ବିଶ୍ୱ ଟି-୨୦ ପାଇଁ ଅଷ୍ଟ୍ରେଲିଆରେ ଭଲ ପ୍ରଦର୍ଶନ କରିବାକୁ ନେହେରାଙ୍କ ଗୁରୁତ୍ୱ  

ନୂଆଦିଲ୍ଲୀ: ୫ବର୍ଷ ଧରି ଦଳରୁ ବାଦ ପଡିଥିବା ଆଶିଷ ନେହେରା ଅଷ୍ଟ୍ରେଲିଆରେ ଭଲ ପ୍ରଦର୍ଶନ କରିବାକୁ ବେଶ୍ ଆଶାବାଦୀ ଅଛନ୍ତି। ଜାନୁୟାରୀ ୨୬ରୁ ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୩ ଟିକିଆ ଟି-୨୦ରେ ଭଲ ପ୍ରଦର୍ଶନ କରି ବିଶ୍ୱ ଟି-୨୦ ପାଇଁ ଦଳକୁ ଫେରିବାକୁ ଆଶାବାଦୀ ଅଛନ୍ତି ନେହେରା। ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କୁ ଦଳରେ ସ୍ଥାନ ମିଳିଥିବାରୁ ସେ ବେଶ୍ ଉତ୍ସାହିତ ରହିଛନ୍ତି। ବୋଲିଂ ଲାଇନ ଓ ଲେନ୍ଥକୁ ଫେରି ପାଇବାକୁ କୋଚଙ୍କ ପରାମର୍ଶକୁ ଗ୍ରହଣ କରି ଅଭ୍ୟାସ ଜାରି ରଖିଛନ୍ତି ‍ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୧ ବିଶ୍ୱକପରେ ସେ ପାକିସ୍ତାନ ବିପକ୍ଷରେ ଶେଷ ମ୍ୟାଚ ଖେଳିଥିଲେ।