ରିଓ ଅଲିମ୍ପିକ୍‌ ବିଫଳତା ପାଇଁ ‘ସିଷ୍ଟମ’କୁ ଦାୟୀ କଲେ ବିନ୍ଦ୍ରା

ନୂଆଦିଲ୍ଲୀ :ରିଓ ଅଲିମ୍ପିକ୍‌ରେ ଏପର୍ଯ୍ୟନ୍ତ କୌଣସି ଭାରତୀୟ ପ୍ରତିଯୋଗୀ ପଦକ ଜିତି ନ ପାରିବା ନେଇ ‘ସିଷ୍ଟମ’କୁ ଦୋଷ ଦେଇଛନ୍ତି ବେଜିଂ ଅଲିମ୍ପିକ୍‌ରେ ସ୍ୱର୍ଣ୍ଣ ବିଜେତା ଅଭିନବ ବିନ୍ଦ୍ରା। ୧୦ ମିଟର ଏୟାର ରାଇଫଲରେ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଥିବା ୩୩ ବର୍ଷୀୟ ବିନ୍ଦ୍ରା କହିଛନ୍ତି,“ମେଡାଲ ସେହିମାନଙ୍କଠାରୁ ଆଶା କରାଯାଏ ଯେଉଁମାନଙ୍କ ପଛରେ ସରକାର ବ୍ୟାପକ ଅର୍ଥ ଖର୍ଚ୍ଚ କରିଥାନ୍ତି। ସେମାନଙ୍କୁ ଅଲିମ୍ପିକ୍‌ ପାଇଁ ପ୍ରସ୍ତୁତିରେ ସହଯୋଗର ହାତ ବଢାଇଥାନ୍ତି। ୟୁକେରେ ଅଲିମ୍ପିକ୍‌ ମେଡାଲର ମୂଲ୍ୟ […]

bindra

bindra

Rakesh Mallick
  • Published: Tuesday, 16 August 2016
  • Updated: 16 August 2016, 10:50 PM IST

ନୂଆଦିଲ୍ଲୀ :ରିଓ ଅଲିମ୍ପିକ୍‌ରେ ଏପର୍ଯ୍ୟନ୍ତ କୌଣସି ଭାରତୀୟ ପ୍ରତିଯୋଗୀ ପଦକ ଜିତି ନ ପାରିବା ନେଇ ‘ସିଷ୍ଟମ’କୁ ଦୋଷ ଦେଇଛନ୍ତି ବେଜିଂ ଅଲିମ୍ପିକ୍‌ରେ ସ୍ୱର୍ଣ୍ଣ ବିଜେତା ଅଭିନବ ବିନ୍ଦ୍ରା।

୧୦ ମିଟର ଏୟାର ରାଇଫଲରେ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଥିବା ୩୩ ବର୍ଷୀୟ ବିନ୍ଦ୍ରା କହିଛନ୍ତି,“ମେଡାଲ ସେହିମାନଙ୍କଠାରୁ ଆଶା କରାଯାଏ ଯେଉଁମାନଙ୍କ ପଛରେ ସରକାର ବ୍ୟାପକ ଅର୍ଥ ଖର୍ଚ୍ଚ କରିଥାନ୍ତି। ସେମାନଙ୍କୁ ଅଲିମ୍ପିକ୍‌ ପାଇଁ ପ୍ରସ୍ତୁତିରେ ସହଯୋଗର ହାତ ବଢାଇଥାନ୍ତି। ୟୁକେରେ ଅଲିମ୍ପିକ୍‌ ମେଡାଲର ମୂଲ୍ୟ ୫.୫ ମିଲିୟନ ପାଉଣ୍ଡ, ଆମେରିକାରେ ୭.୧୩ ମିଲିୟନ ଡାଲର। ସରକାର ଏତେ କମ୍‌ ଖର୍ଚ୍ଚ କରି କିପରି ମେଡାଲ ଆଶା କରୁଛନ୍ତି ତାହା ମତେ ବ୍ୟଥିତ କରିଛି।”

ସୋସିଆଲ ମିଡିଆରେ ବ୍ରିଟିଶ ଖବର କାଗଜରେ ପ୍ରକାଶିତ ଏକ ଖବରକୁ ପୋଷ୍ଟ କରି ସେ ଏହା କହିଛନ୍ତି।

ସୂଚନାଯୋଗ୍ୟ ଚଳିତ ଅଲିମ୍ପିକ୍‌ ପାଇଁ ଭାରତରୁ ୧୧୮ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ପ୍ରତିଯୋଗୀମାନେ ପ୍ରାଣପଣେ ଚେଷ୍ଟା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଭାରତକୁ କୌଣସି ମେଡାଲ ମିଳିପାରି ନାହିଁ। ଭାରତ ୨୦୧୨ ଲଣ୍ଡନ ଅଲିମ୍ପିକ୍‌ରେ ୬ଟି ମେଡାଲ ହାତେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos