ବାରବାଟୀରେ ନୂଆ ରେକର୍ଡ: ଏହି ଫର୍ମାଟ୍‌ରେ ସବୁଠୁ ବଡ଼ ବିଜୟ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): କଟକ ବାରବାଟୀରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଭାରତ ୯୩ରନରେ ବିଜୟୀ ହୋଇଛି। ଟି-ଟ୍ୱେଣ୍ଟି ଫର୍ମାଟରେ ଏହା ହେଉଛି ଭାରତର ସବୁଠୁ ବଡ଼ ବିଜୟ। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୮୦ ରନ କରିଥିଲା। ଭାରତ ପକ୍ଷରୁ ଲୋକେଶ ରାହୁଲ ସର୍ବାଧିକ ୬୧ ରନର ପାରି ଖେଳିଖିଲେ। ଜବାବରେ ଶ୍ରୀଲଙ୍କା ଟିମ୍‌ ୮୭ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଭାରତୀୟ ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା କରି ନ ପାରି […]

2_1513797867

2_1513797867

Rakesh Mallick
  • Published: Thursday, 21 December 2017
  • Updated: 21 December 2017, 09:47 AM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): କଟକ ବାରବାଟୀରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଭାରତ ୯୩ରନରେ ବିଜୟୀ ହୋଇଛି। ଟି-ଟ୍ୱେଣ୍ଟି ଫର୍ମାଟରେ ଏହା ହେଉଛି ଭାରତର ସବୁଠୁ ବଡ଼ ବିଜୟ। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୮୦ ରନ କରିଥିଲା। ଭାରତ ପକ୍ଷରୁ ଲୋକେଶ ରାହୁଲ ସର୍ବାଧିକ ୬୧ ରନର ପାରି ଖେଳିଖିଲେ। ଜବାବରେ ଶ୍ରୀଲଙ୍କା ଟିମ୍‌ ୮୭ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଭାରତୀୟ ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା କରି ନ ପାରି ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍‌ ଆତ୍ମସମର୍ପଣ କରିଥିଲେ। ଚହଲ ୨୩ ରନରେ ୪ଟି ଓ ପାଣ୍ଡ୍ୟା ୨୯ ରନ୍ ଦେଇ ୩ଟି ଓ୍ୱିକେଟ୍ ନେଇଥିଲେ। ତେବେ ଜବରଦସ୍ତ ବ୍ୟାଟିଂ ପରେ ଧୋନି, ଓ୍ୱିକେଟ୍ ପଛରେ ଦୁଇଟି କ୍ୟାଚ୍ ଓ ଦୁଇଟି ଷ୍ଟମ୍ପିଂ କରି ଭାରତୀୟ ବିଜୟକୁ ସହଜ କରି ଦେଇଥିଲେ। ମ୍ୟାଚରେ ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ପାଇଁ ଚହଲଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରୀଲଙ୍କାର ଏଭଳି ପରାଜୟ ପରେ ସୋସିଆମ ମିଡ଼ିଆରେ ବାରବାଟୀ ମ୍ୟାଚ୍‌କୁ ନେଇ ଚର୍ଚ୍ଚା ଲାଗି ରହିଛି। ଅନେକ ଶ୍ରୀଲଙ୍କା ଖେଳାଳିଙ୍କୁ ସମାଲୋଚନା କରିଛନ୍ତି।

ଏହି ବିଜୟ ଭାରତର ସବୁଠୁ ବଡ଼ ବିଜୟ। ଏତେବଡ଼ ବ୍ୟବଧାନରେ ଭାରତ ଏହା ପୂର୍ବରୁ କେବେ ଜିତି ନଥିଲା। ପୂର୍ବ ରେକର୍ଡକୁ ଯଦି ଲକ୍ଷ୍ୟ କରିବା ତେବେ ଭାରତ ଏହାପୂର୍ବରୁ ଇଂଲଣ୍ଡ ବିପକ୍ଷରେ ୯୦ ଓ ୭୫ ରନରେ ବିଜୟ ହୋଇଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ୭୩ ରନରେ ବିଜୟୀ ହୋଇଥିଲା। ଏହା ସହ ରୋତିତ ଶର୍ମାଙ୍କ ଅଧିନାୟକତ୍ୱରେ ଏହା ପ୍ରଥମ ଟି-ଟ୍ୱେଣ୍ଟି ବିଜୟ। ଏହିମ୍ୟାଚ୍‌ରେ ଧୋନୀ ତାଙ୍କ ନିଜ ନାଁରେ ଆଉ ଏକ ରେକର୍ଡ କରିଛନ୍ତି। ଧୋନୀ ଟି-ଟ୍ୱେଣ୍ଟିରେ ଦ୍ୱିତୀୟ ୱେକେଟ୍‌ କିପର ଭାବେ ୨୭ଟି ଷ୍ଟମ୍ପିଂ କରିଛନ୍ତି। ତାଙ୍କ ଉପରେ ପାକିସ୍ତାନର କମରାନ୍‌ ଆକମଲ ହିଁ ଅଛନ୍ତି। ସେ ୩୨ଟି ଷ୍ଟମ୍ପିଂ କରି ପ୍ରଥମ ସ୍ଥାନରେ ରହିଛନ୍ତି।

https://youtu.be/H8qBO0euEWU

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos