ବ୍ରାଜିଲର ଏହି ଷ୍ଟାର୍ ଫୁଟବଲରଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ

ରିଓ ଡି’ ଜିନିରୋ: ବ୍ରାଜିଲର ଷ୍ଟାର୍ ଷ୍ଟ୍ରାଇକର୍ ନେମାରଙ୍କ ଉପରେ ପ୍ୟାରିସରେ ଏକ ମହିଳାଙ୍କ ସହ ଦୁଷ୍କର୍ମ କରିଥିବାର ଅଭିଯୋଗ ଲାଗିଛି। ତେବେ ନିଜ ଉପରେ ଲାଗିଥିବା ଏହି ଅଭିଯୋଗକୁ ନେମାର ଖାରଜ କରିଛନ୍ତି। ନେମାର କହିଛନ୍ତି, ମୋତେ ଜାଣିଶୁଣି ଫସାଇବାକୁ ପ୍ରୟାସ କରାଯାଉଛି। ସାଓ ପାଓଲୋ ପୁଲିସ୍ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଏହି ଘଟଣା ୧୫ ମେ’ ତାରିଖରେ ଏକ ହୋଟେଲରେ ଘଟିଥିଲା। ଜବାବରେ ନେମାର ନିଜର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ […]

neymar

neymar

Hemant Lenka
  • Published: Sunday, 02 June 2019
  • Updated: 02 June 2019, 08:33 PM IST

Sports

Latest News

ରିଓ ଡି' ଜିନିରୋ: ବ୍ରାଜିଲର ଷ୍ଟାର୍ ଷ୍ଟ୍ରାଇକର୍ ନେମାରଙ୍କ ଉପରେ ପ୍ୟାରିସରେ ଏକ ମହିଳାଙ୍କ ସହ ଦୁଷ୍କର୍ମ କରିଥିବାର ଅଭିଯୋଗ ଲାଗିଛି। ତେବେ ନିଜ ଉପରେ ଲାଗିଥିବା ଏହି ଅଭିଯୋଗକୁ ନେମାର ଖାରଜ କରିଛନ୍ତି। ନେମାର କହିଛନ୍ତି, ମୋତେ ଜାଣିଶୁଣି ଫସାଇବାକୁ ପ୍ରୟାସ କରାଯାଉଛି।

ସାଓ ପାଓଲୋ ପୁଲିସ୍ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଏହି ଘଟଣା ୧୫ ମେ' ତାରିଖରେ ଏକ ହୋଟେଲରେ ଘଟିଥିଲା। ଜବାବରେ ନେମାର ନିଜର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ନିଜ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ନେମାର କହିଛନ୍ତି, ଜଣେ ପୁରୁଷ ଓ ନାରୀ ମଧ୍ୟରେ ଚାରିକାନ୍ଥ ଭିତରେ ଯାହା ହୁଏ, ଠିକ୍ ସେୟା ସେଦିନ ରାତିରେ ଆମ ଭିତରେ ହୋଇଥିଲା। ଏହା ପରେ ଆଗକୁ ଆଉ ସେଭଳି କିଛି ହୋଇନାହିଁ। କିନ୍ତୁ ଏହାକୁ ନେଇ ମୋ ଉପରେ ଦୁଷ୍କର୍ମ ଅଭିଯୋଗ ଲଗାଯାଇଛି। ଏହା ଏକ ବହୁତ ବଡ଼ ଏବଂ ଗମ୍ଭୀର ଶବ୍ଦ। ଯିଏ ମୋ ଚରିତ୍ରକୁ ଭଲ ଭାବେ ଜାଣିଛନ୍ତି, ସେ କେବେବି ମୋ ବିରୋଧରେ ଏଭଳି ଅଭିଯୋଗ ଆଣିବେ ନାହିଁ।

ସୂଚନାଯୋଗ୍ୟ, ପୀଡ଼ିତାଙ୍କ ସହମତି ବିନା ନେମାର ତାଙ୍କ ସହ ଜୋର୍ ଜବରଦସ୍ତି ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ପ୍ରୟାସ କରିଥିଲେ। ଏହି ଅଜ୍ଞାତ ପୀଡ଼ିତା ଜଣକ ବ୍ରାଜିଲର ବାସିନ୍ଦା। ସେଣ୍ଟ ପ୍ୟାରିସ୍ ଜର୍ମନ୍ (ପିଏସଜି) ଖେଳାଳିଙ୍କ ସହ ପୀଡ଼ିତାଙ୍କ ପରିଚୟ ସୋଶାଲ୍ ମିଡିଆ (ଇନଷ୍ଟାଗ୍ରାମ)ରେ ହୋଇଥିଲା।

ଚାଟିଂ କରୁଥିବା ବେଳେ ନେମାର ସେହି ମହିଳାଙ୍କୁ ପ୍ୟାରିସରେ ସାକ୍ଷାତ କରିବାକୁ କହିଥିଲେ। ଅଭିଯୋଗ ଅନୁଯାୟୀ, ନେମାର ସେହି ସମୟରେ ନିଶାଶକ୍ତ ଅବସ୍ଥାରେ ଥିଲେ ଏବଂ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। କିନ୍ତୁ ଏହା ପରେ ନେମାର ଅତ୍ୟଧିକ ହିଂସ୍ର ହୋଇପଡ଼ିଥିଲେ ଏବଂ ମହିଳାଙ୍କ ବିନା ଅନୁମତିରେ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପାଇଁ ବାଧ୍ୟ କରିଥିଲେ।

ସେହିପରି ନେମାରଙ୍କ ପିତା ମଧ୍ୟ ନିଜ ପୁଅ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୋ ପୁଅକୁ ଧମକାଇବାକୁ ପ୍ରୟାସ କରାଯାଉଛି। ଏହା ଆମ ପାଇଁ କଠିନ ସମୟ। ଯଦି ତୁରନ୍ତ ସତ ସାମ୍ନାକୁ ନଆସେ, ତାହେଲେ ମାମଲା ଆହୁରି ସଙ୍ଗୀନ ହେବ। ଆମକୁ ଯଦି ଆବଶ୍ୟକ ପଡ଼େ, ତାହେଲେ ସେହି ମହିଳାଙ୍କ ସହ ନେମାରଙ୍କ ହ୍ୱାଟ୍ସଆପ୍ ମେମେଜ୍ ମଧ୍ୟ ସେୟାର କରିପାରିବୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos