ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ବିଜୟ ଧାରକୁ ଫେରିବ: ଇଞ୍ଜାମାମ୍‌ ଉଲ୍‌ ହକ୍‌

କରାଚି: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ପାକିସ୍ତାନ ଶୋଚନୀୟ ପରାଜିତ ହୋଇଛି ସତ କିନ୍ତୁ ଦଳ ନିଶ୍ଚିତ ଭାବେ ବିଜୟ ଧାରାକୁ ଫେରିବ ବୋଲି ଆଶା ପ୍ରକାଶ କରିଛନ୍ତି ପାକିସ୍ତାନ ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ୍ ଉଲ୍‌ ହକ୍‌।

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ପାକିସ୍ତାନ ୩୩୦ ରନ୍‌ରେ ପରାଜିତ ହୋଇଥିଲା। ଦଳ ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡକୁ ୭୫ ରନ୍‌ରେ ହରାଇଥିଲା। ଏବେ ସିରିଜ୍‌ ୧-୧ ସ୍ଥିତିରେ ରହିଛି।

ଗୁରୁବାର ଇଞ୍ଜାମାମ କହିଛନ୍ତି, “ଇଂଲଣ୍ଡର ଏଜ୍‌ବାଷ୍ଟନ୍‌ରେ ଆସନ୍ତା ୩ ତାରିଖରେ ତୃତୀୟ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ ଜିତି ଦଳ ବିଜୟ ଧାରାକୁ ଫେରିବ। ଦଳର ବୋଲର ଓ ବ୍ୟାଟ୍ସମ୍ୟାନ୍‌ ଭଲ ପ୍ରଦର୍ଶନ କରିବା ଉପରେ ଧ୍ୟାନ ଦେବା ଉଚିତ।”