ଅଭ୍ୟାସ ମ୍ୟାଚ୍‌: ନ୍ୟୁଜିଲ୍ୟାଣ୍ଡ ମାଟିରେ ଦମ ଦେଖାଇଲେ ଭାରତୀୟ ବୋଲର

ହାମିଲଟନ୍‌: ବ୍ୟାଟସମ୍ୟାନଙ୍କ ବିଫଳତା ସତ୍ତ୍ୱେ ନ୍ୟୁଜିଲ୍ୟାଣ୍ଡ ଏକାଦଶ ବିପକ୍ଷ ମ୍ୟାଚ୍‌ରେ ଭାରତ ବୋଲରଙ୍କ ଦମରେ ଲିଡ୍‌ ହାସଲ କରିଛି। ହନୁମା ବିହାରୀ ଓ ଚେତେଶ୍ୱର ପୂଜାରା ବ୍ୟାଟିଂରେ କମାଲ କରି ଥିବା ବେଳେ ବୋଲିଂରେ ବୋଲରମାନେ ନିଜର ଜଲୱା ଦେଖାଇଛନ୍ତି। ବିଶେଷ କରି ମହମ୍ମଦ ଶାମିଙ୍କ ରଭିର୍ସ ସୁଇଂରେ ନ୍ୟୁଜିଲ୍ୟାଣ୍ଡ ଏକାଦଶର ବ୍ୟାଟସମ୍ୟାନମାନେ କ୍ରିଜ୍‌ରେ ତିଷ୍ଠି ରହିବାକୁ ସକ୍ଷମ ହୋଇନାହାନ୍ତି। ପ୍ରଥମ ଇନିଂସ୍‌ରେ ଭାରତ ମାତ୍ର ୨୬୩ ରନ୍‌ କରିଥିଲା। ତେବେ ନ୍ୟୁଜିଲ୍ୟାଣ୍ଡ ଏକାଦଶ ୨୩୫ ରନ୍‌ରେ […]

m

m

Hemant Lenka
  • Published: Saturday, 15 February 2020
  • Updated: 15 February 2020, 03:31 PM IST

Sports

Latest News

ହାମିଲଟନ୍‌: ବ୍ୟାଟସମ୍ୟାନଙ୍କ ବିଫଳତା ସତ୍ତ୍ୱେ ନ୍ୟୁଜିଲ୍ୟାଣ୍ଡ ଏକାଦଶ ବିପକ୍ଷ ମ୍ୟାଚ୍‌ରେ ଭାରତ ବୋଲରଙ୍କ ଦମରେ ଲିଡ୍‌ ହାସଲ କରିଛି। ହନୁମା ବିହାରୀ ଓ ଚେତେଶ୍ୱର ପୂଜାରା ବ୍ୟାଟିଂରେ କମାଲ କରି ଥିବା ବେଳେ ବୋଲିଂରେ ବୋଲରମାନେ ନିଜର ଜଲୱା ଦେଖାଇଛନ୍ତି। ବିଶେଷ କରି ମହମ୍ମଦ ଶାମିଙ୍କ ରଭିର୍ସ ସୁଇଂରେ ନ୍ୟୁଜିଲ୍ୟାଣ୍ଡ ଏକାଦଶର ବ୍ୟାଟସମ୍ୟାନମାନେ କ୍ରିଜ୍‌ରେ ତିଷ୍ଠି ରହିବାକୁ ସକ୍ଷମ ହୋଇନାହାନ୍ତି।

ପ୍ରଥମ ଇନିଂସ୍‌ରେ ଭାରତ ମାତ୍ର ୨୬୩ ରନ୍‌ କରିଥିଲା। ତେବେ ନ୍ୟୁଜିଲ୍ୟାଣ୍ଡ ଏକାଦଶ ୨୩୫ ରନ୍‌ରେ ଅଲଆଉଟ ହୋଇଯିବାରୁ ଭାରତ ଗୁରୁତ୍ୱପୂର୍ଣ୍ଣ ୨୮ ରନ୍‌ର ଲିଡ୍‌ ହାସଲ କରିଥିଲା। ଅନ୍ୟପକ୍ଷରେ ଦ୍ୱିତୀୟ ଇନିଂସରେ ଭାରତର ଦୁଇ ଓପନର ଦମଦାର ବ୍ୟାଟିଂ କରିଛନ୍ତି। ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଦଳର ଦୁଇ ଓପନର ମୟଙ୍କ ଅଗ୍ରୱାଲ ୨୩ ଓ ପୃଥ୍ୱୀ ଶ’ ୩୫ ରନ୍‌ କରି ଅପରାଜିତ ରହିଛନ୍ତି। ସେହିପରି ଭାରତ ୮୭ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଲିଡ୍‌ ହାସଲ କରିନେଇଛି।

