ରାଉରକେଲାରେ କେମିତି ହେବ ହକି ବିଶ୍ୱକପ ମ୍ୟାଚ୍‌, ରହିଛି ଏସବୁ ଚ୍ୟାଲେଞ୍ଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୩ ପୁରୁଷ ହକି ବିଶ୍ୱକପ ଆୟୋଜନ ପୁଣି ଓଡ଼ିଶାରେ ହେବ। ୨୦୧୮ରେ ହିକି ବିଶ୍ୱକପର ସମସ୍ତ ମ୍ୟାଚ୍‌ ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହୋଇଥିଲା। ତେବେ ୨୦୨୩ରେ କଳିଙ୍ଗ ଷ୍ଟାଡିୟମ ବ୍ୟତୀତ ହକିର ଅନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ର ରାଉରକେଲାରେ ମଧ୍ୟ କିଛି ମ୍ୟାଚ୍ ଖେଳାଯିବ। ରାଜ୍ୟ ସରକାରଙ୍କ ଏହି ଘୋଷଣାକୁ ରାଉରକେଲାବାସୀ ସ୍ୱାଗତ କରିଛନ୍ତି। ତେବେ ଏଠାରେ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ। କାରଣ ଅନ୍ତର୍ଜାତୀୟ ମ୍ୟାଚ୍ ଲାଗି […]

scx

scx

Hemant Lenka
  • Published: Saturday, 30 November 2019
  • Updated: 30 November 2019, 09:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୩ ପୁରୁଷ ହକି ବିଶ୍ୱକପ ଆୟୋଜନ ପୁଣି ଓଡ଼ିଶାରେ ହେବ। ୨୦୧୮ରେ ହିକି ବିଶ୍ୱକପର ସମସ୍ତ ମ୍ୟାଚ୍‌ ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହୋଇଥିଲା। ତେବେ ୨୦୨୩ରେ କଳିଙ୍ଗ ଷ୍ଟାଡିୟମ ବ୍ୟତୀତ ହକିର ଅନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ର ରାଉରକେଲାରେ ମଧ୍ୟ କିଛି ମ୍ୟାଚ୍ ଖେଳାଯିବ।

ରାଜ୍ୟ ସରକାରଙ୍କ ଏହି ଘୋଷଣାକୁ ରାଉରକେଲାବାସୀ ସ୍ୱାଗତ କରିଛନ୍ତି। ତେବେ ଏଠାରେ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ। କାରଣ ଅନ୍ତର୍ଜାତୀୟ ମ୍ୟାଚ୍ ଲାଗି ଏଠାରେ ଆବଶ୍ୟକ ଭିତ୍ତିଭୂମି ନାହିଁ। ସରକାରଙ୍କର ଏଠାରେ ନିଜସ୍ୱ ଷ୍ଟାଡିୟମ ନଥିବା ବେଳେ ଭଲ ହୋଟେଲର ଅଭାବ ରହିଛି। ଏଥିସହ ଭୁବନେଶ୍ୱର-ରାଉରକେଲା ବିମାନ ଚଳାଚଳ ନଥିବାରୁ ଖେଳାଳି, ଅଫିସିଆଲ ସେଠାକୁ କେମିତି ସୁବିଧାରେ ଯିବା ଆସିବା କରିବେ, ତା’ହା ମଧ୍ୟ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ହକି ଇତିହାସରେ ପ୍ରଥମ ଥର ପାଇଁ ୨୦୨୩ ପୁରୁଷ ବିଶ୍ୱକପ ୨ଟି ସହରରେ ଖେଳାଯିବ। ଗୋଟିଏ ଭେନ୍ୟୁ ଭୁବନେଶ୍ୱର ହୋଇଥିବା ବେଳେ ଅନ୍ୟ ଭେନ୍ୟୁଟି ହେଉଛି ଇସ୍ପାତନଗରୀ ରାଉରକେଲା। ୨୦୧୮ ହକି ବିଶ୍ୱକପ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିଲା ସେ ଦୃଷ୍ଟିରୁ ଖେଳାଳି, ଟିମ୍ ଅଫିସିଆଲ୍ ଓ ବିଦେଶୀ ଦର୍ଶକଙ୍କ ପାଇଁ ଏଠାରେ ଆବଶ୍ୟକ ସଂଖ୍ୟକ ହୋଟେଲ, ବସ୍ ଓ ଅନ୍ୟାନ୍ୟ ଆନୁସଂଗିକ ବ୍ୟବସ୍ଥା ରହିଛି। ତେବେ ରାଉରକେଲାରେ ମ୍ୟାଚ୍ ଆୟୋଜନ କରିବା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।

ପ୍ରଥମ ଚ୍ୟାଲେଞ୍ଜ ହେବ ଷ୍ଟାଡିୟମ। ଏଠାରେ ରାଜ୍ୟ ସରକାରଙ୍କର ନିଜସ୍ୱ ହକି ଷ୍ଟାଡିୟମ ନାହିଁ। ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଯେଉଁ ଷ୍ଟାଡିୟମ ଅଛି, ସେଠି ବିଶ୍ୱକପ୍ ମ୍ୟାଚ୍ ଖେଳି ହେବନି। ତେଣୁ ସରକାର ତାର ନବୀକରଣ କରିବେ ନା ନୂଆ ଷ୍ଟାଡିୟମ କରିବେ ଏବେ ତାହା ବଡ଼ ପ୍ରଶ୍ନ।

ଦ୍ୱିତୀୟ ଚ୍ୟାଲେଞ୍ଜ ହେବ ଖେଳାଳି, ଅଫିସିଆଲ ଓ ଦର୍ଶକଙ୍କ ରହିବା ଲାଗି ହୋଟେଲ ବ୍ୟବସ୍ଥା। କେବଳ ମେ ଫେୟାରକୁ ଛାଡ଼ଦେଲେ ଏଠାରେ ଅନ୍ୟ କୌଣସି ତାରକା ହୋଟେଲ ନାହିଁ। ସେ ଦୃଷ୍ଟିରୁ ଖେଳାଳି ଓ ଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ରହିବା ବ୍ୟବସ୍ଥା କରିବାକୁ ପଡ଼ିବ।

ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ ଯୋଗାଯୋଗ ବ୍ୟବସ୍ଥା। ଭୁବନେଶ୍ୱର ଓ ରାଉରକେଲା ଭିତରେ ବିମାନ ଚଳାଚଳ କରୁନଥିବା ବେଳେ ବସରେ ଗଲେ ୯ଘଣ୍ଟା ସମୟ ଲାଗେ। ତେଣୁ ମ୍ୟାଚ୍ କରାଇବାକୁ ହେଲେ ଯାଆସ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ହେବ।

ସେପଟେ ହକିର ଅନ୍ତୁଡିଶାଳ କୁହାଯାଉଥିବା ସୁନ୍ଦରଗଡ଼ ଜିଲ୍ଲାରେ ତୃଣମୂଳସ୍ତରରେ ହକିକୁ ଆହୁରି ପ୍ରୋତ୍ସାହିତ କରିବା ଲାଗି ସରକାର ଏଠାକାର ୧୭ଟି ବ୍ଲକରେ ୧୭ଟି ଆଷ୍ଟ୍ରୋ ଟର୍ଫ ବିଛାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଜିଲ୍ଲାର ଅନ୍ତର୍ଜାତୀୟ ହକି ତାରକାମାନେ ସ୍ୱାଗତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos