ଆଉଟ ନା ନଟ ଆଉଟ? ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ବିବାଦ, ଦେଖନ୍ତୁ ଭିଡିଓ
ଆଣ୍ଟିଗୁଆ: ଶାହି ହୋପଙ୍କ ଦମଦାର ଶତକ ବଳରେ ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିଛି। କିନ୍ତୁ ମ୍ୟାଚ୍ ପରେ କିଏ ଜିତିଲା ଓ କିଏ ହାରିଲା, ତା’କୁ ନେଇ ଯେତିକି ଚର୍ଚ୍ଚା ହେଉନି, ଗୋଟିଏ ଆଉଟକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଶ୍ରୀଲଙ୍କାର ଓପନର ଦନୁଶ୍କା ଗୁଣତିଲକାଙ୍କୁ ଅମ୍ପାୟାର ଯେଉଁଭଳି ଭାବେ ଆଉଟ ବୋଲି ନିର୍ଦ୍ଦେଶ ଦେଲେ, ତା’କୁ ନେଇ ସୋଶାଲ ମିଡିଆରେ ଝଡ଼ ଦେଖିବାକୁ ମିଳିଛି।
ସବୁକିଛି ଶ୍ରୀଲଙ୍କା ବ୍ୟାଟିଂର ୨୨ତମ ଓଭର୍ରେ ଘଟିଥିଲା। ଏହି ଓଭର୍ରେ ଇଣ୍ଡିଜ ଅଧିନାୟକ କାଏରନ ପୋର୍ଲାଡଙ୍କ ଗୋଟିଏ ଲେନ୍ଥ ବଲ୍କୁ ଗୁଣତିଲକା ସାମ୍ନା କରିଥିଲେ। ବଲ୍ଟି ବ୍ୟାଟ୍ରେ ମାଡ଼ ହୋଇ ଗୁଣତିଲକାଙ୍କ ଆଗରେ ପଡ଼ିଥିଲା। ଏହି ସମୟରେ ନନ୍ଷ୍ଟ୍ରାଇକ୍ରେ ଥିବା ପଥୁମ ନିସଙ୍କା ସିଙ୍ଗଲ ନେବାକୁ ଚେଷ୍ଟା କରିଥିଲେ।
ଦୁଇ ଷ୍ଟେପ୍ ଆଗକୁ ଯାଇ ଗୁଣତିଲକା ରନ୍ ନେବାକୁ ମନା କରିଦେଇଥିଲେ। ପୋର୍ଲାଡ ମଧ୍ୟ ବଲଟିକୁ ସଂଗ୍ରହ କରିବାକୁ ବ୍ୟାଟିଂ କ୍ରିଜ୍ ଆଡ଼କୁ ଦୌଡ଼ି ଆସିଥିଲେ। ଏହି ସମୟରେ ଗୁଣତିଲକା ପାର୍ଟନର ନିସଙ୍କାକୁ ମନା କରି ବେଶ ଆରାମରେ କ୍ରିଜ୍ ମଧ୍ୟକୁ ଆସୁଥିଲେ। ତାଙ୍କ ଆଖି ନିସଙ୍କାଙ୍କ ଉପରେ ରହିଥିଲା। ଏଥିଯୋଗୁ ବଲ୍ରେ ତାଙ୍କ ଗୋଡ଼ ସାମାନ୍ୟ ବାଜି ଯାଇଥିଲା।
Danushka Gunathilaka was given out for this 🤐pic.twitter.com/Vc6YIo6dCi
— Arjun (@ArjunNamboo) March 10, 2021
ଏହାକୁ ଆଧାର କରି ପୋର୍ଲାଡ ଆଉଟ ପାଇଁ ଅପିଲ କରିଥିଲେ। ଫିଲ୍ଡ ଅମ୍ପାୟାର ଜୋଲ ୱିଲସନ ତୁରନ୍ତ ଥାର୍ଡ ଅମ୍ପାୟାରଙ୍କୁ ଏହା ଅବଷ୍ଟ୍ରଟିଂ ଫିଲ୍ଡ ଆଉଟ କି ନାହିଁ ପଚାରିଥିଲେ। ଥାର୍ଡ ଅମ୍ପାୟାର ଏହାକୁ ବିଚାର କରି ଅବଷ୍ଟ୍ରଟିଂ ଦ ଫିଲ୍ଡ ଭାବେ ଗୁଣତିଲକାଙ୍କୁ ଆଉଟ ନିର୍ଦ୍ଦେଶ ଦେଇଥିଲେ।
କିନ୍ତୁ ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଗୁଣତିଲକା ଆଦୌ ଜାଣିଶୁଣି ବଲକୁ ନିଜ ଗୋଡ଼ରେ ମାଡ଼ କରି ନଥିଲେ। ଏଥିସହ ସେ ପୋର୍ଲାଡଙ୍କ ଫିଲ୍ଡିଂରେ କୌଣସି ବାଧା ସୃଷ୍ଟି କରିଥିଲେ। ତଥାପି ଅମ୍ପାୟାର ତାଙ୍କୁ ଆଉଟ ଦେବାରୁ ବହୁ ବଡ଼ବଡ଼ କିମ୍ବଦନ୍ତୀ କ୍ରିକେଟର ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି।
Don’t think that was willful at all. I wouldn’t appeal but hey 🤷🏿♂️🤷🏿♂️
— Daren Sammy (@darensammy88) March 10, 2021
ମାଇକେଲ ବନ୍, ଡାରେନ ସାମି ଓ ଟମ୍ ମୁଡି ଅମ୍ପାୟାରଙ୍କ ନିଷ୍ପତ୍ତିରେ ଏକମତ ହୋଇ ନଥିବା ବେଳେ ବ୍ରାଡ ହଗ୍ କିନ୍ତୁ ଏହାକୁ ଯର୍ଥାଥ ଦର୍ଶାଇଛନ୍ତି।
Gunathilaka definitely out obstructing the fielder, he had showed no urgency getting back in his crease as 2 fielders converge on the ball, run out opportunity at the other end. Pollard full rights to appeal & umpires have made a good decision. Game Awareness #SLvWI #cricket pic.twitter.com/FLkseX1MES
— Brad Hogg (@Brad_Hogg) March 11, 2021
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।