ଧୋନିଙ୍କ ବଳିଦାନ ବ୍ୟାଜକୁ ଆଇସିସିର ନା'

ନୂଆଦିଲ୍ଲୀ: ଦିନତମାମ ହାଇଡ୍ରାମା ପରେ ଶେଷରେ ଆଇସିସି ନିଜ ଜିଦରେ ଅଟଳ ରହିଛି ଏବଂ ବିସିସିଆଇର ଆବେଦନ ଖାରଜ ହୋଇଛି। ଟିମ୍ ଇଣ୍ଡିଆ ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନିଙ୍କ କିପିଙ୍ଗ୍ ଗ୍ଲୋଭସରୁ “ବଳିଦାନ ବ୍ୟାଜ୍” ହଟାଇବାର ନିଷ୍ପତ୍ତିରେ ଆଇସିସି କାଏମ ରହିଛି। ଏହା ପୂର୍ବରୁ ବିସିସିଆଇ ଶୁକ୍ରବାର ଧୋନିଙ୍କ ଏହି ବଳିଦାନ ବ୍ୟାଜ୍ ଥିବା ଗ୍ଲୋଭସକୁ ଅନୁମତି ଦେବା ପାଇଁ ଆଇସିସିକୁ ଚିଠି ଲେଖିଥିଲା। କିନ୍ତୁ ଆଇସିସି ଏହା ଉପରେ ବିଚାରବିମର୍ଶ କରି ଶେଷରେ ଧୋନିଙ୍କ […]

re

re

Hemant Lenka
  • Published: Friday, 07 June 2019
  • Updated: 07 June 2019, 10:56 PM IST

ନୂଆଦିଲ୍ଲୀ: ଦିନତମାମ ହାଇଡ୍ରାମା ପରେ ଶେଷରେ ଆଇସିସି ନିଜ ଜିଦରେ ଅଟଳ ରହିଛି ଏବଂ ବିସିସିଆଇର ଆବେଦନ ଖାରଜ ହୋଇଛି। ଟିମ୍ ଇଣ୍ଡିଆ ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନିଙ୍କ କିପିଙ୍ଗ୍ ଗ୍ଲୋଭସରୁ "ବଳିଦାନ ବ୍ୟାଜ୍" ହଟାଇବାର ନିଷ୍ପତ୍ତିରେ ଆଇସିସି କାଏମ ରହିଛି।

ଏହା ପୂର୍ବରୁ ବିସିସିଆଇ ଶୁକ୍ରବାର ଧୋନିଙ୍କ ଏହି ବଳିଦାନ ବ୍ୟାଜ୍ ଥିବା ଗ୍ଲୋଭସକୁ ଅନୁମତି ଦେବା ପାଇଁ ଆଇସିସିକୁ ଚିଠି ଲେଖିଥିଲା। କିନ୍ତୁ ଆଇସିସି ଏହା ଉପରେ ବିଚାରବିମର୍ଶ କରି ଶେଷରେ ଧୋନିଙ୍କ ବିପକ୍ଷରେ ରାୟ ଶୁଣାଇଛନ୍ତି। ଫଳସ୍ୱରୂପ ଚଳିତ ବିଶ୍ୱକପରେ ଧୋନିଙ୍କ ଗ୍ଲୋଭସରେ ଆଉ ବଳିଦାନର ପ୍ରତୀକ ଚିହ୍ନ ଦେଖିବାକୁ ମିଳିବ ନାହିଁ।

ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଧୋନି ଯେଉଁ କିପିଙ୍ଗ୍ ଗ୍ଲୋଭସ ପିନ୍ଧିଥିଲେ, ସେଥିରେ ସେନାର ଏକ ପ୍ରତୀକ ଲାଗିଥିଲା। ଧୋନିଙ୍କ ଏହି ସବୁଜ ଗ୍ଲୋଭସ ଉପରେ ପ୍ରଶଂସକଙ୍କ ନଜର ପଡ଼ିଥିଲା, ଯେଉଁଥିରେ ଇଣ୍ଡିଆନ ପାରା ସ୍ପେଶାଲ ଫୋର୍ସର ପ୍ରତୀକ ଲାଗିଥିଲା, ଯାହାକି ବଳିଦାନ ତଥା ତ୍ୟାଗର ପ୍ରତୀକ ଭାବେ ବେଶ୍ ପରିଚିତ।

ଦେଶ ପ୍ରତି ଧୋନିଙ୍କ ଭଲ ପାଇବା ଏବଂ ପାରା-କମାଣ୍ଡୋଙ୍କ ପ୍ରତି ରହିଥିବା ସମ୍ମାନକୁ ପ୍ରଶଂସକ ଜୋରଦାର ସମର୍ଥନ କରିଥିଲେ। କିନ୍ତୁ ଆଇସିସି ଏହା ଉପରେ ଆପତ୍ତି ପ୍ରକାଶ କରିଥିଲା। ଧୋନିଙ୍କୁ ଗ୍ଲୋଭସରୁ ଏହି ଚିହ୍ନ ହଟାଇବା ପାଇଁ ଆଇସିସି ବିସିସିଆଇକୁ ଅନୁରୋଧ କରିଥିଲା। ଯାହା ପରେ ଧୋନିଙ୍କ ଏହି ବଳିଦାନ ବ୍ୟାଜକୁ ମଧ୍ୟ ବିସିସିଆଇ ଓ ପୂରା ଦେଶ ସମର୍ଥନ ଜଣାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos