ଦୁଇ ଦିନରେ ଖେଳ ଶେଷ: ବ୍ୟାଟିଂ ପରେ ବୋଲିଂରେ କମାଲ୍ ଦେଖାଇଲେ ଭାରତୀୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଦିନରେ ଖେଳ ଶେଷ। ଟେଷ୍ଟ ଇତିହାସରେ ଭାରତର ସବୁଠୁ ବଡ଼ ବିଜୟ। ବେଙ୍ଗାଲୁରୁ ଠାରେ ଖେଳାଯାଇଥିବା ଐତିହାସିକ ଟେଷ୍ଟକୁ  ଭାରତ ଏକ ଇଂନିସ ଓ ୨୬୨ ରନରେ ବିଜୟ ହାସଲ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇଂନିସରେ ୪୭୪ ରନ କରିଥିଲା। ଜବାବାରେ ଆଫଗାନିସ୍ତାନ ପ୍ରଥମ ଇଂନିସରେ ୧୦୯ ରନ କରି ଅଲଆଉଟ୍‌ ହେବା ପରେ ଫଲୋନ୍‌ ଖାଇଥିଲା। ଫଳରେ ଦ୍ୱିତୀୟ ଇଂନିସରେ ଆଫଗାନିସ୍ତାନ ୧୦୩ ରନ କରି ସମସ୍ତ ୱିକେଟ ହରାଇ ପରାସ୍ତ ହୋଇଥିଲା। ଭାରତ ପକ୍ଷରୁ ଘାତକ ବୋଲର୍‌ ସାବ୍ୟସ୍ତ ହୋଇଥିଲେ ଆର୍ ଅଶ୍ୱିନ ଓ ଜାଡ଼େଜା। ଅଶ୍ୱିନ ମ୍ୟାଚରେ ୫ଟି ୱିକେଟ୍ ହାସଲ କରିଥିବା ବେଳେ ଜାଡ଼େଜା ୬ ଟି ୱିକେଟ ନେଇ ଆଫଗାନିସ୍ତାନକୁ ଅଡ଼ୁଆରେ ପକାଇଥିଲେ।