ବାହା ହେଲେ ବୀରେନ୍ଦ୍ର

ଝାରସୁଗୁଡ଼ା: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଲିମ୍ପିଆନ୍ ତଥା ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରା। ତାଙ୍କ ଜୀବନ ସାଥୀ ହୋଇଛନ୍ତି ଝାରସୁଗୁଡ଼ା ଜିଲ୍ଲା ଅମଲିପାଲି ପୋଲିସ୍‌ କଲୋନୀର ରସ୍ମିତା କେର୍କେଟା। ଝାରସୁଗୁଡ଼ାରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଉଭୟଙ୍କ ବାହାଘର ସଂପନ୍ନ ହୋଇଛି। ଏଥିରେ ଭାରତୀୟ ହକି ଟିମ୍‌ର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ମଧ୍ୟ ଯୋଗ ଦେଇଥିଲେ।

ବୀରେନ୍ଦ୍ରଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ୍  ଲଛଡ଼ା ଗାଁରେ।