ଗତକାଲି ହନୁମା ବିହାରୀ ୧୦୧ ରନରେ ରିଟାୟର୍ଡ ଆଉଟ୍‌ ହୋଇଥିବା ବେଳେ ପୂଜାରା ୯୩ ରନ୍‌ର ଇନିଂସ୍‌ ଖେଳିଥିଲେ। ହେଲେ ଅନ୍ୟ କୌଣସି ବ୍ୟାଟସମ୍ୟାନମାନେ ଦୁଇ ଅଙ୍କ ଛୁଇଁ ନ ପାରିବାରୁ ଭାରତ ୨୬୩ ରନ୍‌ରେ ଅଲଆଉଟ ହୋଇଯାଇଥିଲା। ଭାରତ ଅଲଆଉଟ ହେବା ସହ ପ୍ରଥମ ଦିନର ଖେଳ ଶେଷ ହୋଇଥିଲା।

ଆଜି ନ୍ୟୁଜିଲ୍ୟାଣ୍ଡ ତା’ର ଇନିଂସ୍‌ ଆରମ୍ଭ କରିଥିଲା। ତେବେ ଦଳୀୟ ସ୍କୋର ୧୧ ଥିବା ବେଳେ ଯଶପ୍ରୀତ ବୁମ୍ରା ଓପନର ୱିଲ ୟଙ୍ଗ(୨)ଙ୍କୁ ଆଉଟ କରିଦେଇଥିଲେ। ଏହାପରେ ମହମ୍ମଦ ଶାମି ଭରସାଯୋଗ୍ୟ ଟିମ୍‌ ସେଇଫର୍ଟଙ୍କୁ ପ୍ୟାଭିଲିୟ ପଠାଇ ଦେଇଥିଲେ। ଭଲ ବ୍ୟାଟିଂ କରି ୩୪ ରନ୍‌ରେ ପହଞ୍ଚିଥିବା ରଚିନ ରବୀନ୍ଦ୍ରଙ୍କୁ ଉମେଶ ଯାଦବଙ୍କୁ ଆଉଟ କରିଥିଲେ।

ଫିନ୍‌ ଆଲେନ ଓ ହେନରୀ କୁପର ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଦଳୀୟ ସ୍କୋର ୮୨ ଥିବା ବେଳେ ଆଲେନଙ୍କୁ ବୁମ୍ରା କ୍ଲିନ ବୋଲ୍ଡ କରି ନ୍ୟୁଜିଲ୍ୟାଣ୍ଡ ଏକାଦଶର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ଟମ ବ୍ରୁସଙ୍କ ସହ ମିଶି କୁପର ଦଳୀୟ ସ୍କୋର ୧୩୩ରେ ପହଞ୍ଚାଇ ଥିଲେ। ଏହି ସମୟରେ ନଭଦୀପ ସୈନିଙ୍କ ଇନ ସୁଇଂକୁ ବୁଝି ନ ପାରି ବ୍ରୁସ(୩୧) ବୋଲ୍ଡ ହୋଇଯାଇଥିଲେ।

କୁପର ବି ୪୦ ରନ୍‌ କରି ମହମ୍ମଦ ଶାମିଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଜେମ୍ସ ନୀଶମ (୧) ଓ ଅଧିନାୟକ ଡାର୍ଲି ମିଚେଲ ୩୨ ରନ କରିବାକୁ ସକ୍ଷମ ହୋଇଥିଲେ। ଶେଷରେ ଈଶ ଶୋଢ଼ିଙ୍କୁ ରବିଚନ୍ଦ୍ରନ ଅଶ୍ୱିନ ଆଉଟ କରି ନ୍ୟୁଜିଲ୍ୟାଣ୍ଡ ଏକାଦଶ ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ଭାରତ ପକ୍ଷରୁ ମହମ୍ମଦ ଶାମି ୩ଟି, ବୁମ୍ରା, ଉମେଶ ଯାଦ, ନଭଦୀପ ସୈନି ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ଅଶ୍ୱିନ ଗୋଟିଏ ୱିକେଟ ନେଇଛନ୍ତି।
ଭାରତ ତା’ର ଦ୍ୱିତୀୟ ଇନିଂସ ବିସ୍ଫୋରକ ଢଙ୍ଗରେ ଆରମ୍ଭ କରିଥିଲା। ପ୍ରଥମ ଇନିଂସ୍‌ରେ ଖାତା ଖୋଲିବାକୁ ଅକ୍ଷମ ହୋଇଥିବା ଦୁଇ ଓପନର ମୟଙ୍କ ଓ ପୃଥ୍ୱୀ ଜବରଦସ୍ତ ବ୍ୟାଟିଂ କରିଥିଲେ। ଦିବସର ଖେଳ ଶେଷ ହେବା ଯାଏ ଏମାନେ କୌଣସି କ୍ଷତି ଘଟାଇବାକୁ ଦେଇ ନାହାନ୍ତି। ମୟଙ୍କ ୧୭ ବଲରେ ୨୩ ଓ ପୃଥ୍ୱୀ ୨୫ ବଲରେ ୩୫ ରନ୍‌ କରି ଅପରାଜିତ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos