ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍‌: ୯ ୱିକେଟ୍‌ରେ ଭାରତ ବିଜୟୀ

ଭୁବନେଶ୍ୱର: ଭୁବନେଶ୍ୱର କିଟ୍‌ ଷ୍ଟାଡିୟମରେ ଆଜି ଖେଳାଯାଇଛି ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍‌ର ଏକ ଲିଗ୍ ମ୍ୟାଚ୍‌ରେ ଭାରତ ୯ ୱିକେଟ୍‌ରେ ବିଜୟୀ ହୋଇଛି। ଭାରତ ବିଜୟର ମୁଖ୍ୟ ଭୂମିକା ନେଇଥିଲେ ଓଡ଼ିଶାର ସୁଖରାମ ମାଝି। ସୁଖରାମ ୨୫ ବଲ୍‌ରେ ୫୬ ରନ୍‌ କରିଥିଲେ।

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ ୧୩୬ ରନ୍‌ କରିଥିଲା। ୧୩୭ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ୯ ଓଭରରେ ହାସଲ କରି ନେଇଥିଲା।

ଭାରତ ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍ ଖେଳି ୭ଟିରେ ବିଜୟୀ ହୋଇ ୨୧ ପଏଣ୍ଟ ପାଇ ତାଲିକାର ଶୀର୍ଷରେ ରହିଛି। ଅଜୟ ରେଡ୍ଡୀଙ୍କ ନେତୃତ୍ୱରେ ଭାରତୀୟ ଟିମ୍‌ ନ୍ୟୁଜିଲାଣ୍ଡ ସମେତ ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ୍‌, ବାଂଲାଦେଶ, ଶ୍ରୀଲଙ୍କା, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାକୁ ହରାଇଛି।

ଭାରତୀୟ ଟିମ୍‌ରେ ସୁଖରାମଙ୍କ ସମେତ ଅନ୍ୟତମ ଓଡ଼ି ଭାବେ ଅଲରାଉଣ୍ଡର ମହମ୍ମଦ ଜାଫର ଇକ୍‌ବାଲ ଅଛନ୍ତି।