ଆଜି ଆରମ୍ଭ ହୋଇଥିଲା ଆଇପିଏଲ, ବିଶ୍ୱ ଦେଖିଥିଲା ମ୍ୟାକକୁଲମଙ୍କ ବିସ୍ଫୋରକ ବ୍ୟାଟିଂ

ନୂଆଦିଲ୍ଲୀ: ଠିକ ୧୨ ବର୍ଷ ତଳେ କ୍ରିକେଟ ଲିଗ୍‌ରେ ସୃଷ୍ଟି ହୋଇଥିଲା ବୈପ୍ଲବିକ ପରିବର୍ତ୍ତନ। କାରଣ ଏପ୍ରିଲ ୧୮ ତାରିଖ ୨୦୦୮ରେ ଆରମ୍ଭ ହୋଇଥିଲା ବିଶ୍ୱର ସବୁଠାରୁ ବଡ଼ ଘରୋଇ ଟି-୨୦ ଲିଗ ଆଇପିଏଲ। ଆଖି ଖସିଗଲା ପରି ଆତସବାଜୀ ସାଙ୍ଗକୁ ଆଇସିସି ଓ ବିସିସିଆର କିମ୍ବଦନ୍ତୀ କ୍ରିକେଟରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଏହି ଟୁର୍ଣ୍ଣାମେଣ୍ଟକୁ ଆରମ୍ଭ କରାଯାଇଥିଲା। ଇତି ମଧ୍ୟରେ ୧୨ଟି ସଂସ୍କରଣ ଶେଷ ହୋଇଥିବା ବେଳେ ଟୁର୍ଣ୍ଣାମେଣ୍ଟର ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଛି। ୨୦୨୦ ଆଇପିଏଲ […]

u

u

Hemant Lenka
  • Published: Saturday, 18 April 2020
  • Updated: 18 April 2020, 06:50 PM IST

ନୂଆଦିଲ୍ଲୀ: ଠିକ ୧୨ ବର୍ଷ ତଳେ କ୍ରିକେଟ ଲିଗ୍‌ରେ ସୃଷ୍ଟି ହୋଇଥିଲା ବୈପ୍ଲବିକ ପରିବର୍ତ୍ତନ। କାରଣ ଏପ୍ରିଲ ୧୮ ତାରିଖ ୨୦୦୮ରେ ଆରମ୍ଭ ହୋଇଥିଲା ବିଶ୍ୱର ସବୁଠାରୁ ବଡ଼ ଘରୋଇ ଟି-୨୦ ଲିଗ ଆଇପିଏଲ। ଆଖି ଖସିଗଲା ପରି ଆତସବାଜୀ ସାଙ୍ଗକୁ ଆଇସିସି ଓ ବିସିସିଆର କିମ୍ବଦନ୍ତୀ କ୍ରିକେଟରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଏହି ଟୁର୍ଣ୍ଣାମେଣ୍ଟକୁ ଆରମ୍ଭ କରାଯାଇଥିଲା।

ଇତି ମଧ୍ୟରେ ୧୨ଟି ସଂସ୍କରଣ ଶେଷ ହୋଇଥିବା ବେଳେ ଟୁର୍ଣ୍ଣାମେଣ୍ଟର ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଛି। ୨୦୨୦ ଆଇପିଏଲ ଉପରେ କରୋନାର କଳା ବାଦଲ ଘୋଟେଇ ଯାଇଛି। ହେଲେ ଆଜି ବି ଆଇପିଏଲର ପ୍ରଥମ ମ୍ୟାଚ୍‌କୁ ଲୋକେ ଭୁଲି ପାରିନାହାନ୍ତି।

କାରଣ ପ୍ରଥମ ମ୍ୟାଚ୍‌ରେ ଲୋକମାନେ ଫଟାଫଟ କ୍ରିକେଟ କ’ଣ ସେକଥା ଦେଖିଥିଲେ। ଏହି ମ୍ୟାଚ୍‌ରେ କୋଲକତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିବା ବ୍ରେଣ୍ଡନ ମ୍ୟାକକୁଲମ ୧୫୮ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଉଦଘାଟନୀ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍‌ ଜିତି କୋଲକାତାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା।

ମ୍ୟାକକୁଲମଙ୍କ ସହ ଅଧିନାୟକ ସୌରଭ ଗାଙ୍ଗୁଲି କୋଲକାତା ପାଇଁ ଇନିଂସ ଆରମ୍ଭ କରିଥିଲେ। ଗାଙ୍ଗୁଲି ସଅଳ ଆଉଟ ହୋଇଥିଲେ ହେଁ ମ୍ୟାକକୁଲମ ୭୩ ବଲରେ ଅପରାଜିତ ୧୫୮ ରନର ଇନିଂସ ଖେଳିଥିଲେ। କୋଲକାତା ୨୦ ଓଭରରେ ୩ ୱିକେଟ ହରାଇ ୨୨୨ ରନ କରିଥିବା ବେଳେ ବେଙ୍ଗାଲୁରୁ ମାତ୍ର ୧୫.୧ ଓଭରରେ ୮୨ ରନ କରି ଅଲଆଉଟ ହୋଇଯାଇଥିଲା।

ତେବେ ଆଇପିଏଲର ପ୍ରଥମ ସଂସ୍କରଣରେ ଶେନ ୱାର୍ଣ୍ଣଙ୍କ ରାଜସ୍ଥାନ ରୟାଲ୍ସ ଚାମ୍ପିୟନ ହୋଇଥିଲେ। ୨୦୦୯ରେ ଆଡାମ ଗିଲଖ୍ରୀଷ୍ଟଙ୍କ ଡେକାନ ଚାର୍ଜର୍ସ, ୨୦୧୦, ୨୦୧୧ ଓ ୨୦୧୮ରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ, ୨୦୧୨ ଓ ୨୦୧୪ରେ ଗୌତମ ଗମ୍ଭୀରଙ୍କ କୋଲକାତା ନାଇଟରାଇଡର୍ସ, ୨୦୧୩, ୨୦୧୫,୨୦୧୭ ଓ ୨୦୧୯ରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ୨୦୧୬ରେ ଡାଭିଡ ୱାର୍ଣ୍ଣରଙ୍କ ସନରାଇଜର୍ସ ହାଇଦ୍ରାବାଦ ଚାମ୍ପିୟନ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story