ଭାରତ-ବାଂଲା ମ୍ୟାଚ୍‌ ପୂର୍ବରୁ କେମିତି ଅଛି ରାଜକୋଟର ପାଗ

ଅହମଦାବାଦ: ଆଉ କିଛି ଘଣ୍ଟା ପରେ ଗୁଜରାଟର ରାଜକୋଟ୍‌ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ ଗ୍ରାଉଣ୍ଡରେ ମଧ୍ୟ ଖେଳାଳିମାନେ ଆସି ପହଞ୍ଚି ଯାଇଛନ୍ତି। ତେବେ ମ୍ୟାଚ୍‌ ଉପରେ ବାତ୍ୟା ‘ମହା’ର ପ୍ରଭାବ ପଡ଼ିବ ବୋଲି ଯେଉଁ ଆଶା କରାଯାଉଥିଲା, ତାହା ଏଯାଏ ଦେଖିବାକୁ ମିଳିନାହିଁ। ଏବେ ବି ରାଜକୋଟ ଆକାଶରେ ସୂର୍ଯ୍ୟ ରହିଛନ୍ତି। ରାଜକୋଟର ପଡ଼ିଆରେ ଖରା ରହିଥିବା ଏକ ଫଟୋକୁ ଜଣେ ବ୍ୟକ୍ତି ଟ୍ୱିଟରେ […]

sc

sc

Hemant Lenka
  • Published: Thursday, 07 November 2019
  • Updated: 07 November 2019, 05:37 PM IST

Sports

Latest News

ଅହମଦାବାଦ: ଆଉ କିଛି ଘଣ୍ଟା ପରେ ଗୁଜରାଟର ରାଜକୋଟ୍‌ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ ଗ୍ରାଉଣ୍ଡରେ ମଧ୍ୟ ଖେଳାଳିମାନେ ଆସି ପହଞ୍ଚି ଯାଇଛନ୍ତି।

ତେବେ ମ୍ୟାଚ୍‌ ଉପରେ ବାତ୍ୟା ‘ମହା’ର ପ୍ରଭାବ ପଡ଼ିବ ବୋଲି ଯେଉଁ ଆଶା କରାଯାଉଥିଲା, ତାହା ଏଯାଏ ଦେଖିବାକୁ ମିଳିନାହିଁ। ଏବେ ବି ରାଜକୋଟ ଆକାଶରେ ସୂର୍ଯ୍ୟ ରହିଛନ୍ତି। ରାଜକୋଟର ପଡ଼ିଆରେ ଖରା ରହିଥିବା ଏକ ଫଟୋକୁ ଜଣେ ବ୍ୟକ୍ତି ଟ୍ୱିଟରେ ପୋଷ୍ଟ କରିଛନ୍ତି। ଅର୍ଥାତ ଏଯାଏ ରାଜକୋଟରେ ବର୍ଷା ହୋଇନାହିଁ। ତଥାପି ପିଚ୍‌କୁ ବର୍ଷା ଆଶଙ୍କାରେ ଘୋଡ଼ାଇ ରଖାଯାଇଛି।

କିନ୍ତୁ ପାଣିପାଗ ବିଭାର ଆକଳନ ଅନୁଯାୟୀ, ସନ୍ଧ୍ୟା ବେଳେ ଏଠାରେ ବର୍ଷା ହୋଇପାରେ। ଗତକାଲି ଭାରତ ଓ ବାଂଲାଦେଶର ଖେଳାଳିମାନେ ଶୁଖିଲା ପାଗରେ ଅଭ୍ୟାସ କରିଥିଲେ। କିନ୍ତୁ ସନ୍ଧ୍ୟା ବେଳେ ହଠାତ୍‌ ଆକାଶରେ ମେଘ ଘୋଟେଇ ଆସିଥିଲା।

ଆଜି ସକାଳୁ ପୁଣିଥରେ ପାଗରେ ପରିବର୍ତ୍ତନ ହୋଇଛନ୍ତି। ଭାରତ ଏହି ମ୍ୟାଚ୍‌ ଜିତି ସିରିଜ୍‌କୁ କମବ୍ୟାକ୍‌ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ବର୍ଷା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ବାତ୍ୟା ମହା ଦୁର୍ବଳ ହୋଇ ଯାଇଥିଲେ ହେଁ ଏହାର ପ୍ରଭାବରେ ଗୁଜରାଟରେ ବର୍ଷା ହେବାର ଆଶଙ୍କା ଥିବା ପାଣିପାଗ ବିଭାଗ ଆକଳନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos