ଫୁଜ୍ହୁ: ଚାଇନା ଓପନ୍ ବ୍ୟାଡମିଣ୍ଟନରେ ଆଜି ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିଛନ୍ତି। ପିଭି ସିନ୍ଧୁ, ଏଚ୍ଏସ୍ ପ୍ରଣୟ ଏବଂ ଅଜୟ ଜୟରାମ ନିଜ ନିଜ ମ୍ୟାଚ୍ ଜିତି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ସିନ୍ଧୁ ତାଇବାନର ଚିଆ ହିସ୍ନି ଲିଙ୍କୁ ୨୧-୧୨, ୨୧-୧୬ ସେଟ୍ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଛନ୍ତି।
ପୁରୁଷ ବର୍ଗରେ ପ୍ରଣୟ ହଂକଂର କା ଲଙ୍ଗ ଆଙ୍ଗୁସ୍ ନିଗ୍ଙ୍କୁ ସିଧାସଳଖ ୨୧-୧୩, ୨୧-୧୩ ସେଟ୍ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଜୟରାମ୍ ଚାଇନାର ଝୁ ସିୟୁଆନଙ୍କୁ ପରାସ୍ତ କରିଛନ୍ତି। ସେ ଝୁଙ୍କୁ ୨୧-୧୯, ୨୦-୨୨, ୨୧-୧୭ ସେଟ୍ରେ ପରାସ୍ତ କରିଥିଲେ।
ଅନ୍ୟପକ୍ଷରେ ସାଇନା ନେହୱାଲ ପ୍ରଥମ ରାଉଣ୍ଡରେ ପରାଜୟର ସମ୍ମୁଖୀନ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।