ବୁମ୍ରା ଓ ଅଶ୍ୱିନଙ୍କ କ୍ଲବରେ ସାମିଲ ହେବାକୁ ଚହଲଙ୍କ ପାଖରେ ସୁଯୋଗ

ନାଗପୁର: ଆସନ୍ତାକାଲି ଭାରତ ଓ ବାଂଲାଦେଶ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ୍‌ ଖେଳାଯିବ। ନାଗପୁରରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଲେଗ ସ୍ପିନର ୟୁଜବେନ୍ଦର ଚହଲ ନିଜ ନାଁରେ ଏକ ରେକର୍ଡ କରିବାକୁ ସୁଯୋଗ ପାଇବେ। ସେ ତାଙ୍କ ଟି-୨୦ କ୍ୟାରିୟରର ୫୦ତମ ୱିକେଟ ଦଖଲ ଠାରୁ ମାତ୍ର ଗୋଟିଏ ୱିକେଟ ପଛରେ ରହିଛନ୍ତି। ଆସନ୍ତାକାଲି ସେ ଗୋଟିଏ ୱିକେଟ୍‌ ନେଇପାରିଲେ ଏହି ରେକର୍ଡର ଅଧିକାରୀ ହୋଇପାରିବେ। ସେହିପରି ସେ ତୃତୀୟ ଭାରତୀୟ […]

q

q

Hemant Lenka
  • Published: Saturday, 09 November 2019
  • Updated: 09 November 2019, 04:02 PM IST

Sports

Latest News

ନାଗପୁର: ଆସନ୍ତାକାଲି ଭାରତ ଓ ବାଂଲାଦେଶ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ୍‌ ଖେଳାଯିବ। ନାଗପୁରରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଲେଗ ସ୍ପିନର ୟୁଜବେନ୍ଦର ଚହଲ ନିଜ ନାଁରେ ଏକ ରେକର୍ଡ କରିବାକୁ ସୁଯୋଗ ପାଇବେ।

ସେ ତାଙ୍କ ଟି-୨୦ କ୍ୟାରିୟରର ୫୦ତମ ୱିକେଟ ଦଖଲ ଠାରୁ ମାତ୍ର ଗୋଟିଏ ୱିକେଟ ପଛରେ ରହିଛନ୍ତି। ଆସନ୍ତାକାଲି ସେ ଗୋଟିଏ ୱିକେଟ୍‌ ନେଇପାରିଲେ ଏହି ରେକର୍ଡର ଅଧିକାରୀ ହୋଇପାରିବେ। ସେହିପରି ସେ ତୃତୀୟ ଭାରତୀୟ ବୋଲର ଭାବେ ଟି-୨୦ ଅନ୍ତର୍ଜାତୀୟରେ ୫୦ତମ ୱିକେଟ ଦଖଲ କରିବା କ୍ଲବରେ ସାମିଲ ହେବେ।

ଏହାପୂର୍ବରୁ ଯଶପ୍ରୀତ ବୁମ୍ରା ଓ ରବିଚନ୍ଦ୍ରନ ଅଶ୍ୱିନ ଭାରତ ପାଇଁ ଟି-୨୦ ୫୦ରୁ ଅଧିକ ୱିକେଟ ଦଖଲ କରି ସାରିଛନ୍ତି। ଅଶ୍ୱିନ ତାଙ୍କ ଟି-୨୦ କ୍ୟାରିୟରରେ ୫୨ଟି ୱିକେଟ ନେଇଥିବା ବେଳେ ବୁମ୍ରା ୫୧ଟି ୱିକେଟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos