ପାକିସ୍ତାନ ବିପକ୍ଷରେ ଇଂଲଣ୍ଡର ରୋମାଞ୍ଚକର ବିଜୟ

ସାଉଥହାମ୍ପଟନ୍: ଏଠାରେ ଖେଳାଯାଇଥିବା ପାଞ୍ଚମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ୧୨ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ବିଜୟ ସହ ଇଂଲଣ୍ଡ ସିରିଜରେ ୧-୦ରେ ଆଗୁଆ ହୋଇଛି। ପ୍ରଥମ ଦିନିକିଆ ବର୍ଷା ଯୋଗୁ ବାତିଲ ହୋଇଥିଲା। କିନ୍ତୁ ହାଇସ୍କୋରିଂ ଦ୍ୱିତୀୟ ମ୍ୟାଚ୍ ବେଶ୍ ରୋମାଞ୍ଚକର ହୋଇଥିଲା, ଯେଉଁଥିରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୩ ୱିକେଟ୍ ହରାଇ ୩୭୩ ରନ୍ କରିଥିଲା। ଇଂଲଣ୍ଡର ଦୁଇ ଓପ୍ନର ଜେସନ୍ ରୟ […]

eng

eng

Hemant Lenka
  • Published: Sunday, 12 May 2019
  • Updated: 12 May 2019, 07:02 PM IST

Sports

Latest News

ସାଉଥହାମ୍ପଟନ୍: ଏଠାରେ ଖେଳାଯାଇଥିବା ପାଞ୍ଚମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ୧୨ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ବିଜୟ ସହ ଇଂଲଣ୍ଡ ସିରିଜରେ ୧-୦ରେ ଆଗୁଆ ହୋଇଛି।

ପ୍ରଥମ ଦିନିକିଆ ବର୍ଷା ଯୋଗୁ ବାତିଲ ହୋଇଥିଲା। କିନ୍ତୁ ହାଇସ୍କୋରିଂ ଦ୍ୱିତୀୟ ମ୍ୟାଚ୍ ବେଶ୍ ରୋମାଞ୍ଚକର ହୋଇଥିଲା, ଯେଉଁଥିରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୩ ୱିକେଟ୍ ହରାଇ ୩୭୩ ରନ୍ କରିଥିଲା। ଇଂଲଣ୍ଡର ଦୁଇ ଓପ୍ନର ଜେସନ୍ ରୟ ଓ ଜନ୍ନି ବେୟାରଷ୍ଟୋ ପ୍ରଥମ ୱିକେଟ୍ ପାଇଁ ୧୧୫ ରନ୍ ଯୋଡ଼ିଥିଲେ। ବେୟାରଷ୍ଟୋ ୫୧ (୪୫ ବଲ୍, ୬ ଚୌକା) ରନ୍ କରି ଆଉଟ୍ ହୋଇଥିବା ବେଳେ ରୟ ୮୭ (୯୦ ବଲ୍, ୬ ଚୌକା, ୩ ଛକା) ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ଅଭିଜ୍ଞ ଜୋ ରୁଟ୍ (୪୦) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତେବେ ଅଧିନାୟକ ଇଅନ୍ ମୋର୍ଗାନ୍ ଓ ବଟଲର୍ ଚତୁର୍ଥ ୱିକେଟ୍ ପାଇଁ ଅପରାଜିତ ୧୪.୫ ଓଭରରେ ୧୬୨ ରନ୍ ଯୋଡ଼ି ଇଂଲଣ୍ଡକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ। ବଟଲର୍ ମାତ୍ର ୫୫ ବଲରେ ୬ ଚୌକା ଓ ୯ ଛକା ସହ ୧୧୦ ଓ ମୋର୍ଗାନ୍ ୪୮ ବଲରେ ୬ ଚୌକା ଓ ୧ ଛକା ସହ ୭୧ ରନ୍ କରି ଅପରାଜିତ ଥିଲେ। ପାକିସ୍ତାନ ପକ୍ଷରୁ ଶାହୀନ୍ ଶାହ ଆଫ୍ରିଦି, ହାସାନ୍ ଅଲୀ ଓ ୟାସିର୍ ଶାହ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

୩୭୪ ରନର ରେକର୍ଡ ଲକ୍ଷ୍ୟର ପିଛା କରୁଥିବା ପାକିସ୍ତାନ ଦମଦାର ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୩୬୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ଟିମ୍ ପକ୍ଷରୁ ଫକର ଜମାନ୍ ଶତକୀୟ ଇନିଂସ୍ ଖେଳିଥିବା ବେଳେ ଶେଷଭାଗରେ ଲଗାତାର ୱିକେଟ୍ ପତନ ଯୋଗୁ ପାକିସ୍ତାନ ମାତ୍ର ୧୨ ରନ୍ ପାଇଁ ବିଜୟରୁ ବଞ୍ଚିତ ହୋଇଥିଲା।

ଫକର୍ ୧୦୬ ବଲରେ ୧୨ ଚୌକା ଓ ୪ ଛକା ସହ ସର୍ବାଧିକ ୧୩୮ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାବର ଆଜମ ୫୧, ଆସିଫ୍ ଅଲୀ ୫୧, ଇମାମ୍-ଉଲ୍-ହକ୍ ୩୫ ଓ ଅଧିନାୟକ ସର୍ଫରାଜ ଅହମ୍ମଦ ଅପରାଜିତ ୪୧ ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ଡେଭିଡ୍ ୱିଲି ଓ ଲିଆମ୍ ପ୍ଲଙ୍କେଟ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story