ରିଓ ଅଲିମ୍ପିକ୍‌ ମହିଳା ବ୍ୟକ୍ତିଗତ ତୀରନ୍ଦାଜୀ: ପ୍ରି-କ୍ୱାର୍ଟରକୁ ଗଲେ ବୋମ୍ବାଲ୍ୟା ଦେବୀ

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ର ମହିଳା ବ୍ୟକ୍ତିଗତ ତୀରନ୍ଦାଜୀ ପ୍ରତିଯୋଗିତାରେ ପ୍ରି-କ୍ୱାର୍ଟରକୁ ଯାଇଛନ୍ତି ଭାରତୀୟ ତୀରନ୍ଦାଜ ବୋମ୍ବାଲ୍ୟା ଦେବୀ। ସେ ଚାଇନିଜ୍‌ ତେଇପେଇର ଶିହ-ଚିଆଙ୍କୁ ୬-୨ରେ ପରାସ୍ତ କରି ଏହି ରାଉଣ୍ଡକୁ ଯାଇଛନ୍ତି।

କିଛି ସମୟ ପୂର୍ବରୁ ­ସେ ଏହି ପ୍ରତିଯୋଗିତାର ଦ୍ୱିତୀୟ ରାଉଣ୍ଡକୁ ଯାଇଥିଲେ। ସେ ଅଷ୍ଟ୍ରେଲିଆ ଲରେନ୍ସ ବାଲ୍‌ଥାରୋପଙ୍କ ପରାଜିତ କରି ମ୍ୟାଚ୍ ଏହି ପ୍ରତିଯୋଗିତା ଜିତିଥିଲେ। ବୋମ୍ବାଲ୍ୟା ଦେବୀ ୨୪-୨୭, ୨୮-୨୪, ୨୭-୨୩, ୨୬-୨୪ ସ୍କୋର କରି ଜିତିଥିଲେ।