବାକୁ ଯାଇ ବିରାଟ ୱିକେଟକିପର ଡି'କକଙ୍କ ଦ୍ୱାରା ଧରା ପଡ଼ିଥିଲେ। ବିରାଟ ୧୮ ରନ୍ କରିବାକୁ ସକ୍ଷମ ହୋଇଥିଲେ। ରୋହିତ୍ ୩୫ ଓ ଲୋକେଶ ରାହୁଲ ୩ ରନ୍ କରି ବ୍ୟାଟିଂ କରୁଥିଲେ। ରିର୍ପୋଟ୍ ଲେଖା ହେଲା ବେଳକୁ ଭାରତ ୧୭ ଓଭରରେ ୨ ୱିକେଟ୍ ହରାଇ ୬୫ ରନ୍ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